ବର୍ଷକ ପରେ ପୁଣି ସେହି ଦିବ୍ୟ ମୁହୂର୍ତ୍ତ ଉପନୀତ ହୋଇଛି । ଶ୍ରୀଜିଉଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ କରୁଛନ୍ତି ଭକ୍ତ । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆକର୍ଷଣୀୟ ବେଶ ଦେଖି ଲାଖି ଭକ୍ତଙ୍କ ଲାଖି ହୋଇଯାଇଛି । କାଳିଆର ଚକା ଆଖିରେ ଆଖିକୁ ମିଶାଇ ଭକ୍ତ ଭାବ ବିହ୍ବଳ ହୋଇପଡିଛି । ଏହି ବେଶ ଦେଖିବାକୁ ଚାତକ ପରି ଚାହିଁ ରହିଥିଲେ ଜଗନ୍ନାଥ ପ୍ରେମି ।
ଶ୍ରୀଜିଉଙ୍କ ସ୍ନାନଯାତ୍ରା: ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି - SNANA PURNIMA 2024 LIVE UPDATES - SNANA PURNIMA 2024 LIVE UPDATES
Published : Jun 22, 2024, 6:46 AM IST
|Updated : Jun 22, 2024, 5:45 PM IST
ପୁରୀ:ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରତିବର୍ଷ ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରନ୍ତି । ବାକି ବର୍ଷ ସାରା ତାଙ୍କୁ ବିମ୍ବସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।
LIVE FEED
ଶ୍ରୀଜିଉଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ କରୁଛନ୍ତି ଭକ୍ତ
ଦେଖନ୍ତୁ ଛେରା ପହଁରା ସମୟର ଦୃଶ୍ୟ
ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ୧୦୮ ସୁବାସିତ ଜଳରେ ଜଳଲାଗି ସମାପନ ହୋଇଛି। ଅନ୍ଯାନ୍ଯ ନୀତି ସମ୍ପନ୍ନ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି।
ମହାପ୍ରଭୁଙ୍କ ଦୁର୍ଲଭ ଗଜାନନ ବେଶ ଆରମ୍ଭ
ଛେରା ପହଁରା ପରେ ଆରମ୍ଭ ହୋଇୟାଇଛି ମହାପ୍ରଭୁଙ୍କ ଦୁର୍ଲଭ ଗଜାନନ ବେଶ । ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ୪ଟାରେ ମହନ୍ତ ଶାଢୀବନ୍ଧା, ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।
ଛେରା ପହଁରା କରୁଛନ୍ତି ଗଜପତି
ଚାମର ସେବା ପରେ ମହାପ୍ରଭୁଙ୍କ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା ଦିବ୍ୟ ସିଂହଦେବ । ଏ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହ
ମହାପ୍ରଭୁଙ୍କ ଚାମର ସେବା କରୁଛନ୍ତି ଗଜପତି
ମହାପ୍ରଭୁଙ୍କ ଚାମର ସେବା କରୁଛନ୍ତି ଗଜପତି ମହାରାଜା ଦିବ୍ୟ ସିଂହଦେବ । ଏହାପରେ ଛେରା ପହଁରା କରିବେ ଗଜପତି । ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହାପରେ ୪ଟାରେ ମହନ୍ତ ଶାଢୀବନ୍ଧା, ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।
କିଛି ସମୟ ପରେ ହେବ ଛେରା ପହଁରା ନୀତି
ସରିଲା ମହାପ୍ରଭୁଙ୍କ ସ୍ନାନ । ସନ୍ଧ୍ୟାରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ୨.୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଏହାପରେ ଅପରାହ୍ନ ୩ଟା ସମୟରେ ଛେରା ପହଁରା ନୀତି କରାଯିବ ।
ସ୍ନାନ କଲେ ଶ୍ରୀଜିଉ
ସ୍ନାନବେଦୀରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଫୁଲରେ ସଜେଇ ହୋଇଛି ସ୍ନାନବେଦୀ । ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଓ ମଲ୍ଲୀ କଢି ଶ୍ରୀଜିଉଙ୍କ ଶୋଭା ବଢାଉଛି । ସ୍ନାନବେଦୀରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ଅପରାହ୍ନରେ ହେବ ହାତୀବେଶ । ଶ୍ରୀକ୍ଷେତ୍ରରେ ଲାଗିଛି ଲକ୍ଷାଧିକ ଭକ୍ତଙ୍କ ଗହଳି ।
108 ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ
ସ୍ନାନଯାତ୍ରାରେ ଏକାକାର ଭକ୍ତ ଭଗବାନ । ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ । ଏପଟେ ବର୍ଷା ଜଳରେ ସ୍ନାନ କଲେ ଭକ୍ତ । ପୁରୀରେ ଜାରି ରହିଛି ବର୍ଷା । ବିଶ୍ୱାସ ରହିଛି ସ୍ନାନ ପୂର୍ଣ୍ଣିମାରେ ଦେବରାଜ ଇନ୍ଦ୍ର ବର୍ଷା କରାଇ ଥାଆନ୍ତି। ଆଜି ପ୍ରବଳ ବର୍ଷା ପରେ ଭକ୍ତିରେ ଭକ୍ତମାନେ ନାଚି ଉଠିଛନ୍ତି ।
ଶ୍ରୀଜିଉଙ୍କ ଜଳ ବିଜେ ନୀତି ଆରମ୍ଭ
ଶ୍ରୀଜିଉଙ୍କ ଜଳ ବିଜେ ନୀତି ଆରମ୍ଭ ହୋଇଛି । ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳ ବିଜେ ନୀତି ଚାଲିଛି । ପୂର୍ବ ଦିନରୁ ରହିଥିବା ଏହି ସୁବାସିତ ଜଳକୁ ଅଭିମନ୍ତ୍ରିତ କରାଯାଇ ଦାରୁବ୍ରହ୍ମଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ।
ମଥାରେ ଫୁଲ, ଗଳାରେ ତୁଳସୀ ମାଳ ପିନ୍ଧିଛନ୍ତି ମହାବାହୁ
ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛନ୍ତି ମହାବାହୁ । ମଥାରେ ଧଳା, ଗୋଲାପି ଓ ନାଲି ରଙ୍ଗର ଫୁଲ ଓ ଗଳାରେ ତୁଳସୀ ମାଳ । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନ କରୁଛନ୍ତି ଭକ୍ତ । ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ପବିତ୍ର ସ୍ନାନଯାତ୍ରା ଅବସରରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟମ ପରିବର୍ତ୍ତନ କରାଯାଇଛି ।
ମହାପ୍ରଭୁଙ୍କ ଦ୍ୱାରପାଳ ପୂଜା ସମ୍ପନ୍ନ
ଶେଷ ହେଲା ମହାପ୍ରଭୁଙ୍କ ଦ୍ୱାରପାଳ ପୂଜା । ୧୧.୨୫ରେ ବେଶ ଶେଷ ନୀତି ଆରମ୍ଭ ହେବ । ଏହାପରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ୨.୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଅପରାହ୍ନ ୩ଟା ସମୟରେ ଛେରା ପହଁରା, ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।
କେଉଁଠୁ ଆସିଥାଏ ୧୦୮ କଳସ ସୁବାସିତ ଜଳ ?
ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଇଛି । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ ବୋଲି ବିଶ୍ବାସ ରହିଛି । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ପୂର୍ବ ଦିନରୁ ରହିଥିବା ଏହି ସୁବାସିତ ଜଳକୁ ଅଭିମନ୍ତ୍ରିତ କରାଯାଇ ଦାରୁବ୍ରହ୍ମଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ।
ଜଗା ପ୍ରେମରେ ବିଭୋର ଭକ୍ତ, ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ଯ ଦର୍ଶନ
ସ୍ନାନଯାତ୍ରାରେ ବଡଦାଣ୍ଡରେ ଭକ୍ତଙ୍କ ଭିଡ । ଜୟ ଜଗନ୍ନାଥ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ଜଗା ପ୍ରେମରେ ବିଭୋର ଭକ୍ତ । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ଯ ଦର୍ଶନ ।
ଶେଷ ହେଲା ଅଧର ପୋଛା ନୀତି
ମଙ୍ଗଳ ଆଳତୀ ପରେ ମଇଲମ ନୀତି ଓ ତାପରେ ତଡପ ଲାଗି ନୀତି, ଅଧର ପୋଛା ନୀତି ଶେଷ ହେବା ପରେ ୧୦.୨୦ରେ ଅବକାଶ ନୀତି ଅନୁଷ୍ଠିତ ହେବ । ୧୦.୩୦ରେ ରୋଷହୋମ, ୧୦.୫୫ରେ ସୂର୍ଯ୍ୟପୂଜା ହେବ ।
ମଧ୍ୟାହ୍ନରେ ମହାପ୍ରଭୁଙ୍କ ସ୍ନାନ ନୀତି
ସ୍ନାନ ମଣ୍ଡପରେ ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଆଜି ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ ।
ଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟର ଅପୂର୍ବ ଦୃଶ୍ୟ
ସ୍ନାନବେଦୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟର ଅପୂର୍ବ ଦୃଶ୍ୟ । ଧାଡି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ବଡ ଠାକୁର ।
ବଳଭଦ୍ରଙ୍କର ସ୍ନାନ ବେଦୀକୁ ଆଗମନର କିଛି ଅପୂର୍ବ ଦୃଶ୍ୟ
ପ୍ରଭୁ ଶ୍ରୀବଳଭଦ୍ରଙ୍କର ସ୍ନାନ ବେଦୀକୁ ଆଗମନର କିଛି ଅପୂର୍ବ ଦୃଶ୍ୟ । ଧାଡି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ବଡ ଠାକୁର ।
ଆଉ କିଛି ସମୟ ପରେ ହେବ ମଙ୍ଗଳ ଆଳତୀ, ଦେଖନ୍ତୁ କେତବେଳେ ହେବ ସ୍ନାନ ନୀତି
ସ୍ନାନବେଦୀରେ ବିରାଜିଛନ୍ତି ଶ୍ରୀଜିଉ । 9ଟାରେ ମଙ୍ଗଳ ଆଳତୀ ହେବ । ପରେ ପରେ ୯.୧୫ରେ ମଇଲମ ନୀତି, ୯.୨୫ରେ ତଡପ ଲାଗି ନୀତି, ୯.୪୫ରେ ଅଧର ପୋଛା, ୧୦.୨୦ରେ ଅବକାଶ, ୧୦.୩୦ରେ ରୋଷହୋମ, ୧୦.୫୫ରେ ସୂର୍ଯ୍ୟପୂଜା, ୧୧.୧୦ରେ ଦ୍ୱାରପାଳ ପୂଜା, ୧୧.୨୫ରେ ବେଶ ଶେଷ ନୀତି କରାଯିବ । ଏହାପରେ ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ୨.୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଏହାପରେ ଅପରାହ୍ନ ୩ଟା ସମୟରେ ଛେରା ପହଁରା ନୀତି କରାଯିବ । ଛେରା ପହଁରା ନୀତି ପରେ ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହାପରେ ୪ଟାରେ ମହନ୍ତ ଶାଢୀବନ୍ଧା, ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।
ଚକା ଆଖିରେ ଭକ୍ତକୁ ଦେଖୁଛି କାଳିଆ
ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜିଛି କାଳିଆ । ଚକା ଆଖିରେ ଭକ୍ତକୁ ଦେଖୁଛି କାଳିଆ । ସ୍ନାନପୂର୍ଣିମାରେ କାଳିଆ ସାଆନ୍ତେଙ୍କ ଅପୂର୍ବ ରୂପ ।
ସ୍ନାନବେଦୀରେ ଶ୍ରୀଜିଉ
ସରିଲା ପହଣ୍ଡି ବିଜେ ନୀତି । ଧାଡି ପଣ୍ଡିରେ ଆସି ସ୍ନାନବେଦୀରେ ବିରାଜିଲେ ପ୍ରଭୁ ଜଗନ୍ନାଥ । ୩୫ ଗରା ସୁବାସିତ ଜଳରେ ସ୍ନାନ କରିବେ କାଳିଆ ଠାକୁର । ୩୩ ଗରା ବଳଭଦ୍ର, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରାରେ ସୁଦର୍ଶନଙ୍କୁ ସ୍ନାନ କରାଯିବ ।
ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ, ଜନସମୁଦ୍ର ବଡଦାଣ୍ଡ
ଆଜି ବଡଦାଣ୍ଡରେ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । କାଳିଆକୁ ଆଖି ପୁରାଇ ଦେଖିବାକୁ ଜନସମୁଦ୍ର ହୋଇଛି ପୁରୀ । ଲକ୍ଷାଧିକ ଭକ୍ତ ସ୍ନାନଯାତ୍ରା ଅବସରେ ପୁରୀ ଆସିଛନ୍ତି ।
କାଳିଆର ପହଣ୍ଡି ଆରମ୍ଭ
ଆରମ୍ଭ ହେଲା ଜଗତରନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ । ଝୁଲି ଝୁଲି ଆସୁଛି କାଳିଆ । କିଛି ସମୟ ପରେ ସ୍ନାନବେଦୀରେ ବିରାଜିବେ ।
ଧାଡି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ କଲେ ବଳଭଦ୍ର-ସୁଭଦ୍ରା
ପୁରୀ:ଆଜି ଭୋର 4.30ରେ ମଙ୍ଗଳଳାର୍ପଣ ନୀତି ସରିବା ପରେ ଭୋର 5ଟାରୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ପରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିଜେ କରିଥିଲେ । ଶେଷରେ କାଳିଆର ପହଣ୍ଡି ଆରମ୍ଭ ହେବ ।