କୋରାପୁଟ:ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆଜି ଛାତ୍ରାବାସ ଓ ପ୍ରଶାସନିକ ଭବନ ନିର୍ମାଣ କରିବା ପାଇଁ ୧୨୯ କୋଟି ଟଙ୍କାର ଅନୁଦାନ ପ୍ରଦାନ କଲା କେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ତେବେ ବିଶ୍ବବିଦ୍ୟାଳୟ ପରିସରରେ ଏକ ଅରଟ ସୂତାକଟା କେନ୍ଦ୍ର ସ୍ଥାପନ ହେବାକୁ ଥିବା ବେଳେ ଏଠାରେ ସୂତା କାଟିଲେ ୫୦ ଟଙ୍କା ପ୍ରଦାନ କରାଯିବ ବୋଲି କୂଳପତି ଚକ୍ରଧର ତ୍ରିପାଠୀ ସୂଚନା ଦେଇଛନ୍ତି ।
ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପରିପାର୍ଶ୍ଵରେ ବାସ କରୁଥିବା ପରିବାରର ମହିଳାଙ୍କ ପାଇଁ ଏକ ଅରଟ ସୂତା କଟା କେନ୍ଦ୍ର ସ୍ଥାପନ କରାଯିବ । ଖଦି ଓ ଗ୍ରାମୋଦ୍ୟଗ ସଂସ୍ଥାର ସହଯୋଗରେ ଖୋଲାଯିବାକୁ ଥିବା ଏହି କେନ୍ଦ୍ରରେ ମହିଳାମାନଙ୍କୁ ଅରଟରେ ସୂତା କାଟିବାର ତାଲିମ ଦିଆଯିବା ସହିତ ଘଣ୍ଟାଏ ସୂତା କାଟିଲେ ୫୦ ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା ରହିଛି ବୋଲି ବିଶ୍ବ ବିଦ୍ୟାଳୟର କୁଳପତି ଚକ୍ରଧର ତ୍ରିପାଠୀ କହିଛନ୍ତି । ଏହା ଫଳରେ ଜଣେ ମହିଳା ଦିନରେ ୫ ଘଣ୍ଟା ଅରଟରେ ଶ୍ରମଦାନ କରି ୩୦୦ ଟଙ୍କା ଆୟ କରିପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି ।