ଓଡିଶା

odisha

ETV Bharat / state

ଶନି ପୂଜା ବେଳେ ଆକାଶରୁ ଖସିଲା ବିଜୁଳି, ଆଉ ତା ପରେ... - lightning strikes - LIGHTNING STRIKES

Lightning strikes: କାଳ ହେଲା କାଳ ବୈଶାଖୀ । ଶନିଦେବଙ୍କ ପୂଜାବେଳେ କାଳ ବୈଶାଖୀ ସହ ବର୍ଷା ଏବଂ ବଜ୍ରପାତ ହୋଇ 5 ଗୁରୁତ । ଅଧିକ ପଢ଼ନ୍ତୁ

Lightning strikes
Lightning strikes (ETV Bharat Odisha)

By ETV Bharat Odisha Team

Published : May 11, 2024, 10:43 PM IST

Lightning strikes (ETV Bharat Odisha)

ଅନୁଗୋଳ: ଶନିଦେବଙ୍କ ପୂଜାବେଳେ ଅଘଟଣ । ବଜ୍ରପାତରେ ପାଞ୍ଚ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଥିବା ବେଳେ 10ରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାଟି ଅନୁଗୋଳ ଜିଲ୍ଲା ବଲାସିଂହା ଗ୍ରାମର ବାଲିସାହି ଠାରେ ଘଟିଥିବା ସୂଚନା ମିଳିଛି । ବଲାସିଂହା ଗ୍ରାମର ବାଲିସାହି ଅଞ୍ଚଳରେ ଏକ ଅଶ୍ବସ୍ତ ଗଛ ନିକଟରେ ଥିବା ଶନି ଦେବଙ୍କୁ ୩୦ରୁ ଊର୍ଦ୍ଧ୍ବ ମହିଳା ପୂଜା କରୁଥିଲେ । ଅପରାହ୍ନରେ ହଠାତ କାଳ ବୈଶାଖୀ ସହ ବର୍ଷା ଏବଂ ବଜ୍ରପାତ ହୋଇ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିଦେବଙ୍କର ପୂଜା କରାଯାଉଛି । ହେଲେ କିଏ ଜାଣିଥିଲା ଏମିତି ଅଘଟଣ ଘଟିଯିବା ବୋଲି । ତେବେ ବଜ୍ରପାତ ଫଳରେ 5 ଜଣ ମହିଳା ଗୁରୁତର ଆହତ ହୋଇ ଯାଇଥିଲେ । ତେବେ ଗୁରୁତର ହୋଇଥିବା ମହିଳାମାନେ ହେଲେ ସେହି ଗ୍ରାମର 30 ବର୍ଷୀୟ ଝରଣା ବାରିକ, 25 ବର୍ଷୀୟ ସାଗରିକା ସାହୁ ,25 ବର୍ଷୀୟ ଡଲି ସାହୁ, 30 ବର୍ଷୀୟ ସସ୍ମିତା ବାରିକ, 35 ବର୍ଷୀୟ ଚିଲୀ ସାହୁ । ତେବେ ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। 5 ଗୁରୁତରଙ୍କ କାନକୁ ଭଲ ଭାବେ ଶୁଭା ଯାଉ ନଥିବା ସେମାନେ ପ୍ରକାଶ କରିଛନ୍ତି। ସେହିଭଳି ସେଠାରେ ଥିବା ଅନ୍ୟ ମହିଳା ମାନେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସେମାନଙ୍କୁ ମଧ୍ୟ ପର୍ଯ୍ୟାୟ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ପାଞ୍ଚ ଜଣକୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.. ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ କେନ୍ଦ୍ରାପଡାରେ ୪ ମୃତ - Lightning Strike

ତେବେ କିଛିଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ସାମାନ୍ୟ ଝଡବର୍ଷା ହୋଇଥିବା ବେଳେ ବଜ୍ରପାତ ମଧ୍ୟ ହୋଇଥିଲା । ଅପରାହ୍ନରେ ଭାଗରେ ଆଣିଥିବା ବିଲକୁ ଶଶୀରେଖା ଏବଂ ତାଙ୍କ ପୁଅ ରବୀନ୍ଦ୍ର ମୁଗ ଉପାଡିବାକୁ ଯାଇଥିଲେ । ତେବେ ହଠାତ ଆକାଶରେ କଳା ହାଣ୍ଡିଆ ମେଘ ଘୋଟି ଅଳ୍ପ ସମୟ ମଧ୍ୟରେ ପ୍ରବଳ ବଜ୍ରପାତ ହେବାରୁ ମା’ ପୁଅ ଉଭୟେ ସେଠାରୁ ଆସି ପାରିନଥିଲେ । ଫଳରେ ବଜ୍ରାଘାତରେ ମା’ ଶଶୀରେଖା ଏବଂ ପୁଅ ରବୀନ୍ଦ୍ରଙ୍କ ବିଲରେ ହିଁ ମୃତ୍ୟୁ ହୋଇଥିଲା। ଉଭୟଙ୍କୁ ବିଲରୁ ନଫେରିବା ଦେଖି ଶଶୀରେଖାଙ୍କ ସ୍ୱାମୀ ଦିବାକର ବାରିକ ବିଲକୁ ଯାଇ ଉଭୟଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କୁ ଡାକି ଥିଲେ । ପରେ ଜହ୍ନିମୂଳ ଗାଁ ଲୋକେ ଉଭୟଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details