ଓଡିଶା

odisha

ETV Bharat / state

ଜଳବାୟୁ ପରିବର୍ତ୍ତନରେ କ୍ଷତି ସହିବେନି ଚାଷୀ: NRRI - Seminar On Climate Change

Seminar On Sustainable Production: ଜଳ ବାୟୁ ପରିବର୍ତ୍ତନରେ ଏଣିକି ପ୍ରଭାବିତ ହେବନି ଚାଷ । ଆଧୁନିକ ଜ୍ଞାନ କୌଶଳ ବଳରେ ଚାଷୀ କିପରି ଲାଭବାନ ହେବେ ସେ ନେଇ ଆଲୋଚନା ହୋଇଛି ।

ଜଳବାୟୁ ପରିବର୍ତ୍ତନରେ କ୍ଷତି ସହିବେନି ଚାଷୀ: NRRI
ଜଳବାୟୁ ପରିବର୍ତ୍ତନରେ କ୍ଷତି ସହିବେନି ଚାଷୀ: NRRI

By ETV Bharat Odisha Team

Published : Mar 16, 2024, 8:00 AM IST

ଜଳବାୟୁ ପରିବର୍ତ୍ତନରେ କ୍ଷତି ସହିବେନି ଚାଷୀ: NRRI

କଟକ: ଜଳ ବାୟୁ ପରିବର୍ତ୍ତନରେ ଏଣିକି ପ୍ରଭାବିତ ହେବନି ଚାଷ । କ୍ଷତି ସହିବନି ଚାଷୀ । ଏହାର ଉପକାରିତାକୁ ନେଇ ଗତକାଲି ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ରାଜ୍ୟ କୃଷି ବିଶ୍ଵବିଦ୍ୟାଳୟ ଏବଂ ଟେକ୍ନିକାଲ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସଙ୍ଗମ-2024 ଏକ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଜଳ ବାୟୁ ପରିବର୍ତ୍ତନ ହେଲେ ମଧ୍ୟ ଆଧୁନିକ ବିଜ୍ଞାନ ବଳରେ ଚାଷୀ କିପରି କ୍ଷତି ନ ସହି ଲାଭବାନ ହୋଇ ପାରିବେ ତାହା ଉପରେ ଆଲୋଚନା ହୋଇଥିଲା ।

ଏହି ସମ୍ମିଳନୀରେ ବହୁ ବିଶିଷ୍ଟ କୃଷିବିତ, ବୈଜ୍ଞାନିକ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର୍ ମାନେ ଯୋଗ ଦେଇ ଆଧୁନିକ ଜ୍ଞାନ କୌଶଳରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ । ବିଶେଷ କରି କୃଷି, ମାଛ ଚାଷ, ଉଦ୍ୟାନ, କୁକୁଡ଼ା ଚାଷ, ତେଲ,ମଞ୍ଜି, ଡାଲି, ଗୋପାଳନ, ଏବଂ ଜାତୀୟ ଫସଲ କିପରି ଜଳବାୟୁ ପରିବର୍ତ୍ତନରେ ଉତ୍ପାଦନ ବୃଦ୍ଧି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ଡକ୍ଟର ପି କେ ରାଉଳ, ଡକ୍ଟର ଏ ଷଡଙ୍ଗୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ 2024 ସଙ୍ଗମ ସମ୍ମିଳନୀକୁ ଉଦଘାଟନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ସମନ୍ବିତ ଚାଷ ସାଜିଛି ଉଦାହରଣ, ଜମିହୀନଙ୍କୁ ବିନା ଶୁଳ୍କରେ ଜମି ଦେଲେ ଯୁବଚାଷୀ

ଏହା ମଧ୍ୟ ପଢନ୍ତୁ......ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବିନୟ, ସମାଜକୁ ସୁସ୍ଥ ରଖିବାକୁ ଲକ୍ଷ୍ୟ

ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷି ଉତ୍ପାଦନ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଆଧୁନିକ ପ୍ରଣାଳୀରେ କୃଷି ଠାରୁ ଆରମ୍ଭ କରି ମାଛ ଚାଷ, କୁକୁଡ଼ା ଚାଷ, ତେଲ, ଡାଲି, ଗୋପାଳନର ଉତ୍ପାଦନ ବୃଦ୍ଧି ପାଇଁ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଉଛି । ତେଣୁ କୃଷିବିତ,ଚାଷୀ ଏବଂ ବୈଜ୍ଞାନିକ ମାନଙ୍କ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା କରି ଉତ୍ପାଦନ ବୃଦ୍ଧି ଉପରେ ରହିଥିଲା ଗୁରୁତ୍ୱ । କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇଁ ବୈଜ୍ଞାନିକ ମାନେ ପ୍ରତିଦିନ ଗବେଷଣା କରୁଛନ୍ତି । ଆଧୁନିକ ବିଜ୍ଞାନ ଯୁଗରେ ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଉତ୍ପାଦନ ବୃଦ୍ଧି କରିବାକୁ ଅତିଥି ମାନେ ଆହ୍ଵାନ ଦେଇଥିଲେ । ସେପଟେ ରାଜ୍ୟ ସରକାର ଚାଷ କାର୍ଯ୍ୟ ପାଇଁ ଅନେକ ଜନହିତକାରୀ ଯୋଜନା କରିଛନ୍ତି । ଏଥିପାଇଁ ରାଜ୍ୟର ଅନେକ ଶିକ୍ଷିତ ଯୁବକ ଯୁବତୀ ରୋଜଗାର କ୍ଷମ ହୋଇପାରୁଛନ୍ତି ।

ଇଟିଭି ଭାରତ,କଟକ

ABOUT THE AUTHOR

...view details