ଭୁବନେଶ୍ୱର:ରାଜଧାନୀରେ ସିରିଜ ଦୁର୍ଘଟଣା ଘଟାଇଲା 'ମୋ ବସ' । ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ ଥିବା ୟୁକୋ ବ୍ୟାଙ୍କ ସମ୍ମୁଖରେ ଘଟିଥିବା ଏହି ସିରିଜ ଦୁର୍ଘଟଣାରେ ୪ ଜଣ ଲୋକ ଆହତ ହୋଇଥିବା ବେଳେ 3ଟି ଗାଡି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି ।
- ଭୁବନେଶ୍ବରେ ସିରିଜ ଦୁର୍ଘଟଣା:
ପୁଣି ଭୁବନେଶ୍ବରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଛି । ମୋ ବସକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ମୋ ବସ । ଯାହାଫଳରେ 3 ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ୁନଥିଲେ ମଧ୍ୟ ଉଭୟେ ଦ୍ରୁତ ଗତିରେ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଆଗରେ ଯାଉଥିବା ମୋ ବସଟି ହଠାତ୍ ବ୍ରେକ ମାରିବାରୁ ପଛପଟୁ ଆସୁଥିବା ବସଟି ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଗାଡ଼ିର ଗ୍ଲାସ ଭାଙ୍ଗିବା ସହ ୪ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଆହାତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।