କଟକ:‘‘ରାଜ୍ୟ ରାଜନୀତିରେ ଏବେ ବି ରାବଣ ଅଛନ୍ତି । ରାଜନୀତିରେ ରାବଣ ରୂପୀ ଲୋକଙ୍କୁ ଦହନ କରିବା ଆବଶ୍ୟକ, ରାଜନୀତିରେ ବି ଅନେକ ବିଜ୍ଞ ବ୍ୟକ୍ତି ଅଛନ୍ତି, ସେମାନଙ୍କ ପ୍ରବୃତ୍ତି ରାବଣ ଭଳି ।’’ ଗତକାଲି କଟକରେ ଆୟୋଜିତ ରାବଣ ପୋଡି ଅବସରେ ଏପରି ମନ୍ତବ୍ୟ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଆଇନମନ୍ତ୍ରୀ କୌଣସି ଦଳ କିମ୍ବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ବ୍ୟକ୍ତିଗତ ଟିପ୍ପଣୀ କରିନଥିବାରୁ, ତାଙ୍କ ଭାଷାରେ ରାଜନୀତିରେ ରାବଣ କିଏ ବୋଲି ଏବେ ପ୍ରଶ୍ନ ଉଠଛି ।
- 'ରାଜନୀତିରେ ରାବଣ ଲୁଚିକି ଅଛନ୍ତି':
ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,'' ସତ୍ୟ ଅସତ୍ୟ , ଧର୍ମ ଓ ଅଧର୍ମ ମଧ୍ୟରେ ଲଢେଇକୁ ନେଇ ରାବଣ ଦହନ କାର୍ଯ୍ୟକ୍ରମ ହୁଏ । ରାବଣ ସବୁ ସ୍ଥାନରେ ଅଛନ୍ତି, ସମାଜ ଭିତରେ ଅଛନ୍ତି । କେତେବେଳେ ଡାକ୍ତର ରୂପରେ, କେତେବେଳେ ଶିକ୍ଷକ ରୂପରେ, କେତେବେଳେ ପଡିଶା ଘରର ସମ୍ପର୍କୀୟ ହିସାବରେ ରାବଣ ସବୁ ସ୍ଥାନରେ ଲୁଚିକି ଅଛନ୍ତି, ରାଜନୀତିରେ ମଧ୍ୟ । ସେଇ ରାବଣମାନଙ୍କୁ ଚିହ୍ନଟ କରି ପରିବର୍ତ୍ତନ କରିବାର ଆବଶ୍ୟକ ରହିଛି । କହିବାକୁ ଗଲେ ରାଜନୀତିରେ ନିର୍ଦ୍ଧିଷ୍ଟ ଭାବେ ରାଜନୀତିରେ ରାବଣ କେହି ନାହାନ୍ତି । ରାବଣ ଜଣେ ରାଜନୀତି ବିସାରଦ ଥିଲେ, ତଥାପି କିଛି ଖରାପ ଚରିତ୍ର ଯୋଗୁଁ ସେ ଏପରି କରୁଥିଲେ । ରାଜନୀତିରେ ମଧ୍ୟ ବିଜ୍ଞ ବ୍ୟକ୍ତି ଅଛନ୍ତି ହେଲେ ତାଙ୍କର ପବୃତ୍ତି ରାବଣ ଭଳି । ଯେଉଁମାନେ ଏମିତି କର୍ତ୍ତବ୍ୟରେ ଅଛନ୍ତି ତାଙ୍କୁ ସୁଧାରିବା ଆମ ଦାୟିତ୍ବ ।''
ଏହା ମଧ୍ୟ ପଢନ୍ତୁ-ରାଜଧାନୀର ୧୦ଟି ସ୍ଥାନରେ ସରିଲା ରାବଣ ପୋଡି, ଝାରପଡ଼ାରେ ଉତ୍ସବ ପାଳିଲେ ହିନ୍ଦୁ-ମୁସଲିମ