ଓଡିଶା

odisha

ETV Bharat / state

ରାଜସ୍ବ ବିଭାଗରେ ଚଳିବନି ହାତଗୁଞ୍ଜା, ଦୁର୍ନୀତି ବିରୋଧରେ ହେବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ: ରାଜସ୍ୱ ମନ୍ତ୍ରୀ - Suresh reviewed Revenue Department - SURESH REVIEWED REVENUE DEPARTMENT

SURESH REVIEWED REVENUE DEPARTMENT: ରାଜସ୍ବ ବିଭାଗର ସମୀକ୍ଷା କଲେ ନୂଆ ମନ୍ତ୍ରୀ ସୁରେଶ ପୂଜାରୀ । କହିଲେ 'ନା ଖାଉଙ୍ଗା ନା ଖାନେ ଦୁଙ୍ଗା' ମୋଦିଙ୍କ ନାରା ଓଡ଼ିଶାରେ ୧୦୦ ପ୍ରତିଶତ କାମ ହେବ । ଯେଉଁଠି ଦୁର୍ନୀତି ଅଭିଯୋଗ ଆସିବ,ତାହା ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଅଧିକ ପଢନ୍ତୁ

SURESH REVIEWED REVENUE DEPARTMENT
SURESH REVIEWED REVENUE DEPARTMENT (ETV Bharat Odisha)

By ETV Bharat Odisha Team

Published : Jun 17, 2024, 9:51 PM IST

ଭୁବନେଶ୍ବର:ରାଜସ୍ବ ବିଭାଗରେ ଆଉ ଏଣିକି ଚଳିବନି ହାତଗୁଞ୍ଜା । ଦୁର୍ନୀତି ବିରୋଧରେ ହେବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । କାମ ତ୍ୱରିତ ବେଗରେ ହେବା ସହ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ରାଜସ୍ବ ବିଭାଗରେ କାମ ହେବ । ସାଧାରଣ ଲୋକଙ୍କ ସାର୍ଟିଫିକଟ ପାଇଁ ଲମ୍ବା ଲାଇନରେ ଛିଡା ହେବାକୁ ଆଉ ପଡ଼ିବନାହିଁ । ଜିରୋ ଟୋଲରନସ ଭିତରେ ଚାଲିବ ରାଜସ୍ବ ବିଭାଗ । ଏହା କହିଛନ୍ତି ନବ ନିଯୁକ୍ତ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ ବିଭାଗର କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି ।

SURESH REVIEWED REVENUE DEPARTMENT (ETV Bharat Odisha)

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ ବିଭାଗର କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ଅବଗତ କରାଇଛନ୍ତି । ସେହିପରି ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଛୁଟି ଦିନରେ ବି କାମ ଚାଲିଛି । ଓଡ଼ିଶାରେ ୩୬୫ ଦିନ କାମ ହେବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା କମିଟିର ଆଜି ବୈଠକ ଥିଲା । ୨୪ ଘଣ୍ଟା ଆମେ କାମ କରିବୁ । ଉଭୟ ବିଭାଗର ସଫଳତା ଓ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଛି । ୨୫ ଜଣ ଅଧିକାରୀ ଉପସ୍ଥିତ ରହିଥିଲେ । ଆଗକୁ ରୋଡ଼ ମ୍ୟାପ କ'ଣ ହେବ ତାହା ଉପରେ ଆଲୋଚନା ହୋଇଛି । ରାଜସ୍ୱ ଆଇନ ସରଳିକରଣ ହେବ । ଯେପରି ସାଧାରଣ ଲୋକ ଆଇନ ବୁଝିପାରିବେ ଓ ବ୍ୟବହାର କରିପାରିବେ ।



ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜମିଜମା ଯାହା ସମସ୍ୟା ଅଛି ତାହା ମଧ୍ୟ ସମାଧାନ ହେବ । Record of rightକୁ କମ୍ପୁଟରୀକରଣ କରି Auto System କରାଯିବ । ଭୂମିହୀନ ଲୋକ କିଭଳି ସୁବିଧା ପାଇବେ ତାହା ଉପରେ ଖସଡ଼ା ପ୍ରସ୍ତୁତ ହୋଇଛି । ରାଜ୍ୟରେ ଭୂମିହୀନ ଆଉ ରହିବେ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗତିରୋଧକୁ କିପରି ନିରାକରଣ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫ୍ଲାଟ ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଛି । ସାର୍ଟିଫିକେଟ କିପରି ଆଗୁଆ ମିଳିପାରିବ ସେନେଇ ଆଲୋଚନା ହୋଇଛି । ରାଜସ୍ୱ କେସ ଅଛି ଯାହା ଫଇସଲା ହୋଇନାହିଁ, ତାହା ମଧ୍ୟ ହେବ । କାମ ଚାପ ଯୋଗୁଁ ବିଭାଗ କାମରେ ଯେଉଁ ଗତିରୋଧ ହୋଇକି ଅଛି ତାହା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ।ଯାହା ଦ୍ୱାରା ରାଜସ୍ୱ ମାଲି ମକଦ୍ଦମା ସମାଧାନ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ.....ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ - Odisha Law Minister



ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ଭାରତ ବର୍ଷରେ ଆହୁରି ଆଗୁଆ ଓ ଉଦାହରଣ କରିବା ଲାଗି ଯାହା ଯାହା ଆବଶ୍ୟକ ପଦକ୍ଷେପ ନିଆଯିବ । ମର୍ଡନ ଟେକ୍ନୋଲୋଜି ମାଧ୍ୟମରେ ଆହୁରି ଆଗକୁ ଯିବୁ । ୨୪ ଘଣ୍ଟା ବିଭାଗ ପ୍ରସ୍ତୁତ ରହିବ । ବିପର୍ଯ୍ୟୟ ପ୍ରଶମନ ନୁହେଁ, ବିପର୍ଯ୍ୟୟ ରୋକିବା ପାଇଁ ଆମେ ପ୍ରସ୍ତୁତ ହେବୁ । ଗ୍ରୀଷ୍ମପ୍ରବାହ ଓ ବ୍ରଜପାତକୁ କେନ୍ଦ୍ରୀୟ ତାଲିକାରେ ସାମିଲ କରିବା ଲାଗି ବ୍ୟବସ୍ଥା କରାଯିବ । ଯେଉଁମାନେ ମୃତ୍ୟୁ ବରଣ କରୁଛନ୍ତି, କେନ୍ଦ୍ରୀୟ ଯୋଜନାରେ ପଇସା ପାଇବେ ତାହା ଉପରେ ମଧ୍ୟ କାମ ହେବ । Zero Tolerance ନୀତିରେ କାମ ହେବ । 'ନା ଖାଉଙ୍ଗା ନା ଖାନେ ଦୁଙ୍ଗା' ମୋଦିଙ୍କ ନାରା ଓଡ଼ିଶାରେ ୧୦୦ ପ୍ରତିଶତ କାମ ହେବ । ଯେଉଁଠି ଦୁର୍ନୀତି ଅଭିଯୋଗ ଆସିବ ତାହା ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗତ ୨ ବର୍ଷ ମଧ୍ୟରେ ୫୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ସୀମା ଓ ବିନା ଲାଞ୍ଚରେ ଯାହା ଯାହା ରାଜସ୍ୱ ସେବା ଲାଗି ଆବେଦନ କରିବେ ଓଡିଶା ବାସୀ ପାଇବେ ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details