ଓଡିଶା

odisha

ETV Bharat / state

କୋରାପୁଟରେ ବଳ ଦେଖାଇଲା କଂଗ୍ରେସ, ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ - koraput parliamentary constituency - KORAPUT PARLIAMENTARY CONSTITUENCY

KORAPUT PARLIAMENTARY CONSTITUENCY: ଚଳିତ ନିର୍ବାଚନ ପାଇଁ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ ସପ୍ତଗିରି ଉଲାକା । ସେହିପରି କୋରାପୁଟ ବିଧାନସଭା ପାଇଁ କୃଷ୍ଣ କୁଲଦୀପ ଏବଂ ପଟ୍ଟାଙ୍ଗୀ ପାଇଁ ନାମାଙ୍କନ ଭରିଲେ ରାମଚନ୍ଦ୍ର କାଡାମ । ଅଧିକ ପଢନ୍ତୁ

କୋରାପୁଟରେ ବଳ ଦେଖାଇଲା କଂଗ୍ରେସ, ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ
କୋରାପୁଟରେ ବଳ ଦେଖାଇଲା କଂଗ୍ରେସ, ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ

By ETV Bharat Odisha Team

Published : Apr 20, 2024, 8:51 AM IST

କୋରାପୁଟରେ ବଳ ଦେଖାଇଲା କଂଗ୍ରେସ, ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ

କୋରାପୁଟ:ଆସନ୍ତା ମେ' 13ରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ଗତକାଲି ଅର୍ଥାତ 18ରୁ 25 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଦାଖଲ, 26 ନାମାଙ୍କନ ପତ୍ର ଯାଞ୍ଚ ଏବଂ 27ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ । ଶୁକ୍ରବାର ଦିନ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକାଙ୍କ ସମେତ ପଟ୍ଟାଙ୍ଗୀ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ଓ କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦୀପ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋରାପୁଟ ସ୍ଥିତ ଗୁଣ୍ଡିଚା ମନ୍ଦିରଠାରୁ କୋରାପୁଟିଆ ବାଜା ବଜାଇ ନାଚଗୀତ କରି କଂଗ୍ରେସ ଦଳୀୟ କର୍ମୀଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ l

ଏହି ରାଲିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ସାହା ନବାଜ ଚୌଧୁରୀ, ମିନାକ୍ଷୀ ନଟରାଜନ ଓ ଜୟପୁର ବିଧାୟକ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି । କୋରାପୁଟ ଜିଲ୍ଲାର 5 ଗୋଟି ନିର୍ବାଚନ ମଣ୍ଡଳୀରୁ 7 ହଜାରରୁ ଊର୍ଦ୍ଧ୍ବ କର୍ମୀ ଏହି ରାଲିରେ ଯୋଗ ଦେଇଥିଲେ । ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପଟ୍ଟାଙ୍ଗୀ ଓ କୋରାପୁଟ ବିଧାୟକ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ଶିବ ଶଙ୍କର - Independent MLA Candidate

ଏହା ମଧ୍ୟ ପଢନ୍ତୁ...କେଉଁ ଦଳରେ ପୂର୍ବତନ କିର୍ମିରା ବ୍ଳକ ଅଧ୍ୟକ୍ଷ ? ଟିକେଟ୍ ପାଇଁ ତେଜରାଜ ମିଛ କହୁଥିବା ଅଭିଯୋଗ - Tejraj Wants Congress Ticket

ତେବେ 5 ବର୍ଷର ରିପୋର୍ଟକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା କହିଥିବା ବେଳେ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ଦୁଇ ବିଧାୟକ ରାଜନୀତି ମଇଦାନରେ ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି । ବାହିନୀପତି ଓ ଉଲାକାଙ୍କ ମାମୁଁ ଭଣଜା ଶକ୍ତି ପ୍ରଦର୍ଶନକୁ ଦେଖି କୋରାପୁଟ ଜିଲ୍ଲାରେ ପୁଣି କଂଗ୍ରେସ ସଂଗଠନ ସକ୍ରିୟ ହୋଇ ଉଠିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି । ଆଗାମୀ ସାଧାରଣ ନିର୍ବାଚନ କୋରାପୁଟ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ସପ୍ତଗିରି ଉଲାକା ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ଚଳିତ ନିର୍ବାଚନ ବୈତରଣୀ ପାର ହେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ ।


ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details