ରାଉରକେଲା: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ । କୋଡ଼ ଅଫ କଣ୍ଡକ୍ଟ ଲାଗିବା ପରେ ବର୍ତ୍ତମାନ ରାଉରକେଲା ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ତତ୍ପର ହୋଇ ଏନ୍ଫୋର୍ସମେଣ୍ଟକୁ କଡା କରାଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ମାତ୍ରାରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସହ ତିନୋଟି ଫ୍ଲାଇଂ ସ୍କ୍ୱାର୍ଡ ର ନିର୍ମାଣ କରାଯାଇଛି । ଏହି ସ୍କ୍ୱାର୍ଡରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ ରହିଛନ୍ତି ।
ସାଧାରଣ ନିର୍ବାଚନକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ରାଉରକେଲା ଏସପି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ DIG ମିତ୍ରଭାନୁ ମହାପାତ୍ର । ସେ କହିଛନ୍ତି ଯେ, ରାଉରକେଲା ପୋଲିସ ଜିଲ୍ଲା ଅଧୀନରେ ଥିବା 3 ଟି ନିର୍ବାଚନ ମଣ୍ଡଳୀ ରାଉରକେଲା, ରଘୁନାଥପାଲ୍ଲୀ ଏବଂ ବଣାଇ ରହିଛି ଏବଂ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ କିଛି ଅଞ୍ଚଳ ରାଉରକେଲା ପୋଲିସ ଅଧୀନରେ ରହିଛି । ତେବେ କୋଡ଼ ଅଫ କଣ୍ଡକ୍ଟ ଲାଗିବା ପରେ ବର୍ତ୍ତମାନ ରାଉରକେଲା ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ତତ୍ପର ହୋଇ ଏନ୍ଫୋର୍ସମେଣ୍ଟକୁ କଡା କରିଛି ।
ସମସ୍ତ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ମାତ୍ରାରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଉଛି ଏବଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ତିନୋଟି ଫ୍ଲାଇଂ ସ୍କ୍ୱାର୍ଡର ନିର୍ମାଣ କରାଯାଇଛି । ଏହି ସ୍କ୍ୱାର୍ଡରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ ରହିଛନ୍ତି । ଏବଂ ନିର୍ବାଚନ ମଣ୍ଡଳୀରେ ଯେଉଁ ଲୋକେ ଅଭିଯୋଗ କରିବେ ସମସ୍ତ ଅଭିଯୋଗକୁ ସେ ତଦନ୍ତ କରିବେ ଏବଂ ଘଟଣା ସ୍ଥଳରେ ପହଞ୍ଚିବେ । ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. ଆଚରଣ ବିଧି ନାଁରେ ସରକାରୀ କର୍ମଚାରୀଙ୍କ ଜୁଲୁମ ଅଭିଯୋଗ - Model Code Of Conduct Violation