ଓଡିଶା

odisha

ETV Bharat / state

ପୋଲିସ ପୋଷାକରେ ଆସି ଲୁଟିନେଲେ ଚୋର, ୩ ଡକାୟତ ଗିରଫ - ROBBERS POSING AS POLICE LOOT

ପୋଷାକ ଆସଲି ହେଲେ ପୋଲିସ ନକଲି । ପୋଲିସ ପୋଷାକରେ ଆସି କରୁଥିଲେ ଲୁଟ୍ । ୩ ଜଣଙ୍କୁ ଧରି ଅସଲି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।

Fake Police
Fake Police (ETV Bharat Odisha)

By ETV Bharat Odisha Team

Published : Nov 12, 2024, 10:15 PM IST

ଭବନୀପାଟଣା: ପୋଲିସ ପୋଷାକ ପିନ୍ଧି ଲୋକଙ୍କକୁ ଭୟଭୀତ କରି ଟଙ୍କା ଲୁଟୁଥିଲେ ନକଲି ପୋଲିସ । ଜଣେ କି ଦୁଇ ଜଣ ନୁହେଁ ଏକାଥରେ ୭ ଜଣ ସାଜିଥିଲେ ନକଲି ପୋଲିସ । ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟୁ କରିବାକୁ ଆସିଥିବା ୭ ନକଲି ପୋଲିସଙ୍କୁ ମଧ୍ୟରୁ ୪ ଜଣ ଫେରାର ମାରିଥିବାବେଳେ ୩ ଜଣଙ୍କୁ ଧରି ଅସଲି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।

FAKE POLICE (ETV Bharat Odisha)

ପୋଷାକ ଅସଲି ହେଲେ ପୋଲିସ ନକଲି:

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଦେଢ଼ସୁଲି ପଞ୍ଚାୟତର ଉପାନ୍ତ ରୁବେନ ଗାଁର ରୀପା ମାଝୀଙ୍କ ଘରକୁ ଏକ ବୋଲେରୋରେ ପୋଲିସ ପୋଷାକ ପିନ୍ଧି ୭ ଜଣ ଆସିଥିଲେ । ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଘରେ ଲୁଚାଇ ରଖିଛ କହି ଧମକ ଚମକ ଦେଇଥିଲେ । ଏହାସହ ସର୍ଚ୍ଚ କରିବୁ କହି ରୀପା ମାଝୀଙ୍କ ଘରେ ଜବରଦସ୍ତ ପଶିଥିଲେ । ଏପରିକି ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ରୀପା ମାଝୀ ଘର ତିଆରି ପାଇଁ ସଞ୍ଚୟ କରି ରଖିଥିବା ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଉଥିବାବେଳେ ଗ୍ରାମବାସୀ ସନ୍ଦେହରେ ନକଲି ପୋଲିସକୁ ଅଟକାଇ ଥିଲେ । ଗ୍ରାମବାସୀଙ୍କୁ ଦେଖି ଘଟଣାସ୍ଥଳରୁ ୪ ଜଣ ଚମ୍ପଟ ମାରିଥିବାବେଳେ ଅନ୍ୟ ୩ ଜଣଙ୍କୁ ଅଟକ ରଖି ପ୍ରଚୁର ମାଡ ମାରିବା ସହ ମୋହଗିରି ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ ।

FAKE POLICE (ETV Bharat Odisha)

ଅସଲି ପୋଲିସ ହାବୁଡରେ ନକଲି ପୋଲିସ:

ସେପଟେ ଫେରାର ହୋଇଥିବା ୪ ଜଣ ଦୁର୍ବୃତ୍ତ ରୀପା ମାଝୀଙ୍କ ଘରୁ ଲୁଟ କରିଥିବା ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ପୋଲିସ ୩ ଜଣ ନକଲି ପୋଲିସକୁ ଗିରଫ କରିଥିବାବେଳେ ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡାର ପିଣ୍ଟୁ ସେଠୀ, ଆଶିଷ ଦିଗାଲ ଓ ପକାରି ଗାଁର ସୁଧାକର ବଳିୟାରସିଂ ବୋଲି ପୋଲିସ ସୂଚନା ଦେଇଛି । ଅଟକ ୩ ଜଣଙ୍କୁ ମଦନପୁର ରାମପୁର ଥାନାକୁ ଆଣି କେସ ନମ୍ବର ୨୪୦/୨୪ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ଏହାସହ ଫେରାର ଥିବା ଅନ୍ୟ ୪ ନକଲି ପୋଲିସକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜିବାକୁ ଚଢ଼ାଉ କରୁଛି ପୋଲିସ ।

FAKE POLICE (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ବାଇକରେ ଆସିଲେ 3 ଲକ୍ଷ ଝାମ୍ପିନେଲେ, ରାଜଧାନୀରେ ଚାଞ୍ଚଲ୍ୟ - Loot From Woman

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡିଲା ମାଗଣା, ଚକ୍ଷୁ ପରୀକ୍ଷା ଆଳରେ ସ୍ବାସ୍ଥ୍ୟକାର୍ଡରୁ ଚଳୁ କରିଦେଲେ ଟଙ୍କା - Health Card Fraud

ଏହା ମଧ୍ୟ ପଢ଼ନ୍ତୁ...ନନା ବେଶରେ ବୁଲୁଥିଲେ ମନ୍ଦିରରୁ ଲୁଟୁଥିଲେ, ଧରାପଡିଲେ ଦୁଇ ଭାଇ - two TEMPLE THIEF ARRESTED

ଧମକ ଦେଇ କରିଥିଲେ ଲୁଟ:

ଲୁଟର ଶିକାର ହୋଇଥିବା ଅଭିଯୋଗକାରୀ ରୀପା ମାଝୀ କହିଛନ୍ତି , "ଚୋରମାନେ ଆମ ଘରକୁ ଆସିଥିଲେ । ତୁମୁଡ଼ି ବନ୍ଧ ଅଞ୍ଚଳର ଯୁବତୀ ଓ ରାମପୁର ଅଞ୍ଚଳର ଯୁବକଙ୍କୁ ଘରେ ଲୁଚେଇ ରଖିଛ ବୋଲି କହିଥିଲେ । ଏହାପରେ କବାଟ ଖୋଲ ଘର ଯାଞ୍ଚ କରିବୁ ବୋଲି କହି ଘର ପଶିଥିଲେ । ୭ ଜଣ ପୋଲିସ ଡ୍ରେସରେ ଘରେ ପଶିଥିଲେ । ମରଣାସ୍ତ୍ର ଧରି ଆମକୁ ଭୟଭୀତ କରିଥିଲେ । ଧମକ ଚମକ୍ ଦେବାରୁ ଆମେ ଭୟବୀତ ଅବସ୍ତାରେ ଥିଲୁ । ଘର ଭିତରେ ପଶି ଘରେ ଥିବା ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇ ଫେରାର ହେଉଥିଲେ । ପରେ ଗ୍ରାମବାସୀ ସେମାନଙ୍କୁ ଅଟକାଇଥିଲେ । ୪ ଜଣ ଘଟଣାସ୍ଥଳରୁ ଫେରାର ମାରିଥିବାବେଳେ ୩ ଜଣଙ୍କୁ ଗ୍ରାମବାସୀ କାବୁ କରିଥିଲେ । ଧରାପଡ଼ିଥିବା ୩ ଜଣଙ୍କୁ ପୋଲିସ ଜିମାରେ ଦେଇଥିଲେ ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details