ଓଡିଶା

odisha

ETV Bharat / state

ରଥଯାତ୍ରା ଦ୍ୱିତୀୟ ଦିନ: ଜନ୍ମବେଦୀ ଅଭିମୁଖେ ତିନି ଠାକୁର, ମରିଚିକୋଟ ଛକରୁ ଗଡିଲା ରଥ - Second day of Rath Yatra Puri 202

Second day of Rath Yatra Puri 2024: ରଥଯାତ୍ରାର ଦ୍ୱିତୀୟ ଦିନରେ ଆରମ୍ଭ ହୋଇଯାଇଛି ରଥଟଣା । ରଥାରୂଢ ଶ୍ରୀବିଗ୍ରହଙ୍କୁ ଜନ୍ମବେଦୀକୁ ଟାଣି ଟାଣି ନେଉଛନ୍ତି ଅଗଣିତ ଭକ୍ତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 8, 2024, 11:40 AM IST

Updated : Jul 8, 2024, 11:57 AM IST

Second day of Rath Yatra Puri 2024
Second day of Rath Yatra Puri 2024 (ETV Bharat Odisha)

ପୁରୀ: ଭକ୍ତ ଗହଣରେ ଭାବବିନୋଦିଆ ଠାକୁର । ରଥଯାତ୍ରାର ଦ୍ୱିତୀୟ ଦିନରେ ଆରମ୍ଭ ହୋଇଯାଇଛି ରଥଟଣା । ଗତକାଲି ପରି ଆଜି ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାର ସହ ଭାବିପ୍ରବଣତାର ସହ ରଥାରୂଢ ଶ୍ରୀବିଗ୍ରହଙ୍କୁ ଟାଣି ଟାଣି ନେଉଛନ୍ତି ତାଙ୍କ ଜନ୍ମବେଦୀକୁ । ଗତକାଲି ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଓ ସିଂହଦ୍ବାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକି ଯାଇଥିଲା ପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ । ଆଜି ରଥ ଉପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ଦିନ ରଥ ଟଣା ।

୫୩ ବର୍ଷ ପରେ ଚଳିତ ବର୍ଷ ୨ ଦିନିଆ ରଥଯାତ୍ରା ପଡିଛି । ହରି ବୋଲ, ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହେଉଛି ଗଗନପବନ । ଜନ୍ମବେଦୀ ଯାଇ ମା ଗୁଣ୍ଡିଚାଙ୍କୁ ଭେଟିବାକୁ ତତ୍ପର ତିନିଠାକୁର । ଆଗେ ଆଗେ ଚାଲିଛନ୍ତି ବଡ ଠାକୁର ବଡ ଭାଇ ବଳଭଦ୍ର । ମଝିରେ ଚାଲିଛନ୍ତି ଦୁଇ ଭାଇଙ୍କ ଆଦରର ଭଉଣୀ ମା’ ସୁଭଦ୍ରା ଓ ସର୍ବ ପଛରେ ଚାଲିଛି ଭାବବିନୋଦିଆ ଭକ୍ତବତ୍ସଳ ଭଗବାନ ପ୍ରଭୁ ଜଗନ୍ନାଥଙ୍କ ରଥ । ଟାଣ ଖରାରେ ଆଗେଇ ଚାଲିଛି ୩ ରଥ ।

ଏହାମଧ୍ୟ ପଢନ୍ତୁ.. ରଥଯାତ୍ରାର ଦ୍ବିତୀୟ ଦିନ; ଆରମ୍ଭ ହେଲା ରଥଟଣା, ତିନିରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି ଭକ୍ତ - Ratha Yatra 2024 Live Updates

ଶରଧାବାଲିରେ ୩ ରଥ ପହଞ୍ଚିବା ପରେ ରଥ ଉପରେ ସନ୍ଧ୍ୟାଧୂପ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯିବ । ଆଜି ରାତି ତମାମ ତିନି ଠାକୁର ରଥାରୂଢ ରହିବେ । ବିଳମ୍ବିତ ରାତିରେ ରଥ ଉପରେ ପହଡ ନୀତି ଅନୁଷ୍ଠିତ ହେବ ।ଆସନ୍ତାକାଲି ସକାଳେ ଶ୍ରୀମନ୍ଦିରରେ ହେଉଥିବା ସମସ୍ତ ନୀତି ଯେପରିକି ମଙ୍ଗଳ ଆଳତି, ମଇଲମ ପ୍ରମୁଖ ନୀତି ରଥ ଉପରେ ସମ୍ପନ୍ନ ହେବ । ଏହାପରେ ଅପରାହ୍ନରେ ରଥରେ ଅଶ୍ୱ ଖୋଲାଯିବା ପରେ ଚାରମାଳ ଭିଡା ଯିବ । ଏହାପରେ ଆଡପ ପହଣ୍ଡି ଆରମ୍ଭ ହେବ । ଆଡପ ମଣ୍ଡପକୁ ବିଜେ କରିବେ ଦାରୁବ୍ରହ୍ମ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହବ୍ୟାପୀ ଅବସ୍ଥାନ କରନ୍ତୁ ତାହାକୁ ଆଡପ ମଣ୍ଡପ କୁହାଯାଏ ।

ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନହୋଇ କେବଳ ଶୁଖିଲା ଭୋଗ ହୋଇଥାଏ । ଗୋପାଳବଲ୍ଲବଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ ସିଂହାର ଧୂପରେ ମୁଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ ।

ଇଟିଭି ଭାରତ, ପୁରୀ

Last Updated : Jul 8, 2024, 11:57 AM IST

ABOUT THE AUTHOR

...view details