ଓଡିଶା

odisha

ETV Bharat / state

ଜେଲ ଯିବେ କି କ୍ରୀତଦାସ ? ଚାଟାର୍ଡ ଫ୍ଲାଇଟର CBI ତଦନ୍ତ ପାଇଁ ଉଠିଲା ଦାବି - CBI Inquiry of Black Rose - CBI INQUIRY OF BLACK ROSE

CBI Inquiry of Black Rose and Chartered Flight Scam: ଚାପିହୋଇ ରହିଥିବା ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣାରେ ଖୋଲିବ କି ଫାଇଲ ? ଜାହାଜ ବୁଡ଼ିବା ପଛରେ କେଉଁ ସବୁ କାର୍ପଟଦାର ? ସିବିଆଇ ତଦନ୍ତ ନେଇ ଅନୁମତି ଦେବ କି ବିଜେପି ସରକାର ? ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତଶ୍ରୁତି ମନେ ପକାଇ ଘଟଣାର ପେଡ଼ି ଖୋଲିଛି ସୂଚନା ଅଧିକାର ଅଭିଯାନ । ଅଧିକ ପଢ଼ନ୍ତୁ

CBI Inquiry of Black Rose and Chartered Flight Scam
CBI Inquiry of Black Rose and Chartered Flight Scam (ETV Bharat Odisha)

By ETV Bharat Odisha Team

Published : Jul 19, 2024, 11:03 PM IST

ଭୁବନେଶ୍ବର: କୋଟି କୋଟି ଟଙ୍କାର ଖଣିଜ ପଥର କାରବାର ପଛର କିଏ ଚକ୍ରାନ୍ତକାରୀ ? କାହାର ଇଙ୍ଗିତରେ ବ୍ଲାକରୋଜ ଘଟଣାକୁ ଚପାଇ ରଖାଯାଇଛି ? ଏସବୁର ଗୁମର ଖୋଲିବାକୁ ନୂଆ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ସୂଚନା ଅଧିକାର ଅଭିଯାନ । ସାମ୍ବାଦିକ ସମ୍ମିଳନୀ କରି ବାବୁରାଜର ଚାଟାର୍ଡ ଫ୍ଲାଇଟ ଦୁର୍ନୀତି ଓ ଲକ୍ଷ୍ମୀ ବସ ଆଳରେ ଶହ ଶହ କୋଟି ଟଙ୍କାର ଦୁର୍ନୀତିର ଖୁଲାସା କରିଛନ୍ତି ସୂଚନା ଅଧିକାର କର୍ମୀମାନେ ।

CBI Inquiry of Black Rose and Chartered Flight Scam (ETV Bharat Odisha)

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, "ପୂର୍ବରୁ ଦୁଇ ଦୁଇ ଥର ହାଇକୋର୍ଟରେ ବ୍ଲାକରୋଜ ବୁଡ଼ି ନେଇ ପିଟିସନ ଫାଇଲ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପିଟିସନରକାରୀଙ୍କ କଣ ହେଲା ଯେ ଘଟଣାକୁ ଚାପିଦିଆଗଲା ? ଏନେଇ ମୁଁ ନିଜେ ହାଇକୋର୍ଟରେ ମଧ୍ୟ ରିଟ୍‌ ପିଟିସନ ଦାଖଲ କରିଥିଲି । ପୂର୍ବରୁ ଥିବା ସରକାର ଏନେଇ କୌଣସି ତଥ୍ୟ ଦେଇନଥିବା ବେଳେ ଏବେକାର ସରକାର ଏନେଇ କେବେ ଦେବେ ତଥ୍ୟ ? ବ୍ଲାକରୋଜ ପଛର କ୍ରୀତଦାସମାନଙ୍କୁ ଗିରଫ କରାଯିବ ବୋଲି କହିଥିବା କେନ୍ଦ୍ରମନ୍ତ୍ରୀ ଏନେଇ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ କି ? ରାଜ୍ୟରେ ଖଣିଜ ପଦାର୍ଥ କାରବାର ଆଳରେ କଳାବଜାରୀର ତଥ୍ୟ ଖୁଲାସା ହୋଇପାରିବ । ୨୪ ହଜାର ମେଟ୍ରିକ ଟନ୍‌ର ରୟାଲିଟି ବାବଦରେ ହୋଇଥିବା ୨୦ କୋଟି ଭଳି ଘୋଟାଲର ଫର୍ଦ୍ଦାଫାସ ହେବ । ଏ ମାମଲା କେବଳ ଓଡ଼ିଶାରେ ନୁହେଁ, ପଶ୍ଚିମବଙ୍ଗର ନ୍ୟାୟାଳୟରେ ବି ମାମଲା ହୋଇଛି ।" ତେବେ ଏ ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ କେବେ ସମ୍ମତି ଦେବ, ତାହାକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ ।

ସେହିପରି ରାଜ୍ୟ ସରକାରଙ୍କର ଦୁଇ ଦୁଇଟି ହେଲିକପ୍ଟର ଥାଇ ବି ରାଜ୍ୟ ରାଜକୋଷରୁ କିଭଳି ଚାଟାର୍ଡ ଫ୍ଲାଇଟ ବୁକିଂ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ତାର ହିସାବ ମାଗିଲେ ସୂଚନା ଅଧିକାର କର୍ମୀ । ତଥ୍ୟ ମାଗିଲେ ପରିବହନ ବିଭାଗଠୁ ଆରମ୍ଭ କରି GA ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ମଧ୍ୟ ଏନେଇ କୌଣସି ତଥ୍ୟ ଦେଉନଥିବା ଅଭିଯୋଗ ହୋଇଛି । କୋଭିଡ ସମୟରେ ଯେପରି କିଏ ଉଡ଼ିଛନ୍ତି ଚାଟାର୍ଡ ଫ୍ଲାଇଟରେ, ଏହାର ଖର୍ଚ୍ଚ ବାବଦରେ ବିଭାଗ କୌଣସି ତଥ୍ୟ ଦେଉନାହିଁ । ଏନେଇ ତଥ୍ୟ ନଦେଲେ ଖାରବେଳ ଭବନ ସାମ୍ନାରେ ଧାରଣା ଦେବାର ଧମକ ଦେଇଛନ୍ତି ସୂଚନା ଅଧିକାର କର୍ମୀ । ଯଦି ତଥ୍ୟ ନମିଳେ, ଆମ ଅର୍ଥ ରାଜକୋଷକୁ ନଫେରେ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଏହା ତୀବ୍ର ଆନ୍ଦୋଳନର ରୂପ ନେବ ବୋଲି ସେମାନେ କହିଛନ୍ତି ।

କେବଳ ସେତିକି ନୁହେଁ, ରାଜ୍ୟରେ କମ ଖର୍ଚ୍ଚରେ ‌ଲୋକଙ୍କୁ ଗମନାଗମନ ସୁଯୋଗ‌ ଦେବାକୁ ପୂର୍ବତନ ରାଜ୍ୟ ସରକାର ଲକ୍ଷ୍ମୀ ବସ ଯୋଜନା ଲାଗୁ କଲେ । ହେଲେ‌ ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ହିସାବ ଦେଉନାହାନ୍ତି ସରକାର । ଏନେଇ କୌଣସି ତଥ୍ୟ ମଧ୍ୟ ପ୍ରକାଶ କରୁନାହାଁନ୍ତି । ଅର୍ଥାତ୍ କେଉଁଠୁ ଗାଡି କିଣା ହେଲା, କିଏ କିଣିଲା, କେତେ ଟଙ୍କା ପେମେଣ୍ଟ ହୋଇଛି, ‌କୋଣସି ତଥ୍ୟ‌ ମିଳୁନାହିଁ । ଲକ୍ଷ୍ମୀ ବସରେ ୮୦୦ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଆତ୍ମସାତ ହୋଇଥିବା ଅନୁମାନ କରିଛନ୍ତି ସୂଚନା ଅଧିକାର କର୍ମୀ । ଏନେଇ ସରକାର ତଥ୍ୟ ରଖିବାକୁ ସେ ଅନୁରୋଧ କରିଛନ୍ତି । ଯେଉଁମାନେ ଏଭଳି କେଳେଙ୍କାରୀ କରିଛନ୍ତି, ସେମାନଙ୍କ ବିରୋଧରେ ତଦନ୍ତ‌ ହେଉ ବୋଲି ଓଡ଼ିଶା ସୂଚନା ଅଧିକାର ସଦସ୍ୟଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦାବି କରାଯାଇଛି ।

ଖୋଲୁଛି ପୁରୁଣା ସରକାର ସମୟର ଚପି ରହିଥିବା ଦୁର୍ନୀତି:-

ଧିରେ ଧିରେ ସାମ୍ନାକୁ ଆସୁଛି ପୁରୁଣା ସରକାର ସମୟରେ ହୋଇଥିବା କେଳେଙ୍କାରୀର ଲିଙ୍କ୍‌ । ଲୋକଲୋଚନକୁ ଆଣିବାକୁ ନୂଆ ସରକାରଙ୍କୁ ଆହ୍ବାନ କରିଛି ସୂଚନା ଅଧିକାର ଅଭିଯାନ । ଏନେଇ ବ୍ଲାକରୋଜ ଜାହାଜ ବୁଡ଼ିଠୁ ଆରମ୍ଭ କରି ଚାଟାର୍ଡ ଫ୍ଲାଇଟ ଓ ଲକ୍ଷ୍ମୀ ବସରେ ଦୁର୍ନୀତି ଗନ୍ଧ ବାରିଛି ସୂଚନା ଅଧିକାର ଅଭିଯାନ ମଞ୍ଚ । ଏସବୁର ତଥ୍ୟ ସାର୍ବଜନୀନ କରିବାକୁ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ସୂଚନା ଅଧିକାର କର୍ମୀ ।

ଏହା ମଧ୍ୟ ପଢ଼ନ୍ତୁ...ଡ୍ରେନ ପାଣିରେ ଉବୁଟୁବୁ ରେଶମ ସହର, ଦୁର୍ନୀତି ଗନ୍ଧ ବାରିଲେ ନୂଆ ବିଧାୟକ - MLA K Anil Kumar Reaction

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details