ଓଡିଶା

odisha

ସ୍କ୍ରବ ଟାଇଫସ: ଆକ୍ଟିଭ ମୋଡରେ ସ୍ବାସ୍ଥ୍ୟ ବିଭାଗ, ଆଲର୍ଟରେ ଜିଲ୍ଲା ପ୍ରଶାସନ - Scrub Typhus

By ETV Bharat Odisha Team

Published : 4 hours ago

Updated : 3 hours ago

Scrub Typhus: ସ୍କ୍ରବ ଟାଇଫସକୁ ନେଇ ଜିଲ୍ଲା ପ୍ରଶାସନକୁ ଆଲର୍ଟ ଜାରି । ସ୍ବାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ । ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ ।

REVIEW MEETING ON SCRUB TYPHUS
REVIEW MEETING ON SCRUB TYPHUS (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଏନେଇ ସ୍ବାସ୍ଥ୍ୟ ବିଭାଗର ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟରେ ସ୍କ୍ରବ ଟାଇଫସ ରୋଗ ଯେପରି ନ ବଢିବ, ସେଥିପାଇଁ ବିଭିନ୍ନ ମାଧ୍ୟମରେ ଜନସଚେତନତାକୁ ବ୍ୟାପକ କରିବା ଉପରେ ଗୁରୁତ୍ବ । ଏହା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

ସ୍କ୍ରବ ଟାଇଫସ ଏକ ପ୍ରକାର କୀଟର ଦଂଶନ (କାମୁଡିବା) ଯୋଗୁଁ ହୋଇଥାଏ । ଜ୍ୱର, ମୁଣ୍ଡବିନ୍ଧା, ଦେହରେ ESCHAR ଭଳି ଘାଆ, ଶରୀରପୀଡ଼ା, ଦେହରେ ଲାଲ ଲାଲ ହୋଇ ଫଳିଯିବା ହେଉଛି ସ୍କ୍ରବ ଟାଇଫସର ଲକ୍ଷଣ । ଏହି ସବୁ ଲକ୍ଷଣ ଦେଖାଗଲେ କିମ୍ବା ଜ୍ୱର ବହୁତଦିନ ଧରି ଲାଗିରହିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ମାନଙ୍କରେ ELISA ପଦ୍ଧତି ଦ୍ୱାରା ରକ୍ତ ପରୀକ୍ଷା କରି ରୋଗ ନିରୂପଣ କରାଯାଇପାରିବ । ଠିକ ସମୟରେ ଚିକିତ୍ସା କରାଗଲେ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇପାରିବ । ରକ୍ତ ପରୀକ୍ଷା ସୁବିଧା, ରୋଗ ନିରୂପଣ ଓ ଔଷଧ ସମସ୍ତ ଜିଲ୍ଲାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବିଭିନ୍ନ ସମୟରେ ପ୍ରକାଶିତ ନିର୍ଦ୍ଦେଶାବଳୀ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

REVIEW MEETING ON SCRUB TYPHUS (ETV Bharat Odisha)
ଡରାଇଲାଣି ସ୍କ୍ରବ ଟାଇଫସ: ଚିକିତ୍ସା ବିଳମ୍ବ ହେଲେ ଘାତକ ହୋଇପାରେ ସ୍କ୍ରବ ଟାଇଫସ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,"ବରଗଡ଼ ଜିଲ୍ଲାରୁ ମୃତ ୪ ଜଣ ସ୍କ୍ରବ ଟାଇଫସ୍ ଦ୍ଵାରା ହୋଇଥିବା ସନ୍ଦେହ । ୩ ଜଣଙ୍କର ରାଜ୍ୟ ଭିତରେ ମୃତ୍ୟୁ ହୋଇଥିବା ବେଳେ ଚତୁର୍ଥ ବ୍ୟକ୍ତି ବରଗଡର ଯାହାଙ୍କର ରାଜ୍ୟ ବାହାରେ ମୃତ୍ୟୁ ହୋଇଛି । ୩ଟି ଅଲଗା ଅଲଗା ଜାଗାରୁ କେସ ଆସିଥିଲା । ତାଙ୍କ ଗାଁକୁ ଟିମ୍ ପଠାଯାଇଛି । ଆଉ କେହି ଆଖପାଖ ଅଞ୍ଚଳରେ ସଂକ୍ରମିତ ଅଛନ୍ତି କି ତାହା ଅନୁଧ୍ୟାନ କରାଯାଉଛି । ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କାହାରିକୁ ହେଇଛି କି ନାହିଁ ତାହା ପରୀକ୍ଷା କରାଯାଉଛି । ଗତ ମାସରେ ୨୦ଟି ଟେଷ୍ଟ ହୋଇଥିଲା ଯେଉଁଥିରୁ ୩ ଜଣ ସଂକ୍ରମିତ ହୋଇଥିଲେ । ଯଦିଓ ଏହା ମହାମାରୀ ନୁହେଁ କିନ୍ତୁ ସାବଧାନ ନହେଲେ ବିପଦ । "
REVIEW MEETING ON SCRUB TYPHUS (ETV Bharat Odisha)
ଚିକିତ୍ସା ବିଳମ୍ବ ହେଲେ ହୋଇପାରେ ଘାତକ:

ଏଲିସା ମେଥଡରେ ଏହାକୁ ଚିହ୍ନଟ କରାଯାଇପାରିବ । ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଏହାର ପରୀକ୍ଷା କରାଯାଉଛି । ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବାକୁ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ମଧ୍ୟ ପଢନ୍ତୁ ....ରାଜ୍ୟକୁ ସ୍କ୍ରବ ଟାଇଫସ ଭୟ, ଏମିତି ପରାମର୍ଶ ଦେଲେ ଡାକ୍ତର - Scrub Typhus In Odisha

ଏହା ମଧ୍ୟ ପଢନ୍ତୁ ....ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ସସ୍‌ପେନ୍ସ; ସ୍କ୍ରବ ଟାଇଫସ୍‌ ନୁହେଁ, ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ଅଭିଯୋଗ - actress Ruksana Bano death case

ଏହା ମଧ୍ୟ ପଢନ୍ତୁ ....ଏଣ୍ଟ୍ରି ପଏଣ୍ଟରେ Mpox ପାଇଁ ସତର୍କତା, ଯାତ୍ରୀଙ୍କ ଉପରେ କଡା ନଜର - Monkeypox precautionary


ସ୍କ୍ରବ ଟାଇଫସ ଲକ୍ଷଣ କ'ଣ:

REVIEW MEETING ON SCRUB TYPHUS (ETV Bharat Odisha)

ଜଙ୍ଗଲିଆ ଅଞ୍ଚଳରେ ବୁଲାବୁଲି ସମୟରେ ଏକ୍ସପୋଜ ହେଉଥିବା ଜାଗାକୁ ଚିଗର୍ସ ନାମକ କୀଟ କାମୁଡ଼ିଥାନ୍ତି । କୀଟ କାମୁଡିବା ପରେ ନାଲି ଚିହ୍ନ ଦେଖାଯିବ । ଏହାପରେ ଦେହରେ ଜ୍ୱର ରହିବ । ଗୋଡ଼ ହାତରେ ଯଦି କାମୁଡ଼ା ଚିହ୍ନ ରହିଛି । ଯଦି ତାହା କୁଣ୍ଡେଇ ହେଉଛି କିମ୍ବା ଫୁଲିଯାଉଛି । ତେବେ ତାହାକୁ ଡାକ୍ତରଖାନାରେ ଏହାକୁ ଆସି ତୁରନ୍ତ ଚିକିତ୍ସା କରନ୍ତୁ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ଆଣ୍ଠୁ ଗଣ୍ଠି ବିନ୍ଧା ହେବା, ମୁଣ୍ଡ ବ୍ୟଥା, ଥଣ୍ଡା ହେବା ଜ୍ଵର ହେବା ସହ ମାନସିକରେ ପରିବର୍ତ୍ତନ ହେବା ଭଳି ଲକ୍ଷଣ ଦେଖାଯାଇଥାଏ ।

REVIEW MEETING ON SCRUB TYPHUS (ETV Bharat Odisha)


ଜ୍ଵର ଅଧିକ ଦିନ ରହିଲେ ହୋଇପାରେ ଘାତକ:

ସ୍କ୍ରବ ଟାଇଫସ ଜ୍ଵର ଅଧିକ ଦିନ ଧରି ଦେହରେ ରହିଲେ ହୋଇପାରେ ଘାତକ । ଯାହା ଶରୀରର ଅଙ୍ଗଗୁଡ଼ିକ ଅକାମୀ କରିବାର ସମ୍ଭାବନା ରହିଛି । ଶେଷରେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ । ଏହି କୀଟ କାମୁଡିବା ଦ୍ବାରା କୌଣସି ସମସ୍ୟା ବା ଜଣା ପଡ଼ିନଥାଏ । ପରବର୍ତ୍ତୀ ସମୟରେ ଏହା ଅତ୍ୟଧିକ ମାରାତ୍ମକ ହୋଇଥାଏ । ଏହାର ପ୍ରଭାବ ଶରୀରରେ ୧୦ -୧୨ ଦିନ ପର୍ଯ୍ୟନ୍ତ ରହିଥାଏ । ଏହା ପରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago

ABOUT THE AUTHOR

...view details