ଓଡିଶା

odisha

ETV Bharat / state

ହୋଲି ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ମହିଳାଙ୍କ ପାଇଁ ବୁଲିବେ ସ୍ବତନ୍ତ୍ର ଟିମ୍ - Police Preparation For Holi - POLICE PREPARATION FOR HOLI

Police Preparation For Holi: ହୋଲିକୁ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି । ସହର ସାରା ବୁଲିବେ ପୋଲିସର ସ୍ବତନ୍ତ୍ର ଟିମ । ଅଧିକ ପଢ଼ନ୍ତୁ

କମିଶନରେଟ ପୋଲିସ
କମିଶନରେଟ ପୋଲିସ

By ETV Bharat Odisha Team

Published : Mar 24, 2024, 10:50 PM IST

କମିଶନରେଟ ପୋଲିସ

ଭୁବନେଶ୍ବର:ଦିନକ ପରେ ହୋଲି । ଏହାକୁ ନେଇ କମିଶନରେଟ ପୋଲିସର ଯୋରଦାର ପ୍ରସ୍ତୁତି । ହୋଲିରେ ମଦ୍ୟପାନ କରି ରାସ୍ତାରେ ଗାଡି ଧରି ବୁଲିଲେ ଗିରଫ କରିବ ପୋଲିସ । ଏହାସହ ମହିଳାଙ୍କୁ କମେଣ୍ଟ ମାରିଲେ ଧରିବ ମହିଳା ଏସପି ଓ ଟିମ୍ । କମର୍ସିଆଲ ପାର୍ଟି ଅର୍ଗାନାଇଜରଙ୍କୁ କଡା ନିର୍ଦ୍ଦେଶ ସହ ରସାୟନିକ ରଙ୍ଗ ବିକ୍ରି ରୋକିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଟିମ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ତେବେ ଡିସିପି ପ୍ରତୀକ ସିଂ କହିଛନ୍ତି, " ହାନିକାରକ ରଙ୍ଗ ବିକ୍ରି ଉପରେ କଡାକଡି ଚେକିଂ ହେବ । ଜଣେ ଅତିରିକ୍ତ ଡିସିପିଙ୍କ ଦ୍ବାରା ସ୍ବତନ୍ତ୍ର ସ୍କ୍ବାଡ‌ ଗଠନ ହୋଇଛି । ଜଣେ ଇନସ୍ପେକ୍ଟରଙ୍କ ସହ ପୁରା ସ୍କ୍ବାଡ ସହରର ବିଭିନ୍ନ ରଙ୍ଗ ବିକ୍ରୟ କେନ୍ଦ୍ର ବୁଲିବେ । ବଜାରରେ ବିକ୍ରି ହେଉଥିବା ହାନିକାରକ ରଙ୍ଗ ବିକ୍ରି ଉପରେ ରୋକ ଲଗାଇବେ । ରସାୟନିକ ଓ ଚର୍ମ ହାନିକାରକ ଯୁକ୍ତ ରଙ୍ଗ ବିକୁଥିଲେ ଧରାଯିବ‌ । ହୋଲି ସମୟରେ ସହରରେ ବିଭିନ୍ନ ଛକ ଓ ଗଳି କନ୍ଦିରେ ପୋଲିସ ଟିମ୍ ବୁଲିବେ । ପିସିଆର ଟିମ୍‌କୁ ବ୍ୟତୀତ ଆହୁରି ଅଧିକ ୧୭ଟି ପୋଲିସ ଗାଡି ବୁଲିବ । ୪ଜଣ ଅତିରକ୍ତ ଡିସିପିଙ୍କ ସହ ୮ ଜଣ ଏସିପି ୨୪ ଜଣ ଇନସ୍ପେକ୍ଟର ଓ ୧୦୦ ଜଣ ଅଫିସର ନିୟୋଜିତ ରହିବେ । ୧୫ ପ୍ଲାଟୁନ ଫୋର୍ସ ବିଭିନ୍ନ ଜନଗହଳିପୂର୍ଣ୍ଣ ଛକ ଓ ପୋଲିସ ଟିମ୍ ସହର ସାରା‌ ବୁଲିବେ ।"

ପ୍ରତୀକ ସିଂ ଏହା ମଧ୍ୟ କହିଛନ୍ତି, "ହୋଲି ସମୟରେ ମହିଳା ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ଏକୁଟିଆ ବୁଲୁଥିବା ଯୁବତୀ ବା ମହିଳାଙ୍କୁ କମେଣ୍ଟ ମାରିଲେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସ୍ବତନ୍ତ୍ର ମହିଳା ଏସପି ଓ ମହିଳା ଟିମ୍ ବୁଲିବେ । ଏନେଇ ସମସ୍ତ ମହିଳା ଏସପିଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ମହିଳାଙ୍କ ପାଇଁ ଥିବା ସ୍ବତନ୍ତ୍ର ନେଟୱର୍କ ଜରିଆରେ ସହରର ବିଭିନ୍ନ ସ୍ଥାନରେ ମହିଳାଙ୍କ ସୁରକ୍ଷା ନେଇ ଧ୍ୟାନ ଦିଆଯିବ । ଯେଉଁଠି ମହିଳାଙ୍କ ସହ କିଛି ଅଘଟଣା ଘଟିବ ତୁରନ୍ତ କଣ୍ଟ୍ରୋଲ ରୁମ୍ ବା ପୋଲିସର ସହାୟତା ନେଇପାରିବେ । ସହରର ବିଭିନ୍ନ ଜଳାଶୟ ଓ ନଦୀ ପଠା ଉପରେ ସ୍ବତନ୍ତ୍ର ନଜର ରଖାଯିବ । ସ୍ଥାନୀୟ ଥାନା ଜରିଆରେ ଏସବୁ ଉପରେ ସଚେତନତା ପାଇଁ ପୋଲିସ ସତର୍କତା ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳାଶୟ ପାଖାପାଖି ରହୁଥିବା ଲୋକଙ୍କ ଜରିଆରେ ଯେଉଁ ଜନସାଧାରଣ ରଙ୍ଗ ଖେଳ ସାରି ନଦୀକୁ ବା ଜଳାଶୟକୁ ଗାଧୋଇବାକୁ ଯାଉଥିବେ ସେମାନଙ୍କୁ ସତର୍କ କରାଇବାକୁ ସ୍ଥାନୀୟ ଥାନା ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ମୁଙ୍ଗେର ବନ୍ଧୁକ ରାକେଟ୍ କିଙ୍ଗ ଗୋଲଡେନ ସିଂ ସମେତ ସହଯୋଗୀ ଗିରଫ - Arms Smuggler Golden Singh Arrested

ପ୍ରତୀକ ସିଂ ଆହୁରି କହିଛନ୍ତି, "କମର୍ସିଆଲ ପାର୍ଟି ଇଭେଣ୍ଟ ଅର୍ଗାନାଇଜେରଙ୍କ ଉପରେ କଡ଼ା ନଜର ରହିଛି । ନିୟମ ନଥାଇ ପାର୍ଟି ଅର୍ଗାନାଇଜ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁଠି ହାର୍ଡକୋର କ୍ରିମିନାଲ ବା ଅପରାଧିକ ଲୋକ ଏକାଠି ହୋଇ ହୋଲି ସେଲିବ୍ରେସନ କରିବେ ସେଠି ପୋଲିସ ଚଢଉ କରିବ । ଅପରାଧିକ ଉତ୍ପାତ ବା ସେପରି କିଛି କାର୍ଯ୍ୟ ଉପରେ ପୋଲିସ ସ୍ବତନ୍ତ୍ର ନଜର ରଖିବ । ବେଆଇନ ନିଶା କାରବାର ଓ ଗଞ୍ଜେଇ ବା ବ୍ରାଉନସୁଗାର ଭଳି ମାଦକ ଦ୍ରବ୍ୟ ହୋଲି ପାର୍ଟିରେ ବ୍ୟବହାର ହେଉଥିଲେ ପୋଲିସ ଆକ୍ସନ ନେବା । କମର୍ସିଆଲ ପାର୍ଟି ଅର୍ଗାନାଇଜେରଙ୍କୁ ସଠିକ ଅନୁମତି ନେଇ ପାର୍ଟି ଅର୍ଗାନାଇଜ କରିବାକୁ କୁହାଯାଇଛି।" ଏହାସହ ମଦ୍ୟପାନ କରି ବେପରୁଆ ଗାଡି ଚାଳନା କରି ରାସ୍ତାକୁ ଓହ୍ଲାଇଲେ ଗାଡି ଜବତ ସହ ପୋଲିସ ଗିରଫ କରିବାର ମଧ୍ୟ କଡ଼ା ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details