ଭୁବନେଶ୍ବର:ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଆସିଥିବା ଯବାନଙ୍କ ବନ୍ଧୁକ ଚୋରି । ଭୁବନେଶ୍ୱର ଆସିଥିବା ଅଷ୍ଟମ IRBର ଯବାନଙ୍କ ଇନସାସ ବନ୍ଧୁକର ପତ୍ତା ମିଳୁନି । ଯବାନଙ୍କ ବନ୍ଧୁକ ଚୋରି ନେଇ ମୈତ୍ରୀ ବିହାର ଥାନାରେ ଏକ ଅଭିଯୋଗ ପରେ କେସ ରୁଜୁ କରିଛି କମିଶନରେଟ୍ ପୋଲିସ । ଏନେଇ ରାଜ୍ୟ ଇଣ୍ଟେଲିଜେନ୍ସ ସମେତ ପୁରା ଡିପାର୍ଟମେଣ୍ଟକୁ ଆଲର୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ।
ସୂଚନା ମୁତାବକ ଗତ ୨୩ ଓ ୨୪ ତାରିଖରେ ରାଷ୍ଟ୍ରପତିଙ୍କ ଭିଆଇପି ଡ୍ୟୁଟି ପାଇ ଗଞ୍ଜାମରୁ ଆସିଥିଲେ ଅଷ୍ଟମ IRB ବାଟାଲିୟନର ଯବାନ । ସେଥିପାଇଁ ସମସ୍ତ ଯବାନଙ୍କ ପାଇ ରହିବା ପାଇଁ ସପ୍ତମ ବାଟାଲିୟନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଠାରେ ବ୍ୟବସ୍ଥା ହୋଇଥିଲା । ସମସ୍ତ ଯବାନ ଡ୍ୟୁଟିକୁ ଯିବା ଓ ଆସିବା ସହ ସେମାନଙ୍କ ବନ୍ଧୁକ ରଖିବା ଦାୟିତ୍ବ ମଧ୍ୟ ବ୍ୟବସ୍ଥା ହୋଇଥିଲା । ତେବେ ଡ୍ୟୁଟି ପୂର୍ବରୁ ରୋଲ୍ କଲ ସମୟରେ ଜଣାପଡିଥିଲା ଯେ ସନାତନ ସ୍ବାଇଁ ନାମକ ଜଣେ ହାବିଲଦାରଙ୍କ ବନ୍ଧୁକ ମିଳିନଥିଲା । ୨୮ଟି ବନ୍ଧୁକରୁ ୨୭ଟି ବନ୍ଧୁକର ପତ୍ତା ମିଳିଥିବା ବେଳେ ସନାତନଙ୍କ ବନ୍ଧୁକ ସମେତ ଗୁଳିର ଗୁଳିର ପତ୍ତା ମିଳିନଥିଲା ।
ସେପଟେ ବାଟାଲିୟନର ସପ୍ତମ କର୍ମଚାରୀ ମିଶି ଖୋଜାଖୋଜି କରିଥିଲେ । ତାଙ୍କର ଡିପାର୍ଟମେଣ୍ଟର ମଧ୍ୟ କିଛି ଲୋକ ଆସି ଖୋଜା ଖୋଜି କରିଥିଲେ । ଏପରିକି କମିଶନରେଟ ପୋଲିସର ମଧ୍ୟ କିଛି କର୍ମଚାରୀ ମିଶି ଖୋଜାଖୋଜି କରିଥିଲେ ମଧ୍ୟ ପକୌଣସି ସନ୍ଧାନ ମିଳିନଥିଲା ।ଏନେଇ ଗଞ୍ଜାମ ଅଷ୍ଟମ ଆଇଆରବି ବାଟାଲିୟନର ଏସଆଇ ପି ଲଛମୟ ମୈତ୍ରିବିହାର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।