ନିଆଳି: ମଣିଷ ତିଆରି କାରଖାନାର ସେ ଥିଲେ ବିନ୍ଧାଣି । ଆଜି ସେ ବିନ୍ଧାଣିଙ୍କ ଅବସର ନେବାର ସମୟ ଆସିଯାଇଛି । ସମସ୍ତଙ୍କ ଆଖି ଲୁହରେ ଛଳ ଛଳ । ଗୁରୁ ଓ ଶିଷ୍ୟ ପରମ୍ପରା ଧିରେ ଧିରେ ଅବକ୍ଷୟ ହେବାକୁ ଯାଉଥିଲେ ମଧ୍ୟ ଏବେ ବି କେତେକ ସ୍ଥାନରେ ଏହି ପରମ୍ପରା ଉଜ୍ଜୀବିତ ଥିବା ଦେଖିବାକୁ ମିଳିଛି । ଶିକ୍ଷାଦାନ ସାରି ଅବସର ନେଉଥିବା ବେଳେ ଶିଷ୍ୟମାନଙ୍କର ଗୁରୁଙ୍କ ପ୍ରତି ଆଗାଢ ସମ୍ମାନ ଓ ଭଲ ପାଇବା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆଳିଶି ପଞ୍ଚାୟତସ୍ଥିତ ଭୈରବୀ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠରେ ।
ଦୀର୍ଘ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଭୈରବୀ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠରେ ଶିକ୍ଷାଦାନ କରିଆସିଥିଲେ ସହକାରୀ ଶିକ୍ଷକ ବିଜୟ କୁମାର ଦାଶ । ଆଜି ବିଜୟ ସାର ଅବସର ନେଉଥିବେ ବେଳେ ବିଦାୟ କାଳିନ ଦୃଶ୍ୟ ଥିଲା ଅତ୍ୟନ୍ତ ଭାବ ବିହ୍ଵଳିତ । ଉପସ୍ଥିତ ପୁରାତନ ଓ ବର୍ତମାନ ଛାତ୍ର ଓ ଛାତ୍ରଙ୍କ ଆଖିରୁ ଝରି ଆସୁଥିଲା ଲୁହ । ଝଡ ବର୍ଷା ଓ ଖରାକୁ ଖାତିର ନ କରି ଅହରହ ୩୦ ବର୍ଷ 3 ମାସ ଧରି ଶ୍ରୀ ଜଗନ୍ନାଥ ବିଦ୍ୟାପୀଠରେ ନିଜକୁ ସମର୍ପଣ କରିଥିଲେ ବିଜୟ ସାର । ତାଙ୍କ ଚାକିରି କାଳ ମଧ୍ୟରେ ଅନେକ ମେଧାବୀ ଛାତ୍ରଛାତ୍ରୀ ତିଆରି କରିଛନ୍ତି । ଦେଶ, ବିଦେଶ ଏବଂ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି । ଆଜି ସେହି ମଣିଷ ତିଆରି ଭଗବାନଙ୍କ ଅବସରରେ ସମୟ ଆସିଛି । ଯାହାକୁ ନେଇ ସ୍କୁଲ ପରିବେଶରେ ସମସ୍ତଙ୍କ ଆଖି ଲୁହ ଦେଖିବାକୁ ମିଳିଛି ।