ସମ୍ବଲପୁର: ସହରରେ ଥିବା ଏକ ମାନସିକଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ମାଡ଼ ମାରିବା ଘଟଣାରେ ତଦନ୍ତ ଜାରି ରହିଛି l ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଉକ୍ତ କେନ୍ଦ୍ରକୁ କଳା ତାଲିକାଭୂକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିସାରିଛି । ସେଠାରେ ଥିବା ଅନ୍ତେବାସୀଙ୍କୁ ବଇଜାମୁଣ୍ଡା ସ୍ଥିତ ସମନ୍ବିତ ଥଇଥାନ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ କରି ଥଇଥାନ କରାଯାଇଛି ।
ଗତକାଲି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଉପ-ଜିଲ୍ଲାପାଳଙ୍କଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ (DSSO) ଥବୀର ମହାନନ୍ଦଙ୍କୁ ଘଟଣା ସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛନ୍ତି ।
- DSSOଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶଅ ନୋଟିସ
ଘଟଣା ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ ଆଜି ଅନ୍ତେବାସୀଙ୍କୁ ବୈଜମୁଣ୍ଡା ସ୍ଥିତ ସମନ୍ବିତ ଥଇଥାନ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରାଯାଇଛି l ତାହା ସମ୍ପୂର୍ଣ୍ଣ ସରକାରୀ ବିଲ୍ଡିଂ l ସେଠାରେ "ପିପୁଲସ ଫୋରମ" ନାମକ ଏକ ସଂସ୍ଥାର ତତ୍ତ୍ବାବଧାନରେ ଅନ୍ତେବାସୀମାନେ ରହିବେ l ଏହି ସଂସ୍ଥାର ସବୁ ଜିଲ୍ଲାରେ କାମ ଚାଲିଛି ଓ ତାଙ୍କର ଡାକ୍ତର ସହିତ ସବୁ ପ୍ରକାର ମାନବ ସମ୍ବଳ ରହିଛି l ସେମାନେ ଏହି ଅନ୍ତେବାସୀଙ୍କୁ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଯତ୍ନ ନେବେ l ଯେଉଁ ସଂସ୍ଥା, ଏମାନଙ୍କ ପାଇଁ କାର୍ଯ୍ୟ କରୁଥିଲା ସେମାନଙ୍କୁ ବ୍ଲାକ ଲିଷ୍ଟ କରିବା ପାଇଁ ବିଭାଗକୁ ଚିଠି କରାଯାଇଛି l ଏହା ସହ ଏହି ଅଭାବନୀୟ ଘଟଣା ପାଇଁ ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି l’’
ଏହା ମଧ୍ୟ ପଢନ୍ତୁ:- |