ଓଡିଶା

odisha

By ETV Bharat Odisha Team

Published : Jun 21, 2024, 6:55 AM IST

ETV Bharat / state

ଭଦ୍ରକରେ ଡବଲ ମର୍ଡର, ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ - double murder in bhadrak

DOUBLE MURDER IN BHADRAK: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

DOUBLE MURDER IN BHADRAK
DOUBLE MURDER IN BHADRAK (ETV Bharat Odisha)

ଭଦ୍ରକ:ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଡବଲ ମର୍ଡର । ମାଆକୁ ଦୁଷ୍କର୍ମ ଏବଂ ଏଭଳି ଘୃଣ୍ୟ କାର୍ଯ୍ୟ ଝିଅ ଦେଖି ଦେବାରୁ ଝିଅକୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ପଥର ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଇମଣୀ ଛକ ନିକଟରେ ଘଟିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହି ଘଟଣାରେ ଜଣେ ନାବାଳକ ସମ୍ପୃକ୍ତ ଥିବା ଅନୁମାନ ସନ୍ଦେହ କରାଯାଉଛି ।

DOUBLE MURDER IN BHADRAK (ETV Bharat Odisha)

ଏହା ବି ପଢନ୍ତୁ- ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକ ଗିରଫ

ସୂଚନା ଅନୁଯାୟୀ, ଜଳଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ 6 ବର୍ଷୀୟ ଝିଅ ସହ ରାଇମଣି ନିକଟରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ତେବେ କୌଣସି କାରଣରୁ ଆଜି ମାଆ ଏବଂ ଝିଅ ମେଡିକାଲ ଯାଇଥିଲେ ବୋଲି ଜଣାପଡିଥିଲା । ହେଲେ ସ୍ଥାନୀୟ ଲୋକେ ମାଆର ମୃତଦେହ ଦେଖିବାକୁ ପାଇଥିଲେ । ଏଥିସହ ସେହି ସ୍ଥାନରେ ଜଣେ ନାବାଳକକୁ ଦେଖି ସନ୍ଦେହ କରି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଏହାର କିଛି ସମୟ ପରେ ମୃତ ମହିଳାଙ୍କ 6 ବର୍ଷୀୟ ଝିଅର ମୃତଦେହ ଘଟଣା ସ୍ଥଳରୁ ପ୍ରାୟ 1 କିଲୋମିଟର ଦୂରରେ ଥିବା ଏକ ପୋଲତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଆହୁରି ବଢିବାରୁ ଉକ୍ତ ନାବାଳକକୁ ଗୋଡେଇ ଗୋଡ଼ାଇ ଧରି ପୋଲିସରେ ଜିମା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ......ଏମିତି ବି ଆସେ ମୃତ୍ୟୁ ! ଗାଡି ଚଢିଯିବାରୁ ଚାଲିଗଲା ୩ ଜୀବନ - Road Accidents In Sundargarh

ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତାହା ତାଙ୍କ ଝିଅ ଦେଖିଦେବାରୁ ତାକୁ ପଥରରେ ଛେଚି ହତ୍ୟା କରାଯାଇଛି । ତେବେ ଏନେଇ ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details