ଓଡିଶା

odisha

ଆରମ୍ଭରୁ ଅଚଳ: ରାଜ୍ୟପାଳ ପୁଅଙ୍କ ମାଡ ପ୍ରସଙ୍ଗରେ ବିଜେଡି ଓ କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ନାରାବାଜୀ, 4ଟା ଯାଏ ଗୃହ ମୁଲତବୀ - SECOND PHASE OF BUDGET SESSION

By ETV Bharat Odisha Team

Published : Aug 20, 2024, 7:56 AM IST

Updated : Aug 20, 2024, 3:30 PM IST

Second phase of odisha Budget session from today: ଆଜିଠାରୁ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ବଜେଟ ଓ ବିଭାଗୀୟ ଖର୍ଚ୍ଚ ଦାବି ପ୍ରସଙ୍ଗରେ ସରଗରମ ହେବ ଗୃହ । ଅଧିକ ପଢନ୍ତୁ

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ: କାଲିଠୁ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା, ସେପ୍ଟେମ୍ବର 10ରେ ବ୍ୟୟମଞ୍ଜୁରୀ ବିଲ୍‌
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ: କାଲିଠୁ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା, ସେପ୍ଟେମ୍ବର 10ରେ ବ୍ୟୟମଞ୍ଜୁରୀ ବିଲ୍‌ (ETV Bharat Odisha)

ଭୁବନେଶ୍ବର:ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏଥିରେ ବଜେଟ ଓ ବିଭାଗୀୟ ବ୍ୟୟବରାଦ ସମ୍ପର୍କରେ ଆଲୋଚନା ହେବ । ଆସନ୍ତାକାଲିଠାରୁ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ସେପ୍ଟେମ୍ବର 10ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବା ସହ 13 ତାରିଖରେ ଏହି ଅଧିବେଶନ ଶେଷ ହେବ । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି । କଲେଜରେ ଛାତ୍ର ସଂସଦର ନିର୍ବାଚନ ଦାବି କରି ଗୃହରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । କଂଗ୍ରେସର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ପ୍ରତିବାଦ କରିଥିଲେ । କଲେଜ ନିର୍ବାଚନ ଦାବି କରି ସ୍ଲୋଗାନ ଦେଇଥିଲେ ।

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ (ETV Bharat Odisha)

ସେପଟେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀ ପ୍ରଶ୍ନକାଳରେ ଉତ୍ତର ରଖୁଥିବା ବେଳେ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ପ୍ରତିବାଦ ଜଣାଇଥିଲେ । ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ପୀଡିତ ASOଙ୍କୁ ନ୍ୟାୟ ପ୍ରଦାନ କେତେଦୂର ଗଲା ,ଏନେଇ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲିକ କହିବାକୁ ଚାହୁଁଥିଲେ । ତାଙ୍କୁ ସୁଯୋଗ ଦିଆଯାଇନଥିବାରୁ ବିଜେଡି ସଦସ୍ୟମାନେ ନାରାବାଜୀ କରିଥିଲେ । ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଛାତ୍ର ସଂସଦ ନିର୍ବାଚନ ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ପ୍ରତିବାଦ ଓ ନାରାବାଜୀ କରିଥିଲେ । ପ୍ରଥମେ ଗୃହକାର୍ଯ୍ୟ ପୂର୍ବାହ୍ନ 11ଟା 41 ଓ ପରବର୍ତ୍ତୀ ସମୟରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ: କାଲିଠୁ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା, ସେପ୍ଟେମ୍ବର 10ରେ ବ୍ୟୟମଞ୍ଜୁରୀ ବିଲ୍‌ (ETV Bharat Odisha)
  • କାଡାମ କହିଲେ କଂଗ୍ରେସ ରଣନୀତି:-

ବିରୋଧୀ କଂଗ୍ରେସ ଚଳିତ ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ମିଳିତ ପ୍ରସଙ୍ଗକୁ ଉତ୍ଥାପନ କରିବ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ସେ କହିଛନ୍ତି, ‘‘ପୋଲାଭରମ, ପୁରୁଣା ପେନ୍‌ସନ୍‌, ମହିଳା ସୁରକ୍ଷା ଆଦି ପ୍ରସଙ୍ଗ ଉଠିବ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି ହୋଇ ଆସୁଛି । ହେଲେ କେନ୍ଦ୍ର ସରକାର ଶୁଣୁ ନାହାନ୍ତି । ପୋଲାଭରମ ପ୍ରକଳ୍ପକୁ କଂଗ୍ରେସ ବିରୋଧ କରିବ । ସେ କଥା ବିଧାନସଭାରେ ଉଠିବ ।ପୋଲାଭରମ ପ୍ରଜଳ୍ପ ହେଲେ ଓଡ଼ିଶାର ଲୋକେ ଅସୁବିଧାରେ ପଡିବେ । କଂଗ୍ରେସ ଟିମ୍‌ ପୋଲାଭରମ ସ୍ଥଳ ଗସ୍ତ କରିଥିଲା । କୋଟିଆ ଓଡ଼ିଶାର ଏକ ଅବିଛେଦ୍ୟ ଅଙ୍ଗ । ସେଠାରେ ଆନ୍ଧ୍ର ପ୍ରଦେଶ ସରକାର ଅନୁପ୍ରବେଶ କରୁଛନ୍ତି ।ଅନୁପ୍ରବେଶକାରୀଙ୍କ କଥା ମଧ୍ୟ ବିଧାନସଭାରେ ଉଠିବ । କଂଗ୍ରେସ ସବୁବେଳେ ଲୋକଙ୍କ ସହ ରହିଛି । ଲୋକଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ସବୁବେଳେ ଛିଡା ହୋଇଛି । ଆହୁରି ଅନେକ ପ୍ରସଙ୍ଗ ଆମେ ଗୃହରେ ଉଠାଇବୁ ।’’

  • ଆଲୋଚନା ପାଇଁ ସରକାର ମଧ୍ୟ ପ୍ରସ୍ତୁତ:-

ଅନ୍ୟପଟେ ବିରୋଧୀଙ୍କ ସମରଶଯ୍ୟା ମଧ୍ୟରେ ଡିଫେଣ୍ଡ କରିବାକୁ ସରକାର ମଧ୍ୟ ପ୍ରସ୍ତୁତ । ଅଧିବେଶନ ବେଳେ ସରକାରଙ୍କ ପକ୍ଷରୁ ବହୁଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’ର SOP ଘୋଷଣା ହୋଇପାରେ । ଗୃହରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିପାରନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନିଜେ ଏହି ସୂଚନା ଦେଇଥିଲେ । ସୁଭଦ୍ରା ଯୋଜନାରେ ମହିଳାଙ୍କ ସୁରକ୍ଷା ପାଇଁ ହୋଇଛି । ତମାମ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

  • ଗତମାସ 25 ତାରିଖରେ ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ:-

ଗତମାସ (ଜୁଲାଇ) 25 ତାରିଖରେ ମୋହନ ସରକାର ନିଜର ପ୍ରଥମ ବାର୍ଷିକ ବଜେଟ ଉପସ୍ଥାପନ କରିଥିଲେ । ଅର୍ଥ ବିଭାଗ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆର୍ଥିକବର୍ଷ 2024-25 ପାଇଁ ମୋଟ 2.65 ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଥିଲେ । ଆର୍ଥିକବର୍ଷ 2023-24 ରେ ନବୀନ ସରକାର ଉପସ୍ଥାପିତ କରିଥିବା ବାର୍ଷିକ ବଜେଟର ପରିମାଣ ଥିଲା 2.30 ଲକ୍ଷ କୋଟି । ଯାହାକି ଚଳିତ ବଜେଟର ପ୍ରାୟ 15 ପ୍ରତିଶତ କମ ଥିଲା । ସରକାରର ପ୍ରଥମ ବଜେଟକୁ ଭାରତୀୟ ଜନତା ପାର୍ଟି ଐତିହାସିକ ଓ ପ୍ରଗତିଶୀଳ ବଜେଟ ଦର୍ଶାଇଥିବା ବେଳେ ଚିରାଚରିତ ଢଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ନୈରାଶ୍ୟଜନକ କହିଥିଲେ । ଏକାଧିକ ଯୋଜନାର ନାମ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଶାସକ-ବିରୋଧୀ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2024, 3:30 PM IST

ABOUT THE AUTHOR

...view details