ଭୁବନେଶ୍ବର: ରାଜ୍ୟରେ ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ଭୟ ରହିଛି । ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗଜପତି ଜିଲ୍ଲା । ଏକମାତ୍ର ଜିଲ୍ଲା ଭାବେ ଗଜପତି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ। ଗଜପତି ଜିଲ୍ଲାରେ ରହିଛି ୧୨୯ ଟି ଭୁସ୍କଳନ ପ୍ରବଣ ସ୍ଥାନ। ଭୁସ୍କଳନ ହ୍ରାସ ପାଇଁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, ଅମୃତା ବିଶ୍ୱ ବିଦ୍ୟା ପୀଠ,କେରଳ ମଧ୍ୟରେ ଲଗାତାର ସମନ୍ୱୟ ବୈଠକ ବସୁଛି ।
ଅଧିକ ପଢନ୍ତୁ- ଓଡ଼ିଶାରେ ସୁନା ଖଣି ସନ୍ଧାନ: ୯ ଜିଲ୍ଲାରେ ଗୋଲ୍ଡ ଗଚ୍ଛିତ ନେଇ ବିଧାନସଭାରେ ଖଣି ମନ୍ତ୍ରୀଙ୍କ ବୟାନ - Gold mine in Odisha
ଅଧିକ ସର୍ଭେ ପାଇଁ ଓସଡ଼ମା ଏବଂ ଅମୃତା ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ୱକ୍ଷର ହୋଇଛି । ସେହିପରି ରାଜ୍ୟର ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ଭୟ । ଜୋନ-୩ (Earthquake Zone-3) ଭୂମିକମ୍ପ ଅଞ୍ଚଳରେ ଆସୁଛି ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା,କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ବାଲେଶ୍ଵର, ମୟୁରଭଞ୍ଜ । ବିଧାନସଭାରେ ଲକ୍ଷ୍ମୀପୁର କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନ ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଲିଖିତ ଉତ୍ତର।
ଦେବଗଡ ଓ କେନ୍ଦୁଝରରେ ଅଛି ସୁନା ଖଣି:
''ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ସୁନା ଗଚ୍ଛିତ ରହିଛି । ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚି଼ହ୍ନଟ ଚାଲିଛି । ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନା ଖଣି ଅନ୍ବେଷଣ କରାଯାଉଛି,'' ବୋଲି ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ।
ଏହାସହିତ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ସୁନା ଖଣି ଥିବା ସୂଚନା ମିଳିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ଗୃହରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା ।
ପୂର୍ବରୁ କଣ କହିଥିଲେ ତତ୍କାଳୀନ ଖଣି ମନ୍ତ୍ରୀ ?
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଫେବୃଆରୀରେ ତତ୍କାଳୀନ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ଜେନା ମଧ୍ୟ ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସୁନା ଖଣି ଥିବା ବିଧାନସଭାରେ ସୂଚନା ଦେଇଥିଲେ । ଦେବଗଡ଼ ଆଡାସ ଅଞ୍ଚଳରେ ସୁନା ଖଣି ସାଙ୍ଗକୁ କପର, ରୂପା, ନିକେଲ ଆଦି ରହିଛି । ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ମନ୍ତ୍ରୀ କହିଥିଲେ । ଆଜି ବର୍ତ୍ତମାନର ଖଣି ମନ୍ତ୍ରୀ ବିଭୂତି ଜେନା ଏହି ତିନି ଜିଲ୍ଲା ବ୍ୟତୀତ ରାଜ୍ୟର ଆହୁରି ଅନେକ ଜିଲ୍ଲାରେ ସୁନା ଖଣି ଥିବା ବିଧାନସଭାରେ ଜଣାଇଛନ୍ତି ।
ତାଳଚେରକୁ ରହିଛି କି ଭୂକମ୍ପ ବିପଦ ? (ETV Bharat Odisha) ତାଳଚେରକୁ ରହିଛି କି ଭୂକମ୍ପ ବିପଦ ?
ବିଧାନସଭାରେ 2023 ମସିହାରେ ପୂର୍ବତନ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲିକଙ୍କ ତଥ୍ୟ ଅଞ୍ଚଳବାସୀଙ୍କୁ ଆହୁରି ଭୟଭୀତ କରିଥିଲା । ପୂର୍ବରୁ ଭୂତତ୍ୱ ବିଭାଗ ତାଳଚେରକୁ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରିଛି । ଏଭଳି ସ୍ଥିତିରେ ତାଳଚେର ଅଞ୍ଚଳରେ ବନ୍ଦ ହୋଇ ରହିଥିବା ୪ଟି ଭୂତଳ କୋଇଲା ଖଣିରେ ଆବଶ୍ୟକ ବାଲି ଭର୍ତ୍ତି କରାଯାଇ ନ ଥିବାରୁ ଭିତରେ ପ୍ରାୟ ୧୦୦ମିଟର ତଳେ ଫମ୍ପା ରହିଛି । ତେଣୁ ଏଠାରେ ପ୍ରାକୃତିକ ଦୈବିପାକ ଯାହା ହେଉନା କାହିଁକି ଭୂମିକମ୍ପ ପାଇଁ ମଣିଷ ପର୍ଯ୍ୟାପ୍ତ ସୁଯୋଗ ଛାଡି ଦେଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଏହା ବି ପଢନ୍ତୁ- Earthquake Zone: ତାଳଚେରକୁ ରହିଛି କି ଭୂକମ୍ପ ବିପଦ ? ତୁର୍କୀ ଭୁକମ୍ପ ପରେ ସୂତାଖିଅରେ ଝୁଲୁଛି 60 ହଜାର ଲୋକଙ୍କ ଭାଗ୍ୟ !
ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳ ଭୂମିକମ୍ପ ପ୍ରବଣ ଅଞ୍ଚଳ । ଏନେଇ ବିଧାନସଭାରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସରକାରୀ ସ୍ତରରେ ଭୂକମ୍ପ ହେଲେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଟିମକୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ଧରଣର ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ସେ ଅଞ୍ଚଳରେ ସୁଉଚ୍ଚ ଘର ନିର୍ମାଣ ଉପରେ ମାର୍ଗ ଦର୍ଶକ ଜାରି ହୋଇଛି । ଆଗକୁ ତାଳଚେର ଅଞ୍ଚଳରେ ଭୂକମ୍ପ ସମ୍ଭାବନାକୁ ଦୃଷ୍ଟିରେ ରଖି ଏଭଳି ବହୁ ପଦକ୍ଷେପ ନିଆଯାଇଛି । ଗତ ୨୦୦୬ ରେ ଭାରତ ସରକାରଙ୍କ ନ୍ୟାସନାଲ ଡିଜାଷ୍ଟର ମେନେଜମେଣ୍ଟ ଅଥରିଟି ତାଳଚେର ଅଞ୍ଚଳକୁ ଭୂକମ୍ପ ଅଞ୍ଚଳ ଭାବେ ଚିହ୍ନଟ କରିଥିଲେ । ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ତାଳଚେରବାସୀ ଭୟକୁ ଆହୁରି ଦ୍ବିଗୁଣିତ କରିଛି ସରକାରୀ ତଥ୍ୟ ।