ଓଡିଶା

odisha

ETV Bharat / state

କାଲିଠୁ ଯୁକ୍ତି ତିନି ନାମଲେଖା ଆବେଦନ, ଜାଣନ୍ତୁ କିଭଳି କରିବେ ଆବେଦନ - Registration For Ug Admission - REGISTRATION FOR UG ADMISSION

Registration for UG Admission: କାଲିଠୁ ସାମ୍ସରେ ଅପରାହ୍ନ ୪ ଟାରେ ଆରମ୍ଭ ହେବାକୁ ଯାଉଛି ୟୁଜି ନାମଲେଖା ପାଇଁ ଆବେଦନ । ତେବେ ଜାଣନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ କଣ ରହିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ।

Registration for UG Admission
Registration for UG Admission (ETV Bharat Odisha)

By ETV Bharat Odisha Team

Published : Jun 2, 2024, 8:57 PM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଯୁକ୍ତି ତିନି ନାମଲେଖା ଆବେଦନ । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନି ନାମଲେଖା ପକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଆସନ୍ତାକାଲି ଅପରାହ୍ନ ୪ଟା ସମୟରୁ ଅନଲାଇନ ମାଧ୍ୟମରେ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀ ମାନେ ଆସନ୍ତାକାଲି ଅପରାହ୍ନ ୪ଟା ସମୟରେ samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଜୁନ ୧୭ ପର୍ଯ୍ୟନ୍ତ ଏହି ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ । ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେଧାବୀ ତାଲିକା । ତେବେ ଜୁନ ୨୫ ତାରିଖରୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ ।

ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ ଛାତ୍ରଛାତ୍ରୀ । ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ ।

ଚଳିତ ଶିକ୍ଷା ବର୍ଷ ପାଇଁ ସିଟ ସଂଖ୍ୟା

ରାଜ୍ୟରେ ସ୍ଵୟଂଶାସିତ କଲେଜ ଏବଂ ଯୁକ୍ତ ତିନି ମୋଟ କଲେଜ ହେଉଛି ୧୦୩୭ । ସେଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୧୫ଟି ସିଟ ରହିଛି । ତେବେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୫୫୨ ସିଟ ରହିଥିବା ବେଳେ ଦ୍ଵିତୀୟ ସର୍ବାଧିକ କଟକ ଜିଲ୍ଲାରେ ରହିଛି । କଟକରେ ସିଟ ସଂଖ୍ୟା ୨୧ ହଜାର ୮୧୨ ରହିଛି ଏବଂ ଖୋର୍ଦ୍ଧା ଜିଲ୍ଲାରେ ସିଟ ରହିଛି ୨୧ ହଜାର ୧୨୩ ।

ଏହା ମଧ୍ୟ ପଢ଼ନ୍ତୁ.. ଆଜିଠୁ ଯୁକ୍ତ ଦୁଇ ମାର୍କର ପୁନଃ ଯାଞ୍ଚ ଆବେଦନ ଆରମ୍ଭ, ୧୫ ଦିନ ମଧ୍ଯରେ ମିଳିବ ଫଳାଫଳ - CHSE PLUS 2 MARK REVALUATION

ବିଗତ ବର୍ଷରେ ହଜାର ହଜାର ସିଟ ବଳକା ରହିଥିଲା

୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୭ କଲେଜ ମଧ୍ୟରୁ ୨ ଲକ୍ଷ ୭୧ ହଜାର ୯୧ ସିଟ ରହିଥିଲା । ସେଥିମଧ୍ୟରୁ ୧ ଲକ୍ଷ ୮୭ ହଜାର ୩୮୪ ସିଟ ପୂରଣ ହୋଇଥିଲା । ତେବେ ପାଖାପାଖି ୮୩ ହଜାର ୭୦୭ ସିଟ ନାମଲେଖା ପୂରଣ ହୋଇପାରିନଥିଲା । ୨୦୨୨-୨୩ ଶିକ୍ଷାବର୍ଷ ନାମଲେଖା ନଜର ପକାଇଲେ ରାଜ୍ୟରେ ମୋଟ କଲେଜ ସଂଖ୍ୟା ୧ ହଜାର ୨୪ଟି ଥିଲା । ସେଥିମଧ୍ୟରୁ ସିଟ ସଂଖ୍ୟା ରହିଥିଲା ୨ ଲକ୍ଷ ୫୫ ହଜାର ୯୮୦, କିନ୍ତୁ ଉକ୍ତ ଶିକ୍ଷା ବର୍ଷରେ ସିଟ ବଳକା ହୋଇଥିଲା ୬୨ ହଜାର ୯୧୦ । ଯୁକ୍ତଦୁଇରେ ପାସ ହାର ସଂଖ୍ୟା ବୃଦ୍ଧି ପାଇବା ସହ ଯୁକ୍ତ ତିନିରେ ସିଟ ସଂଖ୍ୟା ବୃଦ୍ଧି ପାଉଛି, କିନ୍ତୁ ନାମ ଲେଖାଇବା ସମୟରେ ଦେଖାଯାଉଛି ଅନେକ କଲେଜରେ ସିଟ ସଂଖ୍ୟା ଖାଲି ପଡୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details