ଓଡିଶା

odisha

ETV Bharat / state

'ବୋଲ୍ ବମ୍-ହର୍ ହର୍ ବମ୍' ନାରାରେ କମ୍ପିଲା ଶୈବପୀଠ - SAWAN MONTH 2024 - SAWAN MONTH 2024

SAWAN MONTH ୨୦୨୪: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଶୈବପୀଠ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଜମିଥିଲା । ଅଧିକ ପଢନ୍ତୁ

SAWAN MONTH START HUGE CROWD OF DEVOTEES IN LORD SHIVA TEMPLE FOR JALAVISEKH IN ODISHA
SAWAN MONTH START HUGE CROWD OF DEVOTEES IN LORD SHIVA TEMPLE FOR JALAVISEKH IN ODISHA (ETV Bharat Odisha)

By ETV Bharat Odisha Team

Published : Jul 22, 2024, 7:41 PM IST

ଭୁବନେଶ୍ବର:ଶ୍ରାବଣ ମାସର ପ୍ରଥମ ସୋମବାରରେ ଆଜି ଭକ୍ତ ଭଗବାନଙ୍କର ମିଳନ ହୋଇଛି । ରାଉରକେଲାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଥିଲା । ଶୈବକ୍ଷେତ୍ରରେ ଜଳାଭିଷେକ ଭଳି ପବିତ୍ର କାର୍ଯ୍ୟରେ ସାମିଲ ହେବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଥିଲା । ସକାଳୁ ସକାଳୁ ରାଉରକେଲା ସହରର ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜଳାଭିଷେକ ପାଇଁ ପହଞ୍ଚିଥିଲେ । ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ପାଇଁ ପୁରୁଷ, ମହିଳା ଓ ଶିଶୁମାନେ ଧୈର୍ଯ୍ୟ ଧରି ଅପେକ୍ଷା କରିଥିବାରୁ ପରିବେଶ ଭକ୍ତି ଓ ଆଧ୍ୟାତ୍ମିକ ଭାବନାରେ ଭରି ଯାଇଥିଲା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଥିଲା । ତେବେ ଆଜି ବେଦବ୍ୟାସ ପୀଠରେ ମଧ୍ୟ ଭଲ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି ।

SAWAN MONTH START HUGE CROWD OF DEVOTEES IN LORD SHIVA TEMPLE FOR JALAVISEKH IN ODISHA (ETV Bharat Odisha)

ଭଦ୍ରକ:ରାଜ୍ୟର ଅନ୍ୟତମ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ମଧ୍ୟ ଶ୍ରାବଣ ଯାତ୍ରା ଆରମ୍ଭ ହୋଇଛି । ଏହି ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର ଅବସରରେ ବାବା ଆଖଣ୍ଡଳମଣିଙ୍କ ପୀଠକୁ ଜଳ ଲାଗି କରିବା ପାଇଁ ହଜାର ହଜାର କାଉଡିଆଙ୍କ ଭିଡ ଲାଗିଛି । କାଉଡିଆମାନଙ୍କ ବୋଲ ବମ୍, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ପୀଠ । ଚଳିତ ବର୍ଷ ଶ୍ରାବଣ ଯାତ୍ରାରେ ଯେପରି ଶୃଙ୍ଖଳିତ ଭାବେ କାଉଡିଆମାନେ ଜଳ ଲାଗି କରି ପାରିବେ, ସେଥିପାଇଁ ମନ୍ଦିର ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ବତନ୍ତ୍ର ବାରିକେଟ କରାଯାଇଛି । ଅନ୍ୟ ପକ୍ଷରେ ମହିଳା କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଏଥିସହ ପ୍ରତି ରବିବାର ଏବଂ ସୋମବାର ଦିନ ନିରିବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହିତ ଚବିଶ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ପରିମଳ, ଅସ୍ଥାୟୀ ଆଶ୍ରୟ ସ୍ଥଳୀ ବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ତେବେ ହଜାର ହଜାର କାଉଡିଆ ଭକ୍ତ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ଦୈନନ୍ଦିନ ନୀତିକାନ୍ତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି ।

ଝାରସୁଗୁଡ଼ା: ଚଳଚଞ୍ଚଳ ହୋଇଉଠିଛି ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶୈବପୀଠ । ମାନସିକଧାରୀ ଓ କାଉଡିଆମାନେ ପାଣି ଉଠାଇ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଜଳାଭିଷେକ କରିଛନ୍ତି । ଝାରସୁଗୁଡ଼ାର ଆରାଧ୍ୟ ଦେବ ଝାଡେଶ୍ବର ଶୈବ ପୀଠରେ ହଜାର ହଜାର ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି । ଏହି ଐତିହାସିକ ଶୈବପୀଠ ପ୍ରତି ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି । ଏଥର ଶ୍ରାବଣ ମାସର ପ୍ରଥମ ଦିନ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ଶେଷ ଦିନ ମଧ୍ୟ ସୋମବାରରେ ଶେଷ ହେଉଛି । ଶ୍ରାବଣ ପ୍ରଥମ ସୋମବାରରେ ମନ୍ଦିରରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ ହୋଇଛି । ଝାଡେଶ୍ବର ମନ୍ଦିରରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଆଜି ଭୋର ୩ଟାରୁ ବାବାଙ୍କ ମନ୍ଦିର ଖୋଲାଯାଇ ୧୦୮ କଳସରେ ଜଳ ଲାଗି କରାଯାଇଥିଲା ।

ବୌଦ୍ଧ:ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ବୌଦ୍ଧଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରାବଣ ସୋମବାର ପାଇଁ ବିଭିନ୍ନ ଶୈବପୀଠରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ଏକାଦଶ ରୁଦ୍ରଙ୍କ ବିଜେ ସ୍ଥଳୀ ରାମେଶ୍ବର ମନ୍ଦିର ଠାରେ ଶ୍ରଦ୍ଧାଳୁମାନେ ମହାନଦୀରୁ ପବିତ୍ର ଜଳ ଆଣି ଢାଳିଥିଲେ । ରାମେଶ୍ବର ମନ୍ଦିର ପରିସରରେ ଆଜି ସେବାୟତମାନେ ପ୍ରତ୍ୟୁଷରୁ ଠାକୁରଙ୍କ ନୀତିକାନ୍ତି ସମାପନ ପରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ପାଇଁ ଜଳଲାଗି ଓ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।

ସେହିପରି ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ ଗନ୍ଧରାଡ଼ିର ହରିହର ମନ୍ଦିର ଠାରେ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ଜଳଲାଗି ପାଇଁ ଦୂର ଦୂରାନ୍ତରୁ ଆସି ପହଞ୍ଚିଥିଲେ । ଏହାଛଡା ବୈଦ୍ଧର ଚନ୍ଦ୍ରଚୂଡ,ମାତଙ୍ଗେଶ୍ରର,କରଡି, ଧଳପୁର,ରାମଗଡ଼, କୁଜଙ୍ଗ, ହରଭଙ୍ଗା, ପୁରୁଣା କଟକ, ସରସରା, ଚଣ୍ଡିଗଡ, ବାଉଁଶୁଣୀ, ମଲ୍ଲିକପଡା, ଅମୁର୍ଡା,ଭଳି ଶତାଧିକ ଶୈବପୀଠରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ....ଶ୍ରାବଣ ପ୍ରଥମ ସୋମବାର: ଶୈବପୀଠରେ ପ୍ରବଳ ଭିଡ, ୭୨ ବର୍ଷ ପରେ ପଡିଛି ଦୁର୍ଲଭ ସଂଯୋଗ, ଭୋଳା ବାବା ପୂରା କରିବେ ସବୁ ମନୋସ୍କାମନା ! - Sawan month star

ପୁରୀ:ଶିବ ଭକ୍ତଙ୍କ ପାଇଁ ଆଜିର ଦିନଟି ବଡ଼ ପବିତ୍ର ଦିନ । ପୁରୀର ଲୋକନାଥ ପୀଠରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ଵ କାଉଡ଼ିଆ ଭକ୍ତ ଜଳାଭିଷେକ କରିଛନ୍ତି । ଭକ୍ତଙ୍କ ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଲୋକନାଥ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା । କାଉଡ଼ିଆ ଭକ୍ତମାନେ ଟିକେଟ କାଟିବା ସହ ବ୍ୟାରିକେଡ଼ ମଧ୍ୟରେ ପ୍ରବେଶ କରି ପ୍ରଭୁ ଲୋକନାଥଙ୍କ ପାଖରେ ଜଳଲାଗି କରି ନିଜକୁ ଧନ୍ୟ ମନେ କରିଛନ୍ତି ।


ଶ୍ରାବଣ ମାସର ଆଜି ପ୍ରଥମ ସୋମବାର ଥିଲା ଶିବ ଭକ୍ତଙ୍କ ପାଇଁ ଏକ ପବିତ୍ର ଦିନ । ଆଜିର ଦିନରେ ଜଳାଭିଷେକ କରିବା ପାଇଁ କାଉଡ଼ିଆଙ୍କର ଗହଳି ଲାଗିଥିଲା ପୁରୀର ଶ୍ରୀଶ୍ରୀ ଲୋକନାଥଙ୍କ ପୀଠରେ । ତେବେ ପ୍ରଥମ ସୋମବାରରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ଵ କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରାତି ସାଢେ ୧୨ ଟାରୁ ଦ୍ବାର ଫିଟା ଯାଇ ୧ଟା ୩୦ରେ ଜଳାଭିଷେକ ଆରମ୍ଭ ହୋଇଥିଲା ଏହି ପୀଠରେ । ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୬ ଜଣ ଆଇଆଇସିଙ୍କ ସହ ହୋମଗାର୍ଡ ମଧ୍ୟ ମୁତୟନ ହୋଇଥିଲେ । ସେହିପରି କାଉଡ଼ିଆ ଭକ୍ତମାନେ ୩୦ ଟଙ୍କା ଦେଇ ଟିକେଟ କରି ପ୍ରଭୁ ଲୋକନାଥଙ୍କ ମସ୍ତକରେ ଜଳଲାଗି କରିଥିଲେ ।

ଢେଙ୍କାନାଳ: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିିଳାଶ ପୀଠ ଚଳଚଞ୍ଚଳ ହୋଇଉଠିଛି । ପ୍ରଭୁଙ୍କ ପାଖରେ ଜଳ ଲାଗି କରିଭାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କାଉଡ଼ିଆମାନଙ୍କର ସୁଅ ଛୁଟିଛି । ଏହି ପୀଠରେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଜଳଲାଗି ପାଇଁ ପ୍ଲାଷ୍ଟିକ ପାତ୍ର ଓ ପଲିଥିନକୁ ନିଷେଧ କରାଯାଇଛି । ଜଳଲାଗି ପାଇଁ ମାଟି ଅଥବା ଧାତୁ ନିର୍ମିତ ପାତ୍ର ବ୍ୟବହାର କରିବା ପାଇଁ ଦେବତ୍ତୋର ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । କାଉଡିଆ ମାନଙ୍କ ସୁବିଧା ପାଇଁ କପିଳାସ ପୀଠର ଘାଟିରାସ୍ତା ଓ ପାହାଚ ରାସ୍ତାକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବଲାଙ୍ଗୀର: ଆଜି ଜିଲ୍ଲାର ସବୁ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା । ବଲାଙ୍ଗୀରର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର, ଟିଟିଲାଗଡ଼ କୁମୁଡା ପାହାଡ଼, ଯୁଗୀସୁରଡ଼ା ଶିବ ମନ୍ଦିରରେ ଆଜି ଭୋରରୁ ଭକ୍ତ ଓ ମାନସିକ ଧାରୀ ମହାଦେବଙ୍କ ଠାରେ ପାଣି ଢାଳିଥିଲେ । ଚଳିତ ବର୍ଷ ସଂଯୋଗ କ୍ରମେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଶ୍ରାବଣ ମାସ ଆରମ୍ଭ ହୋଇଛି । ସେହିପରି ଏହାକୁ ନେଇ ଶୈବ ଭକ୍ତଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ପ୍ରସିଦ୍ଧ ହରିଶଙ୍କର ପୀଠରେ ଆଜି ଭୋରରୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ମାନସିକ ଧାରୀ ଏଠି ଜଲ ଲାଗି କରିଥିଲେ। ସେହିପରି ଏଥର 72 ବର୍ଷ ପରେ ଏକ ସୁସଂଯୋଗରେ ଶ୍ରାବଣ ସମାବାରରୁ ହୋଇଥିବା ବେଳେ ଶେଷ ମଧ୍ୟ ସୋମବାରରେ ହେବ ।

ଇଟିଭି ଭାରତ, ରାଉରକେଲା/ଭଦ୍ରକ /ଝାରସୁଗୁଡ଼ା/ବୌଦ୍ଧ/ପୁରୀ/ଢେଙ୍କାନାଳ/ବଲାଙ୍ଗୀର

ABOUT THE AUTHOR

...view details