ଓଡିଶା

odisha

ETV Bharat / state

କୁହୁଡି କାଳ, ବସ-କାର-ବାଇକ ଧକ୍କାରେ ଚାଲିଗଲା 6 ଜୀବନ - କଟକରେ ସଡକ ଦୁର୍ଘଟଣା

Accident in Cuttack: କଟକରେ ପୃଥକ ପୃଥକ ସଡକ ଦୁର୍ଘଟଣା । ଘର ଭିତରେ କାର ପଶିଯିବାରୁ 4 ଜଣଙ୍କର ମୃତ୍ୟୁ । ବସ ଓ ବାଇକ ଧକ୍କାରେ 2 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

କଟକରେ ସଡକ ଦୁର୍ଘଟଣା
Accident in Cuttack

By ETV Bharat Odisha Team

Published : Feb 3, 2024, 8:43 AM IST

Updated : Feb 3, 2024, 9:09 AM IST

କଟକରେ ସଡକ ଦୁର୍ଘଟଣା

କଟକ: କଟକରେ ଭୟଙ୍କର ସଡକ ଦୁର୍ଘଟଣା । କୁହୁଡି ହେଲା କାଳ । ପୃଥକ ପୃଥକ ଦୁର୍ଘଟଣାରେ ଚାଲିଗଲା 6 ଜଣଙ୍କ ଜୀବନ । ଭାରସାମ୍ୟ ହରାଇ ଏକ ଘର ଭିତରେ କାର ପଶିଯିବାରୁ 4 ଜଣଙ୍କର ମୃତ୍ୟୁ ହୋଇଛି । ତିଗିରିଆ ଗଦାଧରପୁରରେ ଏହି ଦୁର୍ଘଟଣା ଘଟିଛି । ସେହିପରି କଟକ-ଚାନ୍ଦବାଲି ରାସ୍ତା ଜନିଆ ଛକ ନିକଟରେ ଯାତ୍ରୀବାହି ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଲା ବସ୍ । ଦୁର୍ଘଟଣାରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ।

ଭାରସାମ୍ୟ ହରାଇ ଘରେ ପଶିଗଲା କାର: ଭୋର ସମୟରେ ତିଗିରିଆ ଗଦାଧରପୁରରେ ଏକ କାର ଦୁର୍ଘଟଣା ଗସ୍ତ ହୋଇଛି । କୁହୁଡି ହୋଇଥିବା କାରଣରୁ ରାସ୍ତା ଦୃଶ୍ୟମାନ ନହେବାରୁ ଏ କାର ଭାରସାମ୍ୟ ହରାଇ ଘରେ ପଶିଯାଇଥିଲା । ଫଳରେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କାରରେ ଥିବା ଯାତ୍ରୀ ବିବାହ ଭୋଜିରେ ସାମିଲ ହୋଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ମରଣଯନ୍ତା ପାଲଟିଛି କଟକ-ପାରାଦ୍ୱୀପ ରାସ୍ତା ! ଟ୍ରକ ଧକ୍କାରେ ଆଖି ବୁଜିଲେ ଦୁଇ ସାଙ୍ଗ

ବସ-ବାଇକ ମଧ୍ୟରେ ଧକ୍କା: ଆଜି ସକାଳ ସମୟରେ କଟକ-ଚାନ୍ଦବାଲି ରାସ୍ତା ଜନିଆ ଛକ ନିକଟରେ ସଡକ ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହି ବସ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଯାଇଥିଲା ବସ୍ । ଦୁର୍ଘଟଣାରେ ଦୁଇ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିଲା । ବସଟି କେନ୍ଦ୍ରାପଡ଼ାରୁ କଟକ ଆସୁଥିଲା । ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି ।

ଜାନୁଆରୀ 24 ତାରିଖରେ କଟକ-ପାରାଦ୍ବୀପ ରାସ୍ତାରେ ସଡକ ଦୁର୍ଘଟଣା ଘଟିଥିଲା । ତେରମାଣପୁର ନିକଟରେ ଏକ ଗଡା ଠାରେ ଏକ ବାଇକକୁ ଟ୍ରକ ଧକ୍କା ଦେଇଥିଲା । ଦୁଇ ମୃତକ ହେଉଛନ୍ତି ବିଶ୍ବାଳି ଗ୍ରାମର ବିଶ୍ବଜିତ ତରାଇ (20) ଓ କୋଲିଆ ଗ୍ରାମର ରାହୁଲ (20) । ଉଭୟ ରାହାମା ସ୍ଥିତ ସାଇଲୋ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦେଖିବାକୁ ଯାଇ ଫେରୁଥିବା ବେଳେ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

ଇଟିଭି ଭାରତ, କଟକ

Last Updated : Feb 3, 2024, 9:09 AM IST

ABOUT THE AUTHOR

...view details