ଓଡିଶା

odisha

ଶିକ୍ଷା ବିଭାଗର ବଡ଼ ପଦକ୍ଷେପ, ଏଥର ଦୂର ହେବ ହଷ୍ଟେଲ ସମସ୍ୟା ! - Hostel Problem

By ETV Bharat Odisha Team

Published : Jul 20, 2024, 10:59 PM IST

Hostel Problem: ରାଜ୍ୟର ସ୍କୁଲ ଗୁଡିକରୁ ଏଥର ଦୂର ହେବ ହଷ୍ଟେଲ ସମସ୍ୟା । ସମାଧାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡିଥିବା କହିଛନ୍ତି ମନ୍ତ୍ରୀ । ପଢନ୍ତୁ ପୂରା ଖବର ।

Hostel Problem
Hostel Problem (ETV Bharat Odisha)

ଭୁବନେଶ୍ବର:ରାଜ୍ୟରେ ସମସ୍ୟା ଘେରରେ ସ୍କୁଲ ଓ ହଷ୍ଟେଲ । ଏହାର ସମାଧାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡିଥିବା କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ଅନେକ ସ୍କୁଲରେ ନାହିଁ । ଆଉ କେତେକ ସ୍କୁଲରେ ହଷ୍ଟେଲ ରହିଥିଲେ ମଧ୍ୟ ତାହାର କାର୍ଯ୍ୟକ୍ଷମ ହୋଇନାହିଁ। ଅନେକ ହଷ୍ଟେଲରେ ମଧ୍ୟ ସୁରକ୍ଷିତ ନାହାନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଅନେକ ସମୟରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି , "ଯେଉଁ ଉଚ୍ଚ ପ୍ରାଥମିକ ସ୍କୁଲ ଗୁଡିକରେ ହଷ୍ଟେଲ ରହିଥିଲା ତାହା ସୁରକ୍ଷିତ ନଥିଲା । ଯାହା ଅନେକ ସ୍ଥାନରୁ ଅଭିଯୋଗ ଆସିଥିଲା । ଏପରିକି କେତେକ ହଷ୍ଟେଲର ପରିବେଶ ଭଲ ନାହିଁ । ସ୍କୁଲର ଭିତ୍ତିଭୂମି ମଧ୍ୟ ଅନେକ ସ୍ଥାନରେ ଖରାପ ରହିଛି । ବିଶେଷ କରି ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲ୍ଲା ଗୁଡିକରେ ଅନେକ ସମସ୍ତ ଅସୁବିଧା ଦେଖାଯାଉଛି ।"

Hostel Problem (ETV Bharat Odisha)

"ସେହି ସ୍ଥାନରେ ରହିବା ପାଇଁ ହଷ୍ଟେଲ ବିଲଡିଂ କରିବା ସହ ଭଲ ଭିତ୍ତିଭୂମି ପ୍ରସ୍ତୁତ କରିବା ଆଦି ଯୋଜନା କରାଯାଇଛି । ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ୩ଶହରୁ ଅଧିକ ସ୍କୁଲରେ ହଷ୍ଟେଲ ଵିଲ୍ଡିଂ କରାଯିବା ନେଇ ଯୋଜନା କରାଯାଉଛି । ପିଲାମାନେ କିଭଳି ଭାବରେ ସୁବିଧାରେ ପାଠ ପଢ଼ିବେ ସେନେଇ ବ୍ୟବସ୍ଥା କରାଯାଉଛି । ଅନେକ ସ୍ଥାନରେ ୨୦୧୬ ମସିହାରୁ ଅନେକ ସ୍କୁଲରେ ହଷ୍ଟେଲ ବିଲଡିଂ କରାଯାଇନାହିଁ । ଯେଉଁ ସ୍ଥାନରେ ହଷ୍ଟେଲ ଗୃହ ନିର୍ମାଣ କରାଯାଇଛି, ତାହା କାର୍ଯ୍ୟକାରିତା ହୋଇନଥିଲା । ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ମଧ୍ୟ ସେହି ଦିଗରେ କାର୍ଯ୍ୟ କରୁଛି" ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏହା ବି ପଢନ୍ତୁ...ପୂର୍ବତନ ରାଷ୍ଟ୍ରପତିଙ୍କୁ ଶିକ୍ଷା ଦେଇଥିଲା ଏହି ସ୍କୁଲ, ଟଙ୍କା ଥାଇ ବି ହୋଇପାରୁନି ବିକାଶ - Khallikote Collegiate High School

ବିଶେଷ ଭାବରେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା କିଭଳି ଭାବରେ ଦିଆଯିବ ସେନେଇ ସମସ୍ତ ଯୋଜନା କରୁଛି ବିଭାଗ । ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ଶିକ୍ଷା ବିଭାଗ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସଠିକ ଭାବରେ ପିଲାଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚିପାରୁନାହିଁ । ଯାହା ଫଳରେ ଅନେକ ସମୟରେ ପିଲାମାନେ ନାନା ପ୍ରକାରର ସମସ୍ୟା ଭୋଗୁଛନ୍ତି । ଆଉ ଏକ ବଡ଼ ସମସ୍ୟା ହେଉଛି ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଏକାଠି ଛାତ୍ରଛାତ୍ରୀମାନେ ପାଠ ପଢ଼ିବା । ଅନେକ କଲେଜ ରହିଛି ଯେଉଁଠି ଗୋଟିଏ କ୍ୟାମ୍ପସ ମଧ୍ୟରେ ଉଭୟ କଲେଜ ଏବଂ ମହାବିଦ୍ୟାଳୟର ପିଲାମାନେ ପାଠ ପଢୁଛନ୍ତି । ଯାହା ଫଳରେ ଅନେକ ସମୟରେ ପାଠପଢା ସମେତ ପ୍ରାକ୍ଟିକାଲ ଓ ରିସର୍ଚ୍ଚ ଆଦି କରିବା ବାଧାପ୍ରାପ୍ତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details