ETV Bharat / health

ପ୍ରସବ ପରର ଅବସାଦ କ'ଣ ? କିପରି ମୁକୁଳିବେ ମହିଳା, ପରାମର୍ଶ ଦେଲେ ଡାକ୍ତର - POSTPARTUM DEPRESSION

ପ୍ରସବ ପରର ସମୟ ମହିଳାଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ । ନଚେତ୍ ଶିଶୁ ଜନ୍ମ ପରେ ମାଆଟି ପୋଷ୍ଟପାର୍ଟମ ଡିପ୍ରେସନର ଶିକାର ହୋଇପାରନ୍ତି । ପଢନ୍ତୁ ପୁରା ଖବର

ପ୍ରସବ ପରର ଅବସାଦ କ'ଣ ?
ପ୍ରସବ ପରର ଅବସାଦ କ'ଣ ? (ETV Bharat)
author img

By ETV Bharat Health Team

Published : 6 hours ago

ମାତୃତ୍ବ ପ୍ରତ୍ୟେକ ମହିଳାଙ୍କ ଲାଗି ଏକ ନିଆରା ଅନୁଭବ । କିନ୍ତୁ ଶିଶୁ ଜନ୍ମ ହେବା ପରର କିଛି ଦିନ ମହିଳାମାନଙ୍କ ପାଇଁ ଅତ୍ୟନ୍ତ କଠିନ ରହିଥାଏ । ଭଜାଇନାଲ ଡେଲିଭରି ହେଉକି ସିଜରିଆନ, ପ୍ରସବ ପରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା, ଶାରିରୀକ ପରିବର୍ତ୍ତନ, ଦୁର୍ବଳତା ସହିତ ଶିଶୁର ଯତ୍ନ, ଏପରି ଅନେକ କାରଣରୁ ମହିଳାଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଗୁରୁତର ପ୍ରଭାବିତ ହୋଇଥାଏ । ଅଧିକାଂଶ ମହିଳା ଅବସାଦର ଶିକାର ହୁଅନ୍ତି । ଏନେଇ ଡାକ୍ତରଙ୍କ କହିବା କଥା, ପ୍ରସବ ପୂର୍ବ ସମୟ ଭଳି ପ୍ରସବ ପରେ ମଧ୍ୟ ମାଆର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ । ପ୍ରସବ ପରର କିଛି ଦିନକୁ ଯାହାକୁ ପୋଷ୍ଟପାର୍ଟମ ଟାଇମ୍ କୁହନ୍ତି, ଏହି ସମୟରେ ମହିଳା ଶାରିରୀକ ଓ ମାନସିକ ଭାବେ ଦୁର୍ବଳ ରହିଥାନ୍ତି ।

ପୋଷ୍ଟପାର୍ଟମ ସମସ୍ୟା

ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡଃ ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଶିଶୁ ଜନ୍ମ ପରର ସମୟ ସବୁ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ । କିଛି ମହିଳା ଶୀଘ୍ର ରିକଭରି କରିଥାନ୍ତି ତ ଆଉ କିଛି ଜଣଙ୍କୁ ଅଧିକ ସମୟ ଲାଗିଯାଏ । ଉଭୟ ସିଜରିଆନ ଓ ଭଜାଇନାଲ ଡେଲିଭରି ପରେ କିଛି ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ । ଯଦି ନର୍ମାଲ ବା ଭଜାଇନାଲ ଡେଲିଭରି ହୋଇଛି ତେବେ କିଛି ଦିନ ପର୍ଯ୍ୟନ୍ତ ଯୋନିରେ ଯନ୍ତ୍ରଣା ରହିଥାଏ । ଏହି କାରଣରୁ ମୂତ୍ର ଓ ମଳତ୍ୟାଗ ସମୟରେ ସମସ୍ୟା ହୁଏ । କେବଳ ଏତିକି ନୁହେଁ ଯଦି ଭଜାଇନାଲ ଡେଲିଭରି ବେଳେ ଷ୍ଟିଚ୍ ଲାଗେ ବା ଏପିସିୟୋଟୋମି ହୁଏ ତେବେ ଅନେକ ଦିନ ଯାଏ ମହିଳାଙ୍କ ଯୋନି, ଭଲବା ଓ ପେରିନିୟମରେ ଯନ୍ତ୍ରଣା ରହେ ।

ସେହିପରି ସିଜରିଆନ ଡେଲିଭର ମଧ୍ୟ ଖୁବ୍ ଯନ୍ତ୍ରଣା ଓ ସମସ୍ୟାପୂର୍ଣ୍ଣ ହୋଇଥାଏ । ଯେଉଁ ପ୍ରକାରେ ଡେଲିଭରି ହୋଇଥାଉ ନା କାହିଁକି 15ରୁ 20 ଦିନ କିମ୍ବା ଏହାରୁ ଅଧିକ ସମୟ ଧରି ରକ୍ତସ୍ରାବ ମଧ୍ୟ ହୋଇଥାଏ । ତେଣୁ ଶିଶୁ ଜନ୍ମ ଦେବାର କିଛି ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ନିଜ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦିଆଯାଏ ।

ପ୍ରସବ ପରର ଅବସାଦ:

ଡାକ୍ତର ଆହୁରି କହିଛନ୍ତି ଯେ, ପ୍ରସବ ସମୟରେ ଓ ପରେ ଶରୀରରୁ ବହୁତ ଶକ୍ତି କ୍ଷୟ ହୋଇଥାଏ । ଜନ୍ମ ପରେ ମହିଳାଙ୍କ ହରମୋନ ସ୍ତର ହଠାତ୍ ହ୍ରାସ ପାଏ । ଯେଉଁ କାରଣରୁ ଅଧିକାଂଶ ସମୟରେ ମୁଡ୍ ସୁଇଂ ଏବଂ ଅନ୍ୟ କେତେକ ସମସ୍ୟା ଅନୁଭବ ହୁଏ । ଏହାବ୍ୟତୀତ ଶିଶୁର ଯତ୍ନ ନେବା, ତାକୁ ସ୍ତନ୍ୟପାନ କରାଇବା, ତା'ର ଅସମୟରେ ଶୋଇବା, ଉଠିବା, କାନ୍ଦିବା ଇତ୍ୟାଦି ମାଆକୁ ଖୁବ୍ କ୍ଲାନ୍ତ କରିଦିଏ । ସେ ଠିକ୍ ଭାବେ ଶୋଇ ପାରେନି କି ଆରାମ କରିପାରେନି । ଏହି କାରଣରୁ ପୋଷ୍ଟପାର୍ଟମ ଡିପ୍ରେସନ ଭଳି ସ୍ଥିତି ଦେଖାଯାଏ ।

ପ୍ରସବ ପରର 6 ସପ୍ତାହ ସମୟକୁ ପ୍ରସବକାଳୀନ ଅବଧି ବା ପୋଷ୍ଟପାର୍ଟମ କୁହାଯାଏ । ଏହି ସମୟରେ ମହିଳାମାନେ ବିଭିନ୍ନ ପ୍ରକାର ଶାରିରୀକ ଓ ମାନସିକ ସମସ୍ୟା ଅନୁଭବ କରନ୍ତି ଯେମିତିକି- ଶରୀରରେ ଶକ୍ତି ଅଭାବ, ହରମୋନାଲ ପରିବର୍ତ୍ତନ ଯୋଗୁଁ ଦୁର୍ବଳତା, ମୁଡ୍ ସୁଇଂ, ଓଜନ ବୃଦ୍ଧି, କେଶ ଝଡିବା ଇତ୍ୟାଦି । ଯେଉଁ କାରଣରୁ ଅନେକ ମହିଳା ମାନସିକ ଅବସାଦ, ଚିନ୍ତା, ଚିଡ୍‌ଚିଡା ଅନୁଭବ କରିଥାନ୍ତି । ଏହା ପୋଷ୍ଟପାର୍ଟମ ଡିପ୍ରେସନ ବା ପ୍ରସବ ପରର ଅବସାଦ ଭାବେ ଜଣାଯାଏ । ଅଧିକାଂଶ ମାମଲାରେ ଉଚିତ୍ ଯତ୍ନ ମାଧ୍ୟମରେ ଏହି ସମସ୍ୟା ନିୟନ୍ତ୍ରଣ କରାଯାଇପାରେ । କିନ୍ତୁ ଯଦି ଏହି ଅବସ୍ଥା ଦୀର୍ଘ ସମୟ ଧରି ଲାଗି ରହେ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

କିପରି ନେବେ ଯତ୍ନ ?

ପ୍ରସବ ପରେ ମାଆର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେବେ ଅନେକ ଜାଗାରେ ଆମେ ଦେଖୁ, ଶିଶୁ ଜନ୍ମ ପରର କିଛି ଦିନ ଯାଏ ମାଆକୁ କୌଣସି କାମ କରିବାକୁ ଦିଆଯାଏ ନାହିଁ । ଯାହାଦ୍ବାରା ତାଙ୍କୁ ଶାରିରୀକ ଓ ମାନସିକ ଭାବେ ଆରାମ ମିଳିପାରିବ । କିନ୍ତୁ ଆଜିର ସମୟରେ କେତେକ ଲୋକ ଏହା ପ୍ରତି ଧ୍ୟାନ ଦେଉନାହାନ୍ତି । ଏପରି କରିବା ଆଦୌ ଅନୁଚିତ୍ । ଡାକ୍ତର କହିଛନ୍ତି, ପ୍ରସବ ପରର ସମସ୍ୟା ତଥା ଡିପ୍ରେସନରୁ ମୁକୁଳିବା ପାଇଁ ମହିଳାଙ୍କୁ ଘରେ ଏକ ସପୋର୍ଟ ସିଷ୍ଟମ ମିଳିବା ଜରୁରୀ । ପରିବାରର ଅନ୍ୟ ସଦସ୍ୟ ମହିଳାଙ୍କୁ ଶିଶୁର ଯତ୍ନ ଓ ଘର କାର୍ଯ୍ୟରେ ସାହାଯ୍ୟ କରିବା ଉଚିତ୍ । ଯେପରି ତାଙ୍କ ଉପରେ ଅଧିକ ଚାପ ନପଡେ ।

ଏଥିସହ ମାଆଟି ନିଜ ସମୟର ସଦୁପଯୋଗ କରିବା ଉଚିତ୍ । ଯେତେବେଳେ ଶିଶୁ ଶୋଉଛି ସେହି ସମୟରେ ମାଆ ମଧ୍ୟ ଶୋଇପଡିବା ଉଚିତ୍ । ପୌଷ୍ଟିକ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା ଉଚିତ୍ । ଏହାଦ୍ବାରା ଉଭୟ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସହ ଶୀଘ୍ର ରିକଭରି ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ପିଲାଙ୍କୁ ଜ୍ବର ହୋଇଥିଲେ କରନ୍ତୁନି ଏହି 5 ଭୁଲ୍ - CHILD CARE TIPS

ଏହା ମଧ୍ୟ ପଢନ୍ତୁ: କିୱି ଖାଇବାର 5 ଫାଇଦା, କୋଷ୍ଠକାଠିନ୍ୟରୁ ହୃଦରୋଗ ଯାଏ... - KIWI HEALTH BENEFITS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.