କେନ୍ଦୁଝର: ‘‘ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା । ପିଲାଙ୍କ ଭବିଷ୍ୟତ ନିର୍ମାଣର ଏକ ବଳିଷ୍ଠ ପ୍ଲାଟଫର୍ମ । ଏଠାରେ ଯେଉଁ ଢାଞ୍ଚାରେ ଶିକ୍ଷା ଓ ସଂସ୍କାର ମିଳେ, ତାହା ଅନ୍ୟତ୍ର ମିଳେନି । ଏହି ବିଦ୍ୟାଳୟରୁ ଯେଉଁ ଛାତ୍ରଛାତ୍ରୀ ବାହାରିବେ, ସେମାନେ ଆଗାମୀ ଦିନରେ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବେ ।’’ କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୮ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
- ‘ଦିନେ ଶିକ୍ଷକ ଥିଲି, ଶିଶୁ ମନ୍ଦିରର ଶିକ୍ଷା-ସଂସ୍କାର ଢାଞ୍ଚାକୁ ଭଲ ଭାବେ ଜାଣେ’
ସେଲ୍ ଅଡିଟୋରିଅମରେ ଆୟୋଜିତ ୩୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ କହିଥିଲେ,‘‘ମୁଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପାଠପଢ଼ା ଶୈଳୀ ଜାଣିଛି । ଦିନେ ସରସ୍ଵତୀ ଶିଶୁମନ୍ଦିରରେ ମୁଁ ଶିକ୍ଷକ ଥିଲି । ଏଠାରେ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ଵ ଦିଆଯାଏ । ପିତା-ମାତା, ଗୁରୁଜନମାନଙ୍କୁ ସମ୍ମାନ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଏ । ଶିଶୁ ମନ୍ଦିରରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ ପ୍ରାୟତଃ ବିପଥଗାମୀ ହୁଅନ୍ତି ନାହିଁ । ଭାରତୀୟ ପରମ୍ପରାକୁ ଅନୁସରଣ କରି ଜୀବନରେ ଅଗ୍ରଣୀ ହେବା ହେଉଛି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶୈକ୍ଷିକ ଢାଞ୍ଚାର ମୂଳଭିତ୍ତି । ଏଭଳି ଶିକ୍ଷା ଓ ସଂସ୍କାର ଅନ୍ୟ ସ୍ଥାନରେ ପାଇବା ସହଜ ନୁହେଁ । ସେହିଦୃଷ୍ଟିରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଭାଗ୍ୟବାନ ।’’ ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ତେଣୁ ପ୍ରାଥମିକ ସ୍ତରଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସୁଦୃଢ଼ କରିବାପାଇଁ ତାଙ୍କ ନେତୃତ୍ବାଧୀନ ସରକାର ବଦ୍ଧ ପରିକର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହା ମଧ୍ୟ ପଢନ୍ତୁ :- କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ସାନ୍ତାଳୀରେ ଅଭିଭାଷଣ, ଭାଷାର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି - CM KEONJHAR VISIT ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ 3 ଦିନିଆ କେନ୍ଦୁଝର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ CM Keonjhar visit |
- କାର୍ଯ୍ୟକ୍ରମର ଅନ୍ୟ ଅତିଥି ବୃନ୍ଦ:-