ଓଡିଶା

odisha

ଆହାର କେନ୍ଦ୍ରରେ ରାଜସ୍ବ ମନ୍ତ୍ରୀ, ଭାତ-ଡାଲମା ଖାଇଲେ ଲୋକଙ୍କ ଦୁଃଖ ବୁଝିଲେ - Revenue Minister At Ahar Kendra

ଆହାର କେନ୍ଦ୍ର ବୁଲିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଧାଡିରେ ଛିଡା ହୋଇ ଟୋକନ କାଟିଲେ ଏବଂ ସାଧାରଣ ଲୋକଙ୍କ ସହ ଆହର ଖାଇଲେ ।

By ETV Bharat Odisha Team

Published : 4 hours ago

Published : 4 hours ago

Updated : 3 hours ago

Revenue Minister At Ahar Kendra
Revenue Minister At Ahar Kendra (ETV Bharat Odisha)

ସମ୍ବଲପୁର:ଆହାର କେନ୍ଦ୍ରରେ ଆହାର ଖାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗତକାଲି (ଗୁରୁବାର) ସମ୍ବଲପୁରର ସରକାରୀ ମହିଳା ମହାବିଦ୍ୟାଳୟରେ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଜେଲ ଛକ ସ୍ଥିତ ଆହାର କେନ୍ଦ୍ରରେ ହଠାତ ପହଞ୍ଚିଥିଲେ ମନ୍ତ୍ରୀ । ଅପରାହ୍ନ ପ୍ରାୟ 1 ଟା ସମୟରେ ପହଞ୍ଚିବା ପରେ ଜଣେ ସାଧାରଣ ନାଗରିକ ଭଳି ଏକ ଟୋକନ କାଟି ଧାଡିରେ ଛିଡା ହେବା ପରେ ଆହାର କେନ୍ଦ୍ରରେ ଭାତ ଡାଲମା ଓ ଆଚାର ଖାଇଥିଲେ ।

ଆହାର ଖାଇବା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା:

ଖାଦ୍ୟର ମାନ ଭଲ ଓ ସ୍ୱାଦିଷ୍ଟ ଥିବା କହିଛନ୍ତି ମନ୍ତ୍ରୀ । ରାଜସ୍ବ ମନ୍ତ୍ରୀ କହିଛନ୍ତି, " ଆହାର କେନ୍ଦ୍ରରେ କେଉଁ ଧରଣର ଖାଦ୍ୟ ପରିବେଷଣ ହେଉଛି, କେମିତି ଲୋକମାନେ ଖାଉଛନ୍ତି ତାହା ନିଜେ ଥରେ ଚାଖିବାର ଇଚ୍ଛା ଥିଲା । ଆଜି ମହିଳା ମହାବିଦ୍ୟାଳୟରେ କାମ ସରିଲା ପରେ ଏ ଜେଲ ଛକ ସ୍ଥିତ ଆହାର କେନ୍ଦ୍ରକୁ ଆସିଥିଲି । ଏଠାରେ କୁପନ କାଟିଲି । ଆମେମାନେ ସବୁ ଭୋଜନ କଲୁ, ସିକ୍ୟୁରିଟିମାନେ ବି ସବୁ ଭୋଜନ କଲେ । ଭାତ, ଡାଲମା ଓ ଆଚାର ଦେଇଛନ୍ତି । ସେଥିରେ ମୋତେ ତ ଭଲ ଲାଗିଲା । କିନ୍ତୁ ଦୁଇ, ତିନିଟା ବିଷୟ ଲୋକଙ୍କ କମ୍ପ୍ଲେନ ମଧ୍ୟ ଲୋକଙ୍କଠାରୁ ପାଇଲି । ପ୍ରଥମ କମ୍ପ୍ଲେନ ହେଲା ଯେ ମୋ ପୂର୍ବରୁ ଯେଉଁମାନେ ଆସିଥିଲେ ସେମାନଙ୍କୁ ଟୋକନ ମିଳିନଥିଲା ।"ଏହି ସମସ୍ୟା ନେଇ ସମ୍ବଲପୁର ମହାନଗର ନିଗମର କମିଶନରଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Revenue Minister At Ahar Kendra (ETV Bharat Odisha)

ଏହା ବି ପଢନ୍ତୁ...ଗାନ୍ଧୀ ଜୟନ୍ତୀ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସାଧାରଣ ଜନତାଙ୍କ ଘରେ ଖାଇଲେ ମଧ୍ୟାହ୍ନ ଭୋଜନ - CM Mohan majhi

ଏହା ବି ପଢନ୍ତୁ... ବିଧାୟକଙ୍କ ଅଚାନକ ଶ୍ରୀଅନ୍ନ କେନ୍ଦ୍ର ପରିଦର୍ଶନ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା - mla visits shriarna kendra

ଏହା ବି ପଢନ୍ତୁ...ଆହାର କେନ୍ଦ୍ର ବୁଲି ସମୀକ୍ଷା କଲେ, ଟୋକନ କାଟି ଖାଇଲେ ଭାତ-ଡାଲମା - UD Minister visits Aahar Kendra

Revenue Minister At Ahar Kendra (ETV Bharat Odisha)

'ମୋ ପୂର୍ବରୁ ଆସିଥିବା ଲୋକଙ୍କୁ ଟୋକନ ମିଳିନି କାହିଁକି?'

"ଯଦି ମୋତେ ଟୋକନ ମିଳିଲା ତେବେ ମୋ ପୂର୍ବରୁ ଯେଉଁମାନେ ଆସିଥିଲେ ସେମାନଙ୍କୁ କାହିଁକି ଟୋକନ ମିଳିଲା ନାହିଁ? ଦ୍ଵିତୀୟ କଥା ହେଲା ମୋର ଭୋଜନ ସରିଲା ପରେ ମଧ୍ୟ ଯେଉଁମାନେ ଶ୍ରମିକ କାମ କରନ୍ତି ଏବଂ ଭୋଜନ ବିରତି ସମୟରେ ଏଠାରେ ଆସି ଖାଆନ୍ତି, ସେମାନେ ଆସିଲାବେଳକୁ ଖାଦ୍ୟ ସରିଯାଇଥିଲା । ଆଉ ଯେଉଁମାନେ ଆହାର କେନ୍ଦ୍ର ଚଳାଉଛନ୍ତି ତାଙ୍କର କହିବା କଥା ଯେ 500 ଜଣଙ୍କ ପାଇଁ ଭୋଜନର ବ୍ୟବସ୍ଥା ହୋଇଥାଏ । ବହୁତ ସମୟରେ 500 ରୁ ପରେ ଯେଉଁମାନେ ଆସିବେ ସେମାନଙ୍କ ଭୋଜନ କୌଣସି ବ୍ୟବସ୍ଥା ନାହିଁ " ବୋଲି କହିଛନ୍ତି ମନ୍ତ୍ରୀ । ଏହି ସମସ୍ୟା ନେଇ ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରି ଆହାର କେନ୍ଦ୍ରରେ ମିଲ ସଂଖ୍ୟା 500ରୁ ବୃଦ୍ଧି କରିବା ପାଇଁ କହିବେ ବୋଲି ମନ୍ତ୍ରୀ କହିଛନ୍ତି ।

Revenue Minister At Ahar Kendra (ETV Bharat Odisha)



ଏହା ବି ପଢନ୍ତୁ...'ଚୁରମା' ଖାଇ ମାଆଙ୍କୁ ମନେପକାଇଲେ ମୋଦି, ନୀରଜଙ୍କ ମାଆଙ୍କୁ ଭାବପ୍ରବଣ ଚିଠି - MODI LETTER TO NEERAJ MOTHER

Revenue Minister At Ahar Kendra (ETV Bharat Odisha)

ଇଟିଭି ଭରତ, ସମ୍ବଲପୁର

Last Updated : 3 hours ago

ABOUT THE AUTHOR

...view details