ETV Bharat / state

ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ - MINING MINISTERS CONFERENCE

କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ । ସାମିଲ ହେବେ ବିଭିନ୍ନ ରାଜ୍ୟର ଖଣି ମନ୍ତ୍ରୀ ।

ମୋହନ-ଜି କିଶନ ସାକ୍ଷାତ
ମୋହନ-ଜି କିଶନ ସାକ୍ଷାତ (ETV Bharat Odisha)
author img

By ETV Bharat Odisha Team

Published : Jan 20, 2025, 8:48 AM IST

ଭୁବନେଶ୍ବର: ଆଜିଠୁ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ । ଏଥିରେ ସମସ୍ତ ରାଜ୍ୟର ଖଣି ମନ୍ତ୍ରୀ ମାନେ ଯୋଗ ଦେବେ । ଆଜିଠୁ ଆରମ୍ଭ ହେବାକୁ ଥିବା ଏହି ସମ୍ମିଳନୀ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେବେ ।

କୋଣାର୍କରେ 2 ଦିନିଆ ଖଣି ସମ୍ମିଳନୀ:

ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ କୋଣାର୍କରେ ଅନୁଷ୍ଠିତ ହେବାକୁ ଯାଉଛି । ଜାନୁଆରୀ 20 ଓ ଜାନୁଆରୀ 21 ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ । ଏଥିରେ ଏକାଧିକ ରାଜ୍ୟର ଖଣି ମନ୍ତ୍ରୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ ।

ନିଲାମ ହେବାକୁ ଥିବା ଖଣି ସମ୍ପର୍କରେ ନିଷ୍ପତ୍ତି ହୋଇପାରେ:

ଏହି ସମ୍ମିଳନୀରେ ଆଗାମୀ ଦିନରେ ନିଲାମ ହେବାକୁ ଥିବା ଖଣି ସମ୍ପର୍କରେ ନିଷ୍ପତ୍ତି ହୋଇପାରେ । ଖଣି କ୍ଷେତ୍ରର ନିରାପତ୍ତା, ପରିବେଶ ସମସ୍ୟା ଓ ପରିବହନ ଆହ୍ବାନ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଖଣିଜ ସମ୍ପଦର ସମ୍ଭାବନାକୁ ଉନ୍ମୋଚନ ଓ ବିକଶିତ ଭାରତ 2047 ପରିକଳ୍ପନାରେ ଦେଶର ବିକାଶରେ ଯୋଗଦାନ କରିବା ଏହାର ଉଦ୍ଦେଶ୍ୟ ।

ଓଡ଼ିଶାରେ କେନ୍ଦ୍ର ଖଣି ମନ୍ତ୍ରୀ:

ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡୀ । ଗତକାଲି(ରବିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତାଙ୍କୁ ସାକ୍ଷାତ କରି ରାଜ୍ୟର ଖଣିଜ ଶିଳ୍ପର ବିକାଶ ସହ ଏହାର ପରିଚାଳନା ଓ କାର୍ଯ୍ୟକ୍ଷମତା ଉପରେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶାର ମାଟି ତଳେ ଲିଥିୟମ ସନ୍ଧାନ, ଚାଲିଛି ପ୍ରାଥମିକ ସର୍ଭେ

ରଘୁରାଜପୁର ଓ କୋଣାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି: ଦେଖିଲେ ଗୋଟିପୁଅ ନୃତ୍ୟ, କିଣିଲେ ପଟ୍ଟଚିତ୍ର

ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା, ସୃଷ୍ଟି ହେବ ୨୦୦୦ ଟ୍ରାଫିକ ପୋଲିସ ପଦବୀ

ଓଡ଼ିଶାରେ ଲିଥିୟମ ଭଣ୍ଡାର:

ନୟାଗଡ ଜିଲ୍ଲାରେ ରହିଛି ଲିଥିୟମ ଭଣ୍ଡାର । ଏନେଇ ସଙ୍କେତ ପାଇଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (GSI) । ଲିଥିୟମ ଭଣ୍ଡାର ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପାଇଲଟ ପ୍ରକଳ୍ପ ହାତକୁ ନିଆଯାଇଛି । କୃତ୍ରିମ ବୁଦ୍ଧିମତା(AI) ବ୍ୟବହାର କରାଯାଇ ତଥ୍ୟ ନିଆଯାଉଛି । କେବଳ ନୟାଗଡ ନୁହେଁ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଲିଥିୟମ ଥିବା ସଙ୍କେତ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.