ETV Bharat / sports

୨୮ରୁ HIL: ବେଦାନ୍ତ କଳିଙ୍ଗ ଲାନସର୍ସ ଜର୍ସି-ମାସ୍କଟ-ଆନଥେମ ଉନ୍ମୋଚିତ - HOCKEY INDIA LEAGUE

ଡିସେମ୍ବର ୨୮ରୁ ରାଉରକେଲା ଏବଂ ରାଞ୍ଚିରେ ହକି ଇଣ୍ଡିଆ ଲିଗ୍ । ବେଦାନ୍ତ କଳିଙ୍ଗ ଲାନସର୍ସ ଟିମ୍ ଲଞ୍ଚ କଲା ଜର୍ସି, ମାସ୍କଟ ଏବଂ ଆନଥେମ ।

VEDANTA KALINGA LANCERS
VEDANTA KALINGA LANCERS (ETV BHARAT ODISHA)
author img

By ETV Bharat Odisha Team

Published : Dec 20, 2024, 1:46 PM IST

ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ଫେରିବ ହକି ଇଣ୍ଡିଆ ଲିଗ । ଆସନ୍ତା ଡିସେମ୍ବର 28 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରାଉରକେଲା ଏବଂ ରାଞ୍ଚିଠାରେ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ । ଏଥିରେ ଅଂଶଗ୍ରହଣ କରୁଥିବା ଓଡିଶା ଭିତିକ ଫ୍ରାଞ୍ଚାଇଜ ବେଦାନ୍ତ କଳିଙ୍ଗ ଲାନସର୍ସ ପକ୍ଷରୁ ଜର୍ସି, ମାସ୍କଟ ଏବଂ ଆନଥେମ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଲଞ୍ଚ ହୋଇଛି ।

ବେଦାନ୍ତ କଳିଙ୍ଗ ଲାନସର୍ସ ଜର୍ସି-ମାସ୍କଟ ଉନ୍ମୋଚିତ:

ଚଳିତ ବର୍ଷ ଦଳର 2ଟି ଜର୍ସି କରାଯାଇଛି । ଘରୋଇ ଗ୍ରାଉଣ୍ଡରେ ଖେଳିବା ବେଳେ ଗୋଟିଏ ଜର୍ସି ପରିଧାନ କରିବ । ରାଞ୍ଚିରେ ଖେଳିବା ସମୟରେ ଆଉ ଏକ ଜର୍ସି ପିନ୍ଧିବେ ଖେଳାଳି । ଉଭୟ ଜର୍ସିରେ ଓଡିଶାର ଇତିହାସ, ସମୃଦ୍ଧ, କଳା, ସଂସ୍କୃତିକୁ ଆଦିକୁ ପ୍ରତିଫଳିତ କରାଯାଇଛି । ଟିମର ଆନଥେମକୁ ଋତୁରାଜ ମହାନ୍ତି ଗାଇଥିବା ବେଳେ ଟିମର ମାସ୍କଟର ନାମ 'ଜିତ' ରହିଛି । ଚଳିତ ବର୍ଷ ଦଳ ବେଶ ସନ୍ତୁଳିତ ରହିଛି ଏବଂ ରାଜ୍ୟରୁ ଆଠ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ଟିମ ହକି ଇଣ୍ଡିଆ ଲିଗରେ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଏହି ଅବସରରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା ଏବଂ ବେଦାନ୍ତ ସିଇଓ ସୁନୀଲ ଗୁପ୍ତା ପ୍ରମୁଖ ଯୋଗଦାନ କରିଥିଲେ ।

VEDANTA KALINGA LANCERS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଡିସେମ୍ବର 27ରୁ ହକି ଇଣ୍ଡିଆ ଲିଗ; ରାଉରକେଲା ଓ ରାଞ୍ଚିରେ ମ୍ୟାଚ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କ ସୂଚନା - Hockey India League - HOCKEY INDIA LEAGUE

ଏହା ମଧ୍ୟ ପଢନ୍ତୁ-କ୍ରୀଡ଼ାସଂଘରୁ କମୁଛି ବିଜେଡି ପତିଆରା; FAO ସଭାପତି ହେଲେ ସମୀର ଦେ - Samir Dey become President of FAO

VEDANTA KALINGA LANCERS
VEDANTA KALINGA LANCERS (ETV BHARAT ODISHA)

ବେଦାନ୍ତ ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ''କଳିଙ୍ଗ ଲାନସର୍ସ ଜର୍ସିକୁ ଉନ୍ମୋଚନ କରି ମୁଁ ବହୁତ ଆନନ୍ଦିତ । ହକି ଓଡ଼ିଶାର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଫ୍ରାଞ୍ଚାଇଜ ଭାବେ ଏହାର ପ୍ରୋତ୍ସାହନ ଆମ ପାଇଁ ଗର୍ବର ବିଷୟ । ଏହି ଜର୍ସି ରାଜ୍ୟରେ କଳା ସଂସ୍କୃତି ପ୍ରତିଫଳିତ କରୁଛି। ବିଶ୍ଵ ସ୍ତରରେ ଭିତ୍ତିଭୂମି ଏବଂ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ନିରନ୍ତର କ୍ରୀଡା ଭିତ୍ତିଭୂମିରେ ନିବେଶ କରୁଛି। ''

କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ''ସମସ୍ତ ପ୍ରାୟୋଜକ ଓ ବେଦାନ୍ତଙ୍କୁ ଧନ୍ୟବାଦ ଜଣାଇବି । ହକିର ଉନ୍ନତି ନିମନ୍ତେ ସେମାନେ ଯଉଁ ସହଯୋଗର ହାତ ବଢାଇଛନ୍ତି ସେଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛନ୍ତି । ''

୮ ବର୍ଷ ପରେ ଫେରିବ ହକି ଇଣ୍ଡିଆ ଲିଗ:

ଆସନ୍ତା ଡିସେମ୍ବର 28ରୁ ଫେବୃଆରୀ 1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ । ଏଥର ଉଭୟ ପୁରୁଷ ଏବଂ ମହିଳା ଦଳ ହେବେ ସାମିଲ । ପୁରୁଷ ଦଳରେ 8ଟି ଟିମ ଏବଂ ମହିଳାରେ 6 ଟି ଟିମ ସାମିଲ ହେବେ । ଦୁଇଟି ଭେନ୍ୟୁରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ରାଉରକେଲା ଏବଂ ରାଞ୍ଚିରେ ସମସ୍ତ ମ୍ୟାଚ ଖେଳାଯିବ । ପୂର୍ବରୁ ଏହି ପ୍ରତିଯୋଗିତା 2013 ରୁ 2017 ଯାଏ ଖେଳାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.