ଓଡିଶା

odisha

ETV Bharat / state

ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ, ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ - RI Amin examination irregularities

ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ମୁହଁ ଖୋଲିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିଭାଗୀୟ ଅଧିକାରୀଙ୍କୁ ମାଗିଲେ ରିପୋର୍ଟ ।

By ETV Bharat Odisha Team

Published : 3 hours ago

ଆରଆଇ ଏବଂ ଅମିନ ପରୀକ୍ଷା ବିଭ୍ରାଟ: ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ
ଆରଆଇ ଏବଂ ଅମିନ ପରୀକ୍ଷା ବିଭ୍ରାଟ: ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ (ETV Bharat Odisha)

ଭୁବନେଶ୍ବର: ଆରଆଇ-ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ରାଜସ୍ବ ମନ୍ତ୍ରୀ । ଆରଆଇ ଏବଂ ଅମିନ ପରୀକ୍ଷା ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ମାଗିଲେ ରିପୋର୍ଟ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟାରେ କହିଛନ୍ତି । RI-ଅମିନ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ପରେ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଏହି ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରୀକ୍ଷାର୍ଥୀମାନେ ଦାବି କରିଥିଲେ ।

RI ପରୀକ୍ଷାରେ ଅନିୟମିତତା,ରିପୋର୍ଟ ମାଗିଲେ ସରକାର:

ଆରଆଇ ଏବଂ ଅମିନ ପରୀକ୍ଷା ବିଭ୍ରାଟ: ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ (ETV Bharat Odisha)

ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି,"ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେଅବଗତ କରିଛି । ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ମୋତେ ଲାଗୁଛି ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ । ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ । ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି ଏହା ଫଳାଫଳକୁ କେତେ ପ୍ରଭାବ ପକାଇବ ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ ।"

ଏହା ମଧ୍ୟ ପଢନ୍ତୁ....ଅମିନ ପରୀକ୍ଷାରେ ଦୁର୍ନୀତି ! ସରକାରଙ୍କୁ ଟାର୍ଗେଟ କଲେ ପରୀକ୍ଷାର୍ଥୀ - OSSSC EXAM IRREGULARITIES
ଏହା ମଧ୍ୟ ପଢନ୍ତୁ....OSSSC ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତର୍ଜମା ଚାଲିଛି କହିଲେ ମନ୍ତ୍ରୀ - Irregularities In Exam
ଏହା ମଧ୍ୟ ପଢନ୍ତୁ....ଏଥର ନୂଆ ଢାଞ୍ଚାରେ ଯୁକ୍ତ ଦୁଇ ପରୀକ୍ଷା, ଇଣ୍ଟରନାଲ ଓ ପ୍ରାକ୍ଟିକାଲ ପରେ ମେନ୍ ପରୀକ୍ଷା - PLUS TWO EXAM DATE


'ପରୀକ୍ଷା ସବୁବେଳେ ତ୍ରୁଟି ଶୂନ୍ୟ ହେବା କଥା':

ସେ ଆହୁରି ମଧ୍ୟ କହିଛନ୍ତି," ଏହାର ସମାଧାନ ପାଇଁ ସମସ୍ତ ଦ୍ବାର ଖୋଲା ଅଛି । ପରୀକ୍ଷା ସବୁବେଳେ ତ୍ରୁଟି ଶୂନ୍ୟ ହେବା କଥା । ଉଚିତ ସ୍ଥାନରେ ପରୀକ୍ଷା ହେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି । ଆରଆଇ ଅମିନ ପରୀକ୍ଷା ରାଜସ୍ବ ବିଭାଗ କରେ ନାହିଁ osssc କରେ । ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାପ ସିଲେକ୍ସନ ବୋର୍ଡ ଆଉଟ ସୋର୍ସିଂ କରିଥିବା ଖବର ଆସୁଛି । ସେହି କମ୍ପାନୀ କ୍ରେଡିବିଲିଟିକୁ ନେଇ ବି ପ୍ରଶ୍ନ ଉଠିଛି । ବହୁତ ଜଲଦି ଏହା ଉପରେ ଯାଞ୍ଚ କରାଯିବ । " ସେପଟେ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ୍ ଦ୍ବାରା ପରିଚାଳିତ ପ୍ରତିଯୋଗିତା ମୂଳକ ପରୀକ୍ଷା ବାତିଲ ଦାବି । ଅନଲାଇନ ପରୀକ୍ଷା ଦାବି କରିଛି ଷ୍ଟୁଡେଣ୍ଟ୍ ଏଗେନ୍‌ଷ୍ଟ କରପ୍ସନ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details