ଓଡିଶା

odisha

ETV Bharat / state

ମଣ୍ଡିରୁ ଉଠୁନି ଧାନ, ୧୧ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌ - SHOW CAUSE NOTICE TO MILLER

ଗଞ୍ଜାମରେ ମିଲରଙ୍କ ମନମାନୀ ଚାଲିଥିବା ଅଭିଯୋଗ । ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବକୁ ନେଇ 11 ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ।

ମଣ୍ଡିରୁ ଧାନ ନ ଉଠିବାକୁ ନେଇ ଚାଷୀ ବିକ୍ଷୋଭ
ମଣ୍ଡିରୁ ଧାନ ନ ଉଠିବାକୁ ନେଇ ଚାଷୀ ବିକ୍ଷୋଭ (ETV Bharat Odisha File Pic)

By ETV Bharat Odisha Team

Published : Jan 25, 2025, 7:53 AM IST

ବ୍ରହ୍ମପୁର:ଅନ୍ନଦାତାଙ୍କ ପ୍ରତି ଅବହେଳା ପଡିଲା ମହଙ୍ଗା । 11 ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌ । ଚାଷୀଙ୍କ ଅମଳ ହୋଇଥିବା ଧାନକୁ ଉଠାଇବାରେ ଅବହେଳା କରାଯାଇଥିବା ବାରମ୍ବାର ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଛି ଗଞ୍ଜାମ ପ୍ରଶାସନ । ଏନେଇ ବାରମ୍ୱାର ଜିଲ୍ଲାର ଚାଷୀ ଓ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରିବା ପରେ ଶେଷରେ ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣ ଜଣାପଡିବା ପରେ ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଧାନ ଉଠାଇବାରେ ଅବହେଳା:

ଗଞ୍ଜାମ ଜିଲ୍ଲାରେ ଗତ ଜାନୁଆରୀ ୩ରେ ମଣ୍ଡିର ଶୁଭାରମ୍ଭ କରାଯାଇ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲାର ୨୨ ଗୋଟି ବ୍ଲକରେ ନିୟୋଜିତ ରହିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତଥା ତାଙ୍କ ସହ ଟ୍ୟାଗିଙ୍ଗ୍ କରାଯାଇଥିବା ମିଲର ମାନେ ଧାନ ସଂଗ୍ରହ କରିବା କାର୍ଯ୍ୟ ଅବହେଳା କରୁଥିବା ନେଇ ଅଭିଯୋଗ ଆସୁଥିଲା । ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମୀକ୍ଷା କରି ଏଭଳି ବିଭିନ୍ନ ବ୍ଲକ ଓ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକର ମିଲର ମାନଙ୍କୁ ଏଭଳି କାରଣ ଦର୍ଶାଓ ନୋଟିସ୍ ଜାରି କରାଯାଇଛି ।

Show cause Notice To Miller (ETV Bharat Odisha)


ଗଞ୍ଜାମର କେଉଁ ବ୍ଲକରେ କେତେ ମିଲରଙ୍କୁ ନୋଟିସ୍‌:

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ତାଲିକାରେ ଜିଲ୍ଲାର ଛତ୍ରପୁରର ୪ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମପୁର ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

  1. ଛତ୍ରପୁର -4ଜଣ
  2. ଗଞ୍ଜାମ-4 ଜଣ
  3. ପୁରୁଷୋତ୍ତମପୁର-3 ଜଣ


ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ:

ସୂଚନାନୁଯାୟୀ, ଗତ ୨୦ ତାରିଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଳିତ ଖରିଫ୍ ବର୍ଷ ୨୦୨୪-୨୫ ଧାନ କ୍ରୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସମୀକ୍ଷା ବୈଠକରେ ୧୧ ଜଣ ମିଲର ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କରୁଥିବାର ତଥ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସେହି ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଅବିଳମ୍ବେ ମଣ୍ଡିରୁ ଧାନ ଉଠାଇବାକୁ ତାଗିଦ୍ କରାଯାଇଅଛି । ଏହାର ଖିଲାପ କଲେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି ।

ମଣ୍ଡିରୁ ଧାନ ନ ଉଠିବାକୁ ନେଇ ଚାଷୀ ବିକ୍ଷୋଭ (ETV Bharat Odisha File Pic)

ଏହା ମଧ୍ୟ ପଢନ୍ତୁ:

ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ନାଲି ଆଖି, 'ବନ୍ଦ କର ଅଧିକ କଟନୀ ଛଟନୀ'

ମଣ୍ଡିରେ ଉଠୁନି ଧାନ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଟୋକନ ମିଳିଥିଲେ ସୁଦ୍ଧା ଉଠିପାରୁନି ଧାନ, ମଣ୍ଡି ସମ୍ମୁଖରେ ଚାଷୀଙ୍କ ରାସ୍ତାରୋକ

'ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ, FAQ ମାନର ଧାନ ଆଣନ୍ତୁ ଚାଷୀ'

ଧାନ ସଂଗ୍ରହ କରୁନଥିବାରୁ ବଢୁଛି ଅସନ୍ତୋଷ:


ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇଥିବା ବେଳେ ଚାଷୀ ମାନେ ଟୋକେନ୍ ପାଇଛନ୍ତି । ହେଲେ ସେମାନଙ୍କ ଅମଳ ଧାନକୁ ପଞ୍ଚାୟତରେ ଧାନ ସଂଗ୍ରହ ପାଇଁ ନିୟୋଜିତ ହୋଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଧାନ ସଂଗ୍ରହ କରୁନଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୁରଷୋତ୍ତମପୁର ବ୍ଲକ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ହେଲେ ପ୍ରଶାସନର ଏଭଳି କାରଣ ଦର୍ଶାଓ ନୋଟିସ୍ ପରେ ମିଲର ମାନେ ସେମାନଙ୍କୁ ମିଳିଥିବା ଟାର୍ଗେଟ ପୂରଣ କରିବା ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହାରି ଉପରେ ରହିଛି ସମସ୍ତଙ୍କର ନଜର ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details