ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ବନ୍ଧୁ - Reaction Of CM Friend - REACTION OF CM FRIEND

Reaction Of CM Friend: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସଫଳ ହେବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ତାଙ୍କ ବାଲ୍ୟବନ୍ଧୁ। କ'ଣ କହିଛନ୍ତି ଜାଣନ୍ତୁ ।

Reaction Of CM Friend
Reaction Of CM Friend (ETV Bharat Odisha)

By ETV Bharat Odisha Team

Published : Jun 13, 2024, 6:42 AM IST

ପୁରୀ:ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସଫଳ ହେବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ତାଙ୍କ ବାଲ୍ୟବନ୍ଧୁ। ଆଉ କହିଥିଲେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ । ଆଉ ମାତ୍ର କିଛି ଘଣ୍ଟା ଭିତରେ ଏହା ସତ ପ୍ରମାଣିତ ହୋଇଛି । ତେବେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବା ଶୁଣିବା ପରେ ତାଙ୍କ ବନ୍ଧୁ ଓ ପରିବାରବର୍ଗ ବେଶ ଖୁସି ହୋଇଥିଲେ । ମୋହନଙ୍କ ବନ୍ଧୁମାନେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ମୋହନ ମାଝୀଙ୍କ ପାଇଁ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା। "ମୋହନ ମାଝୀଙ୍କ ନେତୃତ୍ଵରେ ଓଡ଼ିଶାରେ ସୁଶାସନ ପ୍ରତିଷ୍ଠା ହେଉ" ବୋଲି ମୋହନଙ୍କ ବନ୍ଧୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି ।

Reaction Of CM Friend (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବନ୍ଧୁ ଅକ୍ଷୟ କୁମାର ବେହେରା କହିଛନ୍ତି, "ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତି ସରଳ, ମିଷ୍ଟଭାଷୀ ବ୍ୟକ୍ତି । ସେ ଅତି ଗରିବ ପରିବାରରୁ ଆସିଛନ୍ତି। ସେ ପ୍ରଥମେ ଶିଶୁ ମନ୍ଦିରରେ ଗୁରୁଜୀ ଭାବେ କାର୍ଯ୍ୟ ଆରମ୍ଭ କରିଥଲେ । ପରେ ସରପଞ୍ଚ ଓ ପରେ ବିଧାୟକ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଦାୟିତ୍ଵ ନେବା ପରେ ସମ୍ପୂର୍ଣ୍ଣ କେନ୍ଦୁଝର ସହିତ ଓଡ଼ିଶାବାସୀ ବେଶ ଖୁସି। ଜଣେ ଆଦିବାସୀ ବର୍ଗର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାରୁ ସବୁ ମହଲରେ ସ୍ଵାଗତ କରାଯାଇଛି। ସେ ନିଶ୍ଚିତ ଗରିବ ଲୋକଙ୍କ ଦୁଃଖ ବୁଝିବେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ପରେ ଶ୍ରୀମନ୍ଦିର ସବୁ ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବ। ଭକ୍ତ ଆଉ ଲମ୍ବା ଲାଇନରେ ରହିବେନି।"

ଏହା ବି ପଢନ୍ତୁ...ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ

ଏହା ବି ପଢନ୍ତୁ...ଶପଥ ପାଠ ପରେ ମୋହନଙ୍କୁ ଶୁଭେଚ୍ଛାର ସୁଅ; ଓଡିଶା ପାଇଁ ଐତିହାସିକ ଦିନ କହିଲେ ମୋଦି, ‘ବିକଶିତ ଓଡ଼ିଶା’ ଗଠନ ହେବ କହିଲେ ମୋହନ

ଆଉ ଆଜି ପ୍ରଥମ କ୍ୟାବିନେଟ୍ ବୈଠକରେ ଚାରି ଦ୍ବାର ଖୋଲିବା ନିଷ୍ପତ୍ତି ହୋଇଛି । ଆଉ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି । ସେପଟେ ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ନେଇ ସ୍ୱାଗତ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମନାଭ ତ୍ରିପାଠୀ ଶର୍ମା। ସେ କହିଥିଲେ, "ମହାପ୍ରଭୁଙ୍କ ଆଶୀର୍ବାଦରୁ ନୂଆ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ସୁଶାସନ ନିଶ୍ଚିତ କରିବେ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details