ରାଇରଙ୍ଗପୁର: ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଟାଟୋ ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ ।
ସୂଚନା ଅନୁଯାୟୀ, ଏକ ବାହାଘରରେ ଯୋଗ ଦେବା ପାଇଁ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ଅଞ୍ଚଳକୁ ଯାଇଥିଲା ଏକ ବରଯାତ୍ରୀ ବସ । ବସରେ ୪୧ ଜଣ ବରଯାତ୍ରୀ ରହିଥିବା ବେଳେ ଝାଡ଼ଖଣ୍ଡ ଜାମସେଦପୁରରେ ବାହାଘର ସାରି କରଞ୍ଜିଆ ବାଟ ଦେଇ ନିଜ ଅଞ୍ଚଳ ଯାଜପୁରକୁ ଫେରୁଥିଲେ । କରଞ୍ଜିଆ ଥାନା ଅନ୍ତର୍ଗତ ଟାଟୋ ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥ କଡ଼ରେ ପୂର୍ବରୁ ଏକ ଟ୍ରକ ଛିଡ଼ା ହୋଇଥିଲା । ଆଜି ଭୋର ପ୍ରାୟ ୪.୦୦ ଘଟିକା ସମୟରେ ପ୍ରବଳ କୁହୁଡି ପଡ଼ିଥିବା ଯୋଗୁଁ ରାସ୍ତା ଦେଖା ନ ଯିବା କାରଣରୁ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିବା ବସଟି ଆସି ଟ୍ରକ ପଛରେ ପିଟି ହୋଇ ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- କୁହୁଡି କାଳ, ବସ-କାର-ବାଇକ ଧକ୍କାରେ ଚାଲିଗଲା 6 ଜୀବନ