ETV Bharat / state

HMPV ଭାଇରସକୁ ଡରିବାର ନାହିଁ, ଆମେ ପ୍ରସ୍ତୁତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ - HMPV VIRUS

ଖୁବଶୀଘ୍ର ରାଜ୍ୟରେ ଖୋଲିବ ହେଲଥ ଏମେରଜେନସି ଅପରେସନ ସେଣ୍ଟର । ଗୋଟିଏ ସ୍ଥାନରେ ରହିବ ସ୍ୱାସ୍ଥ୍ୟ ଡାଟା ନେଇ ଏକ ଡାସବୋର୍ଡ।

hmpv virus
hmpv virus (ETV BHARAT ODISHA)
author img

By ETV Bharat Odisha Team

Published : Jan 13, 2025, 7:57 PM IST

ଭୁବନେଶ୍ବର: HMPV ଭାଇରସକୁ ନେଇ ଚାରିଆଡେ ଭୟର ବାତାବରଣ । ଦେଶରେ ଜଣଙ୍କ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା HMPV ଭାଇରସ ଚିହ୍ନଟ ହୋଇନାହାନ୍ତି । ଏହି ଭାଇରସକୁ ନେଇ ରାଜ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି । ଏହାକୁ ନେଇ କୌଣସି ପ୍ରକାର ଡରିବାର ନାହିଁ, ସ୍ପେଶାଲ ଆଡଭାଇଜରୀ ଜାରି କରାଯାଇନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ନୂଆ ଭାଇରସକୁ ନେଇ ଆମେ ପୁରା ପ୍ରସ୍ତୁତ:

ସେ ଆହୁରି ମଧ୍ୟ କହିଛନ୍ତି, ''କେନ୍ଦ୍ର ସରକାର ନୂଆ ଭାଇରସକୁ ନେଇ କୌଣସି ଆଡଭାଇଜରୀ ଜାରି କରିନାହାନ୍ତି । ତେଣୁ ଆମେବି କରୁନାହୁଁ । କିଛି ଡରିବାର ନାହିଁ । ଥଣ୍ଡା, କାଶ ସାଧାରଣ କଥା । ବର୍ତ୍ତମାନ କୌଣସି ରିପୋର୍ଟ ଆସିନାହିଁ । ସମସ୍ତେ ଏନେଇ ଆଲର୍ଟ ଅଛନ୍ତି । ସର୍ଭିଲାନ୍ସ ନେଇ ଆମର IDSP ଓ NCDC କାମ କରୁଛି । ଶୀତ ଦିନରେ ଥଣ୍ଡା, ଜ୍ବର ଓ କାଶ ଅଧିକ ହୁଏ । WHO ରିପୋର୍ଟ ଅନୁସାରେ, ଚାଇନାରେ ବି କେସ କମିଛି । ଭାରତରେ ବି କମୁଛି । ଓଡ଼ିଶାରେ ଏ ଯାଏଁ କୌଣସି କେଶ ଆସିନି। ବ୍ୟସ୍ତ ହେବାରେ କିଛି ନାହିଁ। କେସ ବଢିଲେ, ସେ ସମୟରେ ଦେଖାଯିବ । ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ''

HMPV VIRUS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-'HMPV' ଟାର୍ଗେଟରେ ଶିଶୁ, ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ କେମିତି ରହିବେ ସୁରକ୍ଷିତ ? - HMPV VIRUS

ରାଜ୍ୟରେ ଖୋଲିବ ହେଲଥ ଏମେରଜେନସି ଅପରେସନ ସେଣ୍ଟର:

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ''ହେଲଥ ଏମେରଜେନସି ଅପରେସନ ସେଣ୍ଟର ଖୋଲିବା ନେଇ କେନ୍ଦ୍ର ସରକାର ସହ MOU ହୋଇଛି । ଏହି ସେଣ୍ଟର ୨୪ ଘଣ୍ଟା କାମ କରିବ। ସାରା ରାଜ୍ୟର ସ୍ୱାସ୍ଥ୍ୟ ଡାଟା ନେଇ ଏକ ଡାସବୋର୍ଡ ପ୍ରସ୍ତୁତ ହେବ । ଏହା ରାଜ୍ୟ ଅଧୀନରେ କାମ କରିବ । ଭୁବନେଶ୍ୱର ନଅ ତାଲାରେ ଏହି ସେଣ୍ଟର ହେବ। ଖୁବଶୀଘ୍ର ଏହା କାମ ଆରମ୍ଭ ହେବ । ''

ଏହା ମଧ୍ୟ ପଢନ୍ତୁ-HMPV ଭାଇରସ୍: ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ପକ୍ଷରୁ ନିଜସ୍ୱ ନିର୍ଦ୍ଦେଶାବଳୀ ଦାବି କଲେ ବିରୋଧୀ - HMPV VIRUS TENSION IN ODISHA

HMPV ପାଇଁ ସେମିତି କିଛି ଅଲଗା ଚିକିତ୍ସା ନାହିଁ:

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ''HMPV ଭାଇରସକୁ ନେଇ କୌଣସି ଗାଇଡଲାଇନ ଆସିନାହିଁ । ଏହି ରୋଗରେ ଲକ୍ଷଣ ହେଲା ଜ୍ବର, ଧଣ୍ଡା, କାଶ ତାପରେ ନିମୋନିଆ ହୋଇପାରେ । ଆମର ଯେମିତି ILI, SARIର ସର୍ଭିଲାନ୍ସ ଚାଲିଛି, ତାହା ଜାରି ରହିଛି । ଭୁବନେଶ୍ୱରରେ ଷ୍ଟେଟ IDSP ସେଲ ଓ କେନ୍ଦ୍ରରୁ NCDC ଏହାକୁ ମନିଟର କରୁଛନ୍ତି । ଏହି ଭାଇରସ ପାଇଁ ସେମିତି କିଛି ଅଲଗା ଚିକିତ୍ସା ନାହିଁ । ନିମୋନିଆ ହେଲେ ଯେମିତି ଚିକିତ୍ସା କରାଯାଏ ଏହାର ସେମିତି କରାଯିବ । କୋଭିଡ ସମୟରରୁ ଆମ ରାଜ୍ୟରେ ଏଭଳି ସଂକ୍ରମଣର ପରୀକ୍ଷା ଓ ଚିକିତ୍ସା ସବୁ ବ୍ୟବସ୍ଥା ଅଛି । ଏଥି ପାଇଁ ସଜାଗ ଅଛୁ । କେନ୍ଦ୍ର ସରକାର ଯାହା ଆଡଭାଇଜରୀକୁ ଅପେକ୍ଷା କରିଛୁ । ଯାହା ନିର୍ଦ୍ଦେଶ ଆସିବ ସେପରି ଆକ୍ସନ ନିଆଯିବ । କୋଭିଡ ସମୟରେ ନିମୋନିଆକୁ ଆମେ ଡିଲ କରୁଛୁ । ଏହି ରୋଗ ସେତିକି ମାରାତ୍ମକ ନଥିଲେ ମଧ୍ୟ ସତର୍କ ରହିବା ଜରୁରୀ । ହସ୍ପିଟାଲରେ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି । ଥଣ୍ଡା, କାଶ, ଜ୍ବର ନେଇ ସର୍ଭିଲାନ୍ସ ଚାଲିଛି ।

ଏପଟେ HMPV ଭାଇରସକୁ ନେଇ ବୁଧବାର ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ବୁଧବାର ଦିନ ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତି ନେଇ ଆଲୋଚନା କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । HMPV ଭୂତାଣୁ ନେଇ କେନ୍ଦ୍ର ଗାଇଡଲାଇନକୁ ଅପେକ୍ଷା କରାଯାଇଛି । ଗାଇଡ ଲାଇନ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.