ଓଡିଶା

odisha

ETV Bharat / state

ଗୁରୁତର ଅବସ୍ଥାରେ ସମ୍ବର ଉଦ୍ଧାର, ଚିକିତ୍ସା ଜାରି - ଉଦ୍ଧାର ହେଲା ସମ୍ବର

Sambar deer Rescued: ଜଙ୍ଗଲ ଭିତରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହେଲା ସମ୍ବର । ବରଗଡ ଜିଲ୍ଲା ଡ଼ୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲ ଭିତରେ ପଡ଼ିରହିଥିଲା ଏହି ସମ୍ବର । ଅଧିକ ପଢ଼ନ୍ତୁ

ଉଦ୍ଧାର ହେଲା ସମ୍ବର
ଉଦ୍ଧାର ହେଲା ସମ୍ବର

By ETV Bharat Odisha Team

Published : Feb 8, 2024, 9:27 PM IST

ଉଦ୍ଧାର ହେଲା ସମ୍ବର

ବରଗଡ: ଜଙ୍ଗଲ ଭିତରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହେଲା ସମ୍ବର । ବରଗଡ ଜିଲ୍ଲା ଡ଼ୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲ ଭିତରୁ ସମ୍ବରଟିକୁ ଉଦ୍ଧାର କରାଯାଇଛି । ସମ୍ବରଟି ଦେହରେ ଅନେକ ଆଘାତ ଲାଗିଛି । ବନ ବିଭାଗର କର୍ମଚାରୀ ଖବର ପାଇ ତାକୁ ସେଠାରୁ ଉଦ୍ଧାର କରିଥିଲେ । ସମ୍ବରଟିର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ସମ୍ବରଟିର ଉତ୍ତମ ଚିକିତ୍ସା କରାଯାଉଛି ।

ଗତ 6 ତାରିଖ (ମଙ୍ଗଳବାର) ଦିନ ବରଗଡ ଜିଲ୍ଲାରେ ଜଙ୍ଗଲ ଭିତରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହେଲା ସମ୍ବର । ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକ ଅନ୍ତର୍ଗତ ଡ଼ୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲ ଭିତରେ ଗୁରୁତର ଆହତ ଅବସ୍ଥାରେ ଏକ ସମ୍ବର ପଡିରହିଥିଲା । ତେବେ ସମ୍ବରଟିର ମେରୁଦଣ୍ଡରେ ଏବଂ ଶରୀରରେ ଆଘାତ ଲାଗିଥିଲା । ମେରୁଦଣ୍ଡରେ ଆଘାତ କାରଣରୁ ସେ ଉଠି ନପାରି ଚିତ୍କାର କରୁଥିଲା । ଖବର ପାଇ ବନ ବିଭାଗର କର୍ମଚାରୀ ସେଠାକୁ ଯାଇ ସମ୍ବରଟିକୁ କରିଥିଲେ । ଉଦ୍ଧାର କରି ଭଟଲି ବ୍ଲକ ପିପଲମୁଣ୍ଡା ସ୍ଥିତ ଉଦ୍ଧାର କେନ୍ଦ୍ରକୁ ନେଇଥିଲେ । ସେଠାରେ ସମ୍ବଲପୁର ପ୍ରାଣୀ ଉଦ୍ୟାନରୁ ଆସିଥିବା ପ୍ରାଣୀ ଚିକିତ୍ସକ ତାର ଚିକିତ୍ସା କରିଥିଲେ । ଡାକ୍ତର ନବିନ କୁମାର ମିଶ୍ର ତାଙ୍କ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ ସହିତ ଉକ୍ତ ସମ୍ବରଟିର ଚିକିତ୍ସା କରୁଛନ୍ତି । ସମ୍ବରଟିର ଉତ୍ତମ ଚିକିତ୍ସା ପାଇଁ କ୍ୟାଲସିୟମ, ଫସଫରସ୍, ନର୍ଭାଇନ୍ ଉତ୍ତେଜକ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଔଷଧ ଏବଂ ଇଞ୍ଜେକ୍ସନ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ମୃତ

ଚିକିତ୍ସକଙ୍କ ବିସ୍ତୃତ ପରୀକ୍ଷଣରୁ ଜଣାପଡିଛି ଯେ ଆହତ ସମ୍ବରଟିର ମେରୁଦଣ୍ଡରେ ଆଘାତ ଲାଗିଛି । ଫଳରେ ସମ୍ବରଟି ନିଜର ପଛ ଅଙ୍ଗକୁ ଉଠାଇବାକୁ ଅସମର୍ଥ ହୋଇପଡିଛି । ସମ୍ବରଟି ପାହାଡିଆ ଅଞ୍ଚଳରେ ଦୌଡିବା ସମୟରେ କୌଣସି କାରଣରୁ କଚାଡି ହୋଇ ପଥରରେ ପଡିଯିବାରୁ ଏପରି ହୋଇଥିବା ଅନୁମାନ କରାଯାଉଛି । ସମ୍ବରଟି ପଡିରହିଥିବା ସ୍ଥାନଟି ପାହାଡ ଠାରୁ 20 ଫୁଟ ତଳକୁ ରହିଛି । ଯେଉଁ କାରଣରୁ ଅନୁମାନ କରାଯାଉଛି ଯେ, ସମ୍ବରଟି ପ୍ରାୟ 20 ଫୁଟ ଉଚ୍ଚରୁ ତଳକୁ ପଡିଯାଇ ଗୁରୁତର ଆହତ ହୋଇଛି । ଏତେ ଉଚ୍ଚରୁ ପଡ଼ିବା କାରଣରୁ ତାର ମେରୁଦଣ୍ଡରେ ଆଘାତ ଲାଗିଛି । ଫଳରେ ସେ କେଉଁଆଡ଼େ ଯାଇ ନପାରି ସେଠାରେ ପଡ଼ିରହିଛି । ସମ୍ବରଟିର ବୟସ ସାତ ବର୍ଷ ହୋଇଥିବା ବେଳେ ଏହା ଏକ ଅଣ୍ଡିରା ବୋଲି ଡାକ୍ତର କହିଛନ୍ତି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details