ଓଡିଶା

odisha

ETV Bharat / state

ମାଆ-ଝିଅ ଡବଲ ମର୍ଡର ଉପରୁ ହଟୁଛି ପରଦା, ପୋଲିସର କ୍ରାଇମ ସିନ ରିକ୍ରିଏସନ - MOTHER DAUGHTER MURDER CASE

ସମ୍ବଲପୁର ମାନେଶ୍ବର ହାଟପଦାରେ ମାଆ ଓ ଝିଅଙ୍କୁ ହତ୍ୟା ଘଟଣାରେ ପୋଲିସ ତଦନ୍ତ । କ୍ରାଇମ ସିନ ରିକ୍ରିଏସନ ବେଳେ ମିଳିଲା ପେଟ୍ରୋଲ ବୋତଲ ।

MANESWAR DOUBLE MURDER
MANESWAR DOUBLE MURDER (ETV BHARAT ODISHA)

By ETV Bharat Odisha Team

Published : Nov 8, 2024, 10:28 AM IST

ସମ୍ବଲପୁର:ମାନେଶ୍ଵର ହାଟପଦାରେ ବୃଦ୍ଧା ମାଆ ଓ ଝିଅକୁ ଘରେ ନିଆଁ ଲଗାଇ ହତ୍ୟା ଘଟଣାର ଟ୍ବିଷ୍ଟ । ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କରିବା ପରେ ଘଟଣା କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ । ସଦର ଥାନା ପୋଲିସ ଘଟଣାସ୍ଥଳକୁ ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି । ନିଆଁ ଲଗାଇବା ପାଇଁ ବ୍ୟବହାର ହୋଇଥିବା ୨ଟି ପେଟ୍ରୋଲ ବୋତଲକୁ ଲୁଚେଇ ଥିବା ସ୍ଥାନରୁ ବାହାର କରିଥିଲେ ଅଭିଯୁକ୍ତ । ଏହି ପେଟ୍ରୋଲକୁ ସେମାନେ ମାନେଶ୍ଵର ପେଟ୍ରୋଲ ପମ୍ପରୁ 200 ଟଙ୍କା ଦେଇ କିଣିଥିଲେ ।

ସମ୍ବଲପୁର SDPO ତୁଫାନ ବାଗଙ୍କ ସୂଚନା ଅନୁସାରେ, '' ଜଗନ୍ନାଥ ଓ ତାଙ୍କ ପୁଅ ସଙ୍କେତ ପ୍ରଥମେ ନିଜ ଘରର ପ୍ରଥମ ମହଲାରେ ରହୁଥିବା ସଇରେନ୍ଦ୍ରିଙ୍କ ମୁହଁରେ କପଡା ଦେଇ ଶ୍ୱାସ ରୁଦ୍ଧ କରି ହତ୍ୟା କରିଥିଲେ । ପରେ ତାଙ୍କ ମୃତଦେହକୁ ରୋଷେଇ ଘରକୁ ନେଇ ଯାଇଥିଲେ । ଏହା ପରେ ପାଖ କୋଠରୀରେ ଶଯ୍ୟାଶାୟୀ ଥିବା ସ୍ନେହଲତା ଦୀକ୍ଷିତଙ୍କୁ ମଧ୍ୟ କପଡା ସାହାଯ୍ୟରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ ବାପ ପୁଅ । ପରେ ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଗ୍ୟାସ ଚୁଲାରେ ନିଆଁ ଲଗେଇ କୋଠରୀର ମୁଖ୍ୟ ଦ୍ୱାରାର କବାଟ ଭିତର ପଟୁ ବନ୍ଦ କରି ଦେଇ ଅନ୍ୟ ଏକ ଅସ୍ଥାୟୀ ଦ୍ୱାର ଦେଇ ଅଭିଯୁକ୍ତ ବାହାରକୁ ଚାଲିଯାଇଥିଲେ । ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ''

MANESWAR DOUBLE MURDER (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ମାଆ-ଝିଅ ମୃତ୍ୟୁର ଖୁଲାସା, ଶ୍ବାସରୁଦ୍ଧ ପରେ ପେଟ୍ରୋଲ ଢାଳି ପୋଡ଼ିଥିଲେ ବାପା-ପୁଅ

ଏହା ମଧ୍ୟ ପଢନ୍ତୁ :- ଶୋଇଥିବା ବେଳେ ଲାଗିଗଲା ନିଆଁ, ମାଆ-ଝିଅ ଜୀବନ୍ତ ଦଗ୍ଧ, ସମ୍ପର୍କୀୟ ଆଣିଲେ ହତ୍ୟା ଅଭିଯୋଗ

ସମ୍ବଲପୁର ଅତିରିକ୍ତ ଏସପି ଅଜୟ କୁମାର ମିଶ୍ରକହିଛନ୍ତି , ''ଦୁଇ ଅଭିଯୁକ୍ତ ବାପା ପୁଅ ଜଗନ୍ନାଥ ଓ ସଙ୍କେତ ନିଜ ଦୋଷ ସ୍ବିକାର କରିଛନ୍ତି । ସେମାନେ କେମିତି ଦୁଇ ଜଣଙ୍କୁ ହତ୍ୟା କରିଥିଲେ ତାହା ମାନିଛନ୍ତି । କ୍ରାଇମ ସିନ ରିକ୍ରିଏସନ ସମୟରେ ଲୁଚାଇ ରଖିଥିବା ଦୁଇଟି ପେଟ୍ରୋଲ ବୋତଲ ଜବତ ହୋଇଛି । ସମ୍ପତ୍ତି ବିବାଦ ନେଇ ହତ୍ୟାକାଣ୍ଡ ଘଟିଛି । ''

Maneswar double murder (ETV BHARAT ODISHA)
Maneswar double murder (ETV BHARAT ODISHA)

ବୁଧବାର ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ 95 ବର୍ଷୀୟା ବୃଦ୍ଧା ସ୍ନେହଲତା ଦୀକ୍ଷିତ ଏବଂ ତାଙ୍କର 62 ବର୍ଷୀୟା ଝିଅ ସଇରେନ୍ଦ୍ରୀ ଦୀକ୍ଷିତଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଘର ମଧ୍ୟରୁ ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଥିଲା । ପ୍ରାଥମିକ ଭାବେ ଏହା ଏକ ଅଗ୍ନିକାଣ୍ଡ ବୋଲି ସନ୍ଦେହ କରାଯାଉଥିଲେ ସୁଦ୍ଧା ମୃତ ବୃଦ୍ଧା ସ୍ନେହଲତାଙ୍କର ଅନ୍ୟ ଜଣେ ଝିଅ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଜମିବାଡି ବିବାଦ ପାଇଁ ମାଆ ଓ ବଡ଼ ଭଉଣୀଙ୍କୁ ଭାଇ ହତ୍ୟା କରିଛି ବୋଲି କହିଥିଲେ । ପରେ ପୋଲିସ ଘଟଣାର ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଥିଲା ।

Maneswar double murder (ETV BHARAT ODISHA)

ଇଟିଭି ଭାରତ, ସମ୍ବଲପୁର


ABOUT THE AUTHOR

...view details