ଓଡିଶା

odisha

ETV Bharat / state

SCBରେ ଜଟିଳ ଅସ୍ତ୍ରୋପଚାର, ମୁଣ୍ଡରୁ ବାହାରିଲା ଟାଙ୍ଗିଆ - SCB SUCCESSFULLY SURGERY

କଟକ ଏସସିବିରେ ଜଟିଳ ଅସ୍ତ୍ରୋପଚାର । ଯୁବକଙ୍କ ମୁଣ୍ଡରୁ ବାହାରିଲା ଟାଙ୍ଗିଆ । 4 ଘଣ୍ଟା ଧରି ଅପରେସନ କଲେ ଡାକ୍ତର ।

SCB SUCCESSFULLY SURGERY
SCB SUCCESSFULLY SURGERY (ETV Bharat Odisha)

By ETV Bharat Odisha Team

Published : Dec 1, 2024, 3:44 PM IST

କଟକ:ଏସସିବି ମେଡିକାଲରେ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି । ନ୍ୟୁରୋସର୍ଜରୀ ବିଭାଗରେ ଅପରେସନ ପରେ ନୂଆ ଜୀବନ ପାଇଲେ କନ୍ଧମାଳର ବିବେକ କଅଁର । ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବାବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ କଟୁରୀ କଢ଼ାଯାଇଛି । ଅସ୍ତ୍ରୋପଚାର ପରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା କହିଛନ୍ତି ଡାକ୍ତର । ବିଭାଗର ଡା ପ୍ରତାପ ଶତପଥୀ, ଓ ଦୁଇ ଜଣ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଥିଲେ ।

ଗୁରୁତର ଅବସ୍ଥାରେ SCB ଆସିଥିଲେ ବିବେକ:

SCB SUCCESSFULLY SURGERY (ETV Bharat Odisha)

ଗତକାଲି(ଶନିବାର) କନ୍ଧମାଳର ବିବେକ କହଁର ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁରର ପରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏନେଇ ଡାକ୍ତର ରୋସନ ମେହେର କହିଛନ୍ତି, ‘ଗତକାଲି 12ଟା ବେଳକୁ ରୋଗୀ ଜଣଙ୍କ କଟକ ଏସସିବିକୁ ଆସିଥିଲେ । ଆସିଲା ବେଳେ ମୁଣ୍ଡରୁ ରକ୍ତସ୍ରାବ ସାଙ୍ଗକୁ ବହୁତ ବ୍ୟଥାରେ ଥିଲେ । ଏପିରିକି ଅପରେସନ ସମୟରେ ଜଣେ ଡାକ୍ତର ସେହି ଟାଙ୍ଗିଆକୁ ଧରି ରଖିଥିଲେ । ଯାହା ଫଳରେ ଅନେକ ସମୟ ଧରି ଚାଲିଥିଲା ଅପରେସନ । ପ୍ରାୟ 4 ଘଣ୍ଟା ଚାଲିଥିଲା ଅପରେସନ । ଗତକାଲି ବିଳମ୍ବିତ ରାତିରେ ଅପରେସନ ଶେଷ ହେବା ପରେ ବିବେକ ବିପଦ ମୁକ୍ତ ରହିଛନ୍ତି ।’

ଏହା ମଧ୍ୟ ପଢନ୍ତୁ:

SCBରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ, ଆଜିଠୁ ହୃତପିଣ୍ଡ ପ୍ରତିରୋପଣ ସ୍କ୍ରିନିଂ

ଆମ୍ବ ଟାକୁଆ ଟ୍ରାଜେଡି: SCBରୁ ସୁସ୍ଥ ହୋଇ ଘରକୁ ଫେରିଲେ ଟୁନି ମାଝୀ

କଟକ SCB ମେଡିକାଲରେ ଦ୍ବିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟ, ସ୍ବାମୀ ଦେହରେ ସ୍ତ୍ରୀ ଯକୃତ - Liver Transplant In SCB

କେମିତି ଆହତ ହେଲେ ବିବେକ:

ଆହତଙ୍କ ପତ୍ନୀ ମମତା କହଁର କହିଛନ୍ତି, ‘ବିବେକଙ୍କ ବାପା ଓ ତାଙ୍କ ଦୁଇ ଜଣ ଯୁବକ ଘରେ ନିଶା ପାନ କରିବା ସମୟରେ ବଡ଼ ଧରଣର ବଚସା ହୋଇଥିଲା । ଏହି ସମୟରେ ବିବେକ କଅଁର ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଝଗଡା ରୋକିବା ପାଇଁ ପ୍ରୟାସ କରିବା ସମୟରେ ମୁଣ୍ଡରେ କୁରାଢ଼ୀ ମାଡ଼ କରିଥିଲେ ତାଙ୍କ ନିଶାସକ୍ତ ବାପା । ଘଟଣାସ୍ଥଳରେ ଗୁରୁତର ହୋଇଥିଲେ ବିବେକ । ପ୍ରଥମେ ନିକଟସ୍ଥ ଟିକାବାଲି ହସ୍ପିଟାଲ ପରେ ପରେ ଏମକେସିଜି(MKCG) ଓ ଶେଷରେ ଏସସିବି(SCB) ମେଡିକାଲରେ ଗତକାଲି ସକାଳ ସମୟରେ ଭର୍ତ୍ତି ହୋଇଥିଲେ ବିବେକ ।’

ଇଟିଭି ଭାରତ, କଟକ

ABOUT THE AUTHOR

...view details