ଓଡିଶା

odisha

ETV Bharat / state

ଖୋଲିଲା ସ୍କୁଲ, ବାଜିଲା ଘଣ୍ଟି: ଜାଣନ୍ତୁ ଆଜି କେଉଁ ଜିଲ୍ଲାରେ ଖୋଲିଲା ଓ କେଉଁଠି ବନ୍ଦ - Schools Reopen Today

Schools reopen in Several state in Odisha: ଗ୍ରୀଷ୍ମ ପ୍ରବାହ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲିଛି । ତେବେ ୧୦ଟା ପରିବର୍ତ୍ତେ ସକାଳୁଆ ସ୍କୁଲ କରାଯାଇଥିବା ବେଳେ କିଛି ଜିଲ୍ଲାରେ ଗ୍ରୀଷ୍ମ ଅବକାଶ ଜାରି ରହିଛି । ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲିଛି ଓ କେଉଁ କେଉଁ ଜିଲ୍ଲାରେ ଛୁଟି ବଢାଯାଇଛି..

Schools reopen
Schools reopen (ETV Bharat Odisha)

By ETV Bharat Odisha Team

Published : Jun 18, 2024, 8:59 AM IST

Updated : Jun 18, 2024, 9:45 AM IST

ଭୁବନେଶ୍ୱର:ଖୋଲିଲା ସ୍କୁଲ, ବାଜିଲା ଘଣ୍ଟି । ଗ୍ରୀଷ୍ମ ଅବକାଶ ସରିବା ପରେ ଆଜି (ମଙ୍ଗଳବାର) ଖୋଲିଛି ରାଜ୍ୟର ଅଧିକାଂଶ ଜିଲ୍ଲାର ସ୍କୁଲ । ଏବେବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସକାଳ ୧୦ ପରିବର୍ତ୍ତେ ଅଧିକାଂଶ ସ୍କୁଲ ସକାଳୁଆ ଆରମ୍ଭ ହୋଇଛି । ଖରା ଛୁଟି ପରେ ସ୍କୁଲ ଖୋଲିବା ନେଇ ଉଭୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Schools reopen in Odisha (ETV Bharat Odisha)

ଅନ୍ୟପଟେ ପିଲାଙ୍କର ପାଠପଢ଼ା ଯେଭଳି ସ୍ୱାଭାବିକ ହେବ ଏବଂ 2024-25 ଶିକ୍ଷା ବର୍ଷ ଠିକ ଭାବରେ ପରିଚାଳିତ ହୋଇପାରିବ ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ନେବା ନେଇ ନିର୍ଦ୍ଦେଶ ଦିଆଯାଇଛି । ସଠିକ ଢାଞ୍ଚାରେ ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷା ବର୍ଷ କିଭଳି ଭାବରେ 2025 ମାର୍ଚ୍ଚରେ ଶେଷ ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି ।

Schools reopen in Odisha (ETV Bharat Odisha)

ସ୍କୁଲ ଖୋଲିବା ପରେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ମଙ୍ଗରାଜ କହିଛନ୍ତି, "ଖରା ଛୁଟି ପରେ ପ୍ରଥମ ଥର ପାଇଁ ସ୍କୁଲ ଖୋଲିଛି । ଆଜି ପିଲାମାନେ ପ୍ରଥମ କରି ସକାଳୁ 6ଟା 45ରୁ 10ଟା 30 ପର୍ଯ୍ୟନ୍ତ ପାଠ ପଢିବେ । ଅସହ୍ୟ ଗୁଳୁଗୁଳିରେ ଯେଭଳି ପିଲାଙ୍କର କିଛି ଅସୁବିଧା ନହୁଏ ସେନେଇ ପଦକ୍ଷେପ ନିଆଯାଇଛି । ସ୍କୁଲରେ ପାଣିର ବ୍ୟବସ୍ଥା, କ୍ଲାସ ରୁମରେ ପଙ୍ଖା ବ୍ୟବସ୍ଥା କରାଯାଇଛି । ପାଠପଢ଼ା କିଭଳି ହେବ ସେନେଇ ପୂର୍ବରୁ ଶିକ୍ଷକ ଓ ଅଭିଭାବକମାନଙ୍କ ସହ ବୈଠକ କରାଯାଇ ସ୍ୱତନ୍ତ୍ର ଟାଇମ ଟେବୁଲ କରାଯାଇଛି ।"

ଏହାମଧ୍ୟ ପଢନ୍ତୁ.. ସ୍କୁଲ ଖୋଲିବା ନେଇ ବଦଳିଲା ନିଷ୍ପତ୍ତି, ଏସବୁ ଜିଲ୍ଲାରେ ଖୋଲିବ ସ୍କୁଲ - Reschedule Opening Of Schools

Schools reopen in Odisha (ETV Bharat Odisha)

ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ । ଏହି ନିର୍ଦ୍ଦେଶ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

କେଉଁ କେଉଁ ଜିଲ୍ଲାରେ ଖୋଲିଛି ସକାଳୁଆ ସ୍କୁଲ:
ପାଣିପାଗ ବିଭାଗର ସୂଚନା ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜୁନ ୧୮ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬.୩୦ରୁ ୧୦.୩୦ଟା ପର୍ଯ୍ୟନ୍ତ ପାଠପଢା ହେବ । ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ସେହିପରି ଭାବରେ ରାୟଗଡ଼ା ଜିଲ୍ଲାପାଳ ମଧ୍ୟ ସକାଳୁଆ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲିଠାରୁ 22 ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରାଯିବା ନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । କଳାହାଣ୍ଡି, କଟକ, କେନ୍ଦୁଝର, ପୁରୀ, ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାମାନଙ୍କରେ ସ୍କୁଲଗୁଡ଼ିକ ସକାଳୁଆ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

କେଉଁ ଜିଲ୍ଲାରେ ବନ୍ଦ ରହିଛି ସ୍କୁଲ:

ଅନ୍ୟପଟେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ନେଇ ବଲାଙ୍ଗୀର ଜିଲ୍ଲାପାଳ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ସେହିପରି ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଆସନ୍ତା 20 ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ । ବାଲେଶ୍ଵର ଜିଲ୍ଲାର ସମସ୍ତ ସ୍କୁଲ 18 ତାରିଖ ପର୍ଯ୍ୟନ୍ତ ଛୁଟି ରହୁଥିବା ବେଳେ ଅନୁକୂଳ ପାଗ ଦେଖି 19 ତାରିଖରେ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ।


ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 18, 2024, 9:45 AM IST

ABOUT THE AUTHOR

...view details