ଓଡିଶା

odisha

ETV Bharat / state

ରିଲ୍ ନୁହେଁ ରିୟଲ ପୁଷ୍ପା, ଚନ୍ଦନ କାଠ ନୁହେଁ ସୁନା ଚୋରି କରି ଫସିଲା - PUSHPA ARRESTED

ମାଲିକାଣି ଘରୁ ଚୋରି କଲା ସୁନା ଗହଣା । ପୁଷ୍ପାକୁ ଗିରଫ କରି ଜେଲ ପଠାଇଲା ପୋଲିସ ।

theft case in bhubaneswar
theft case in bhubaneswar (ETV BHARAT ODISHA)

By ETV Bharat Odisha Team

Published : Dec 5, 2024, 10:04 AM IST

ଭୁବନେଶ୍ବର: ଆଜି ପରଦା ଉପରୁ ଆସୁଛି ତେଲୁଗୁ ଫିଲ୍ମ 'ପୁଷ୍ପା-2' । ଏହା ପୂର୍ବରୁ ପୋଲିସ ହାତରେ ଧରାପଡିଛି ପୁଷ୍ପା । ଚନ୍ଦନ କାଠ ନୁହେଁ ବରଂ ଗହଣା ଚୋରି ଫସିଗଲା ପୁଷ୍ପା । ଆମେ କହୁଛୁ ଫିଲ୍ମର ରିଲ ପୁଷ୍ପା ନୁହେଁ ବରଂ ରିୟଲ ପୁଷ୍ପା କଥା । ପାହାଳ ପୋଲିସ ହାତରେ ଧରାପଡିଥିବା ମହିଳା ହେଉଛନ୍ତି ପୁଷ୍ପା । ପୁଷ୍ପା ବେହେରା କାମ କରୁଥିବା ମାଲିକଙ୍କ ଘରୁ ସୁନା ଚୋରି କରି ଧରାପଡିବା ପରେ ଗିରଫ ହୋଇଛନ୍ତି । ମହିଳା ଅଭିଯୁକ୍ତ ଗଞ୍ଜାମର ହୋଇଥିବା ବେଳେ ଭୁବନେଶ୍ୱର ଭିମଟାଙ୍କିରେ ରହୁଥିଲେ ।

ପୁଷ୍ପା ଗିରଫ:

କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଗତ ଡ଼ିସେମ୍ବର 1 ତାରିଖରେ ପାହାଳ ଥାନାରେ ଦେବିଶ୍ରୀ ଦାସ ନାମକ ଜଣେ ମହିଳା ପାହାଳ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଘରୁ କିଛି ଗହଣା ଚୋରି ହୋଇଯାଇଛି । ପ୍ରାୟ 130 ଗ୍ରାମରୁ ଉର୍ଦ୍ଧ୍ବ ସୁନା ଗହଣା ଯେଉଁଥିରେ ସୁନ, ରୁପା ଓ ହିରା ଭଳି ଅଳଙ୍କାର ରହିଛି । ଏନେଇ ପାହାଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା‌। ଚୋରି ପୂର୍ବରୁ ଘରେ କିଏ କିଏ ରୁହନ୍ତ ସେ ନେଇ ପୋଲିସ ତଦନ୍ତ କରିଥିଲା । ପରେ ଏନେଇ ଘର ମାଲିକାଣୀ ଘର ଚାକରାଣି ଉପରକୁ ନ୍ଦେହ କରିଥିଲେ। ଏହାପରେ ପୋଲିସ ପୁଷ୍ପାକୁ ପଚରାଉଚରା କରିବା ବେଳେ ସତ ସାମ୍ନାକୁ ଆସିଥିଲା।

Gold Theft Case In Bhubaneswar Pushpa Arrested (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଚୋରି ସୁନାରେ ଗୋଲ୍ଡ ଲୋନ, ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ଏହା ମଧ୍ୟ ପଢନ୍ତୁ-ମେଡିକାଲରୁ ଛୁଆ ଚୋରି ଘଟଣାରେ ଟ୍ବିଷ୍ଟ, ଅଭିଯୋଗକୁ ଖଣ୍ଡନ

ବିଶ୍ବାସରେ ବିଷ ଦେଲା ପୁଷ୍ପା :

ଦୀର୍ଘ 8 ବର୍ଷ ଧରି ଅଭିଯୋଗକାରିଣୀ ଦେବିଶ୍ରୀ ଦାସଙ୍କ ଘରେ ରହି କାମ କରୁଥିଲା ପୁଷ୍ପା । ଘରର ଚାକରାଣି ବା ସହାୟିକା ହିସାବରେ ଘର ଲୋକ ତାକୁ ବେସ ବିଶ୍ବାସ ମଧ୍ୟ କରୁଥିଲେ । ଶେଷରେ ଲୋଭର ବଶବର୍ତ୍ତୀ ହୋଇ ଆଠ ବର୍ଷର ବିଶ୍ବାସକୁ ଶେଷ ଭାଙ୍ଗି ଦେଲା । ତଦନ୍ତ ସମୟରେ ଅଭିଯୁକ୍ତକୁ ପାହାଳ ଥାନା ତଦନ୍ତକାରୀ ଅଫିସର ଗିରଫ କରିଥିଲେ । ତା ଠାରୁ ଚୋରି ସମଗ୍ରୀ ସୁନାର ହାର , 2ଟି କାନଫୁଲ ଝରା, ଗୋଟିଏ ଲକେଟ୍, ସୁନା ଶଙ୍ଖା ସହ 5ଟି ସୁନା ଚେନ ଜବତ କରିଛି ପୋଲିସ । ପୋଲିସ କେସ ନମ୍ବର 504 ଆଧାରରେ ଚୋରି ମାମଲାରେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ବିଚାରବିଭାଗୀୟ ହାଜତ ଝାରପଡ଼ା ଜେଲକୁ ପଠାଇ ଦେଇଥିବା ସୂଚନା ମିଳିଛି ।

Gold Theft Case In Bhubaneswar Pushpa Arrested (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ -

ସାବାଡ଼ ହେବେ ସାଇବର ଠକ, ସାଇବର କମାଣ୍ଡୋ ଟ୍ରେନିଂରେ ଓଡ଼ିଶାରୁ ୭

ଘର ମାଲିକ ସତର୍କ ରୁହନ୍ତୁ:

Gold Theft Case In Bhubaneswar Pushpa Arrested (ETV BHARAT ODISHA)
ଏହି ଘଟଣା ସାମ୍ନାକୁ ଆସିବା ପରେ ଅଧିକାଂଶ ଲୋକେ ଯେଉଁମାନେ ଘରେ ଚାକର ଚାକରାଣି ରଖୁଛନ୍ତି ବା ଘରେ ସହାୟିକା ରଖୁଛନ୍ତି । ସେମାନଙ୍କ ମନରେ ଛନକା ପସିଛି । ତେଣୁ ସତର୍କ ରହିବା ଆବଶ୍ୟକ । କାରଣ ଏହି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ମହିଳା ଚୋରଙ୍କୁ ଧରିଥିଲା ଚନ୍ଦ୍ରଶେଖରପୁର ଥାନା । ଗତ ଫେବୃଆରୀରେ ଭୁବନେଶ୍ଵର ଶୈଳଶ୍ରୀ ବିହାରରୁ ଚୋରି ଘଟଣା ସାମ୍ନାକୁ ଆସିଥିଲା । ନୀଳମାଧବ ଦେହୁରୀଙ୍କ ଘରୁ ଚୋରି ଘଟଣାରେ ସୁନୀତା ପଣ୍ଡା ନାମ୍ନି ଜଣେ ପେଶାଦାର ମହିଳା ଚୋରକୁ ଗିରଫ କରିଥିଲା ପୋଲିସ । ଗିରଫ ମହିଳାଙ୍କ ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି ମାମଲାରେ ସମ୍ପୃକ୍ତିର ପର୍ଦ୍ଦାଫାସ ହୋଇଥିଲା । ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି। ତେଣୁ ଘରେ ସହାୟିକା ରଖୁଥିବା ସମୟରେ ମାଲିକ ମାନେ ହୁସିଆର ଓ ସତର୍କ ତା ଅବଲମ୍ବନ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details