ରାଉରକେଲା:ରାଜଗାଙ୍ଗପୁର ରେଳ ଷ୍ଟେସନରେ ଧାରଣା । ଆଜି ରାଜଗାଙ୍ଗପୁର ଡେଭଲପମେଣ୍ଟ ଫୋରମ ପକ୍ଷରୁ ରାଜଗାଙ୍ଗପୁର ବନ୍ଦ ସହିତ ରେଳ ଷ୍ଟେସନରେ ଧାରଣା ଦିଆଯାଇଛି । ଟ୍ରେନ ରହଣି ଏବଂ ଅଣ୍ଡରପାସ ନିର୍ମାଣ ଦାବି କରିବା ସତ୍ତ୍ବେ କେହି କର୍ଣ୍ଣପାତ ନକରିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜରାସ୍ତାକୁ ଓହ୍ଲାଇଛି ରାଜଗାଙ୍ଗପୁର ଡେଭଲପମେଣ୍ଟ ଫୋରମ । ତେବେ ଦାବି ନଶୁଣିଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ରାଜଗାଙ୍ଗପୁର ଏବଂ କଂଶବାହାଲରେ ଏକ୍ସପ୍ରେସ ଟ୍ରେନ୍ ରହଣି ଏବଂ ବଗିଚାପଡ଼ାରେ ଅଣ୍ଡାରପାସ ନିର୍ମାଣ ଦାବିକୁ ନେଇ ରାଜଗାଙ୍ଗପୁର ଡେଭଲପମେଣ୍ଟ ଫୋରମ ତରଫରୁ ଆଜି ୧୩ ତାରିଖ ରାଜଗାଙ୍ଗପୁର ବନ୍ଦ ସହ ଆନ୍ଦୋଳନ ଡାକରା ଦିଆଯାଇଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଗରୁ ସ୍ଥାନୀୟ ରେଳ ଷ୍ଟେସନ ପ୍ରବନ୍ଧକଙ୍କ କକ୍ଷରେ ରେଳ ବିଭାଗର କର୍ତ୍ତୃପକ୍ଷଙ୍କ ସହ ଫୋରମ ସଦସ୍ୟଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଆଲୋଚନା ବିଫଳ ହେବାରୁ ଆଜି ସହର ବନ୍ଦ ସହ ଆନ୍ଦୋଳନ ପାଇଁ ଡେଭଲପମେଣ୍ଟ ପୋରମ୍ ପକ୍ଷରୁ ଡାକରା ଦିଆଯାଇଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ସକାଳୁ ରେଳ ବିଭାଗର ସହାୟକ ରେଳ ଷ୍ଟେସନ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ, ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି