ହାଇଦ୍ରାବାଦ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ନିଜର ୟୁଜରଙ୍କୁ ଉନ୍ନତମାନର ଅଭିଜ୍ଞତା ପ୍ରଦାନ କରିବା ଲାଗି ନୂଆ ନୂଆ ଫିଚର ଆଣୁଛି । ଏବେ ହ୍ବାଟ୍ସଆପ୍ ଏପରି ଏକ ଫିଚର ଆଣିଛି ଯାହାକୁ ସମସ୍ତ ବ୍ୟବହାରକାରୀ ଅପେକ୍ଷା କରିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପୂର୍ବରୁ ହ୍ବାଟ୍ସଆପ୍ ଷ୍ଟାଟସରେ ଫଟୋ ସହ ମ୍ୟୁଜିକ୍ ଲଗାଇବାକୁ ହେଲେ ଅନ୍ୟ ଆପ୍ର ସହାୟତା ନେବାକୁ ପଡୁଥିଲା । ଏପରିକି ଇନଷ୍ଟାଗ୍ରାମ ଷ୍ଟୋରିଜକୁ ଡାଉନଲୋଡ କରି ହ୍ବାଟ୍ସଆପ୍ ଷ୍ଟାଟସରେ ଲଗାଇବାକୁ ପଡୁଥିଲା । କିନ୍ତୁ ଏବେ ଏ ସମସ୍ତ କାର୍ଯ୍ୟ ଆପ୍ ମଧ୍ୟରେ ହିଁ ହୋଇପାରିବ ।
ଆପ୍ ଆଣିଲା 'ମ୍ୟୁଜିକ୍ ଅଫ୍ ଷ୍ଟାଟସ୍' ଅପଡେଟ୍
ହ୍ବାଟ୍ସଆପ୍ରେ ଏହି ନୂଆ ଫିଚରର ନାଁ 'ମ୍ୟୁଜିକ୍ ଅଫ୍ ଷ୍ଟାଟସ୍' ଅପଡେଟ୍ । ଏହି ଫିଚର ନାଁରୁ ଆପଣ ବୁଝିପାରୁଥିବେ ଏହି ନୂଆ ଫିଚରର କଣ ଫାଇଦା । ଏହି ନୂଆ ଫିଚର ରୋଲଆଉଟ୍ ହେବା ପରେ ୟୁଜର ହ୍ବାଟ୍ସଆପ୍ ଷ୍ଟାଟସରେ ନିଜ ପସନ୍ଦର ମ୍ୟୁଜିକ୍ ଲଗାଇପାରିବେ । ପୂର୍ବରୁ ୟୁଜର କୌଣସି ଷ୍ଟାଟସ ଲଗାଉଥିବା ସମୟରେ ଏଥିରେ ମ୍ୟୁଜିକ୍ ଆଟାଚ୍ କରିବା ଲାଗି ସେପରି କୌଣସି ଅପସନ ଦିଆଯାଉନଥିଲା । କିନ୍ତୁ ଅପଡେଟ୍ ହେବା ପରେ ଏକ ଅପସନ ଦିଆଯିବ ।
📝 WhatsApp beta for Android 2.25.2.5: what's new?
— WABetaInfo (@WABetaInfo) January 18, 2025
WhatsApp is rolling out a feature to share music through status updates, and it's available to some beta testers!
Some users can experiment with this feature by installing certain previous updates.https://t.co/7uzD671izM pic.twitter.com/kvBPpsbkut
ହ୍ବାଟ୍ସଆପ୍ର ନୂଆ ଫିଚର ସ୍ପଟ୍ କରିବା ଓ ଏହା ସମ୍ପର୍କରେ ସୂଚନା ଦେଉଥିବା ୱେବସାଇଟ୍ WabetaInfoର ଏକ ଲାଟେଷ୍ଟ ରିପୋର୍ଟ ଅନୁସାରେ, ହ୍ବାଟ୍ସଆପ୍ର ମ୍ୟୁଜିକ ଷ୍ଟାଟସ୍ ଫିଚର Android 2.25.2.5 ସହିତ ବିଟା ଭର୍ସନରେ ଦେଖିବାକୁ ମିଳିଛ । ରିପୋର୍ଟ ଅନୁସାରେ, ଏହି ଅପଡେଟ୍ର ରୋଲଆଉଟ୍ ଆରମ୍ଭ ହୋଇଥିବା ବେଳେ ଏହାର ବ୍ୟବହାର କିଛି ନିର୍ଦ୍ଦିଷ୍ଟ ବିଟା ୟୁଜର ବ୍ୟବହାର କରିପାରିବେ । ଆଉ କିଛି ଦିନ ମଧ୍ୟରେ ହ୍ବାଟ୍ସଆପ୍ର ସମସ୍ତ ଆଣ୍ଡ୍ରଏଡ୍ ୟୁଜରଙ୍କ ଲାଗି ଷ୍ଟାଟସ ସହିତ ମ୍ୟୁଜିକ୍ ଆଟାଚ୍ କରିବା ଲାଗି ନୂଆ ଫିଚର ମିଳିବ ।
କେମିତି ବ୍ୟବହାର କରିବେ ଏହି ଫିଚର ?
- ଏହି ନୂଆ ଫିଚର ରୋଲଆଉଟ୍ ହେବା ପରେ ଆପଣ କୌଣସି ଫଟୋ ବା ଟେକ୍ସଟ୍କୁ ଷ୍ଟାଟସରେ ଅପଲୋଡ କରିବାକୁ ଯିବା ସମୟରେ, ଡ୍ରଇଙ୍ଗ ଏଡିଟରରେ ଆପଣଙ୍କୁ କଲର ଚେଞ୍ଜ, ଟେକ୍ସଟ୍, ଇମୋଜି ଓ କ୍ରପ୍ ଅପସନ ରହିଥାଏ । ଏବେ ଏହାର ବାମ ପାର୍ଶ୍ବରେ ମ୍ୟୁଜିକ୍ ଆଇକନ୍ ଦେଖିବାକୁ ମିଳିବ ।
- ଏହି ଅପସନକୁ ଟଚ୍ କରିବା ପରେ ୟୁଜର ନିଜ ଷ୍ଟାଟସ ହିସାବରେ ପସନ୍ଦର ମ୍ୟୁଜିକ୍କୁ ସର୍ଚ୍ଚ କରିପାରିବେ ଏବଂ କୌଣସି ଗୀତକୁ ଷ୍ଟାଟସ୍ରେ ଲଗାଇପାରିବେ ।
- ୟୁଜର ହ୍ବାଟ୍ସଆପ୍ରେ ଫଟୋ ଓ ଭିଡିଓ ଉଭୟରେ ମ୍ୟୁଜିକ୍ ଲଗାଇପାରିବେ ।
କହି ରଖୁଛୁ କି, ଏହି ଫିଚର ଇନଷ୍ଟାଗ୍ରାମରେ ଷ୍ଟୋରୀ ଲଗାଇବା ପରି । ମେଟାର ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ସମୟରେ ମ୍ୟୁଜିକ୍ ଆଟାଚ୍ କରିବା ଲାଗି ଅପସନ ଆସିଥାଏ । ଏବେ ମେଟା ଏହି ଫିଚରକୁ ହ୍ବାଟ୍ସଆପ୍ରେ ବି ରୋଲଆଉଟ୍ କରିବା ଆରମ୍ଭ କରିଛି ।