ରାୟଗଡ଼ା:ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ପରଲୋକ । ୮୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ରାୟଗଡ଼ା ଜିଲ୍ଲା ବିଷମକଟକରୁ କଂଗ୍ରେସ ଟିକଟରେ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଡମ୍ବରୁଧର । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଡମ୍ବରୁଧର ଉଲ୍ଲାକା ୧୯୭୪ ମସିହାରେ କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୨ ଓ ୧୯୮୯ ମସିହାରେ ସେ ରାଜ୍ୟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ଶେଷଥର ପାଇଁ ୨୦୧୪ ମସିହାରେ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକା ଭାବେ ନିର୍ବାଚନ ଲଢିଥିଲେ । ଦୀର୍ଘ ଦିନ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡମ୍ବରୁଧରଙ୍କ ମରଶରୀର ତାଙ୍କର ଜନ୍ମମାଟିକୁ ଅଣାଯିବ ।
ଏହା ମଧ୍ୟ ପଢନ୍ତୁ: ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ - Sushil Modi Passes Away