ETV Bharat / state

ଆଜି ମାଆଙ୍କ ମେଲାଣି, ଭସାଣି ପାଇଁ ଟ୍ରାଫିକ କଟକଣା, ବନ୍ଦ ରହିବ ରାଜଧାନୀର ଏହି ୩ ମୁଖ୍ୟ ରାସ୍ତା

ରାଜଧାନୀ ଭୁବନେଶ୍ବରରେ ଭସାଣି ଟ୍ରାଫିକ କଟକଣା । ଆଜି ଅପରାହ୍ନରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବନ୍ଦ ହେବ ୩ ମୁଖ୍ୟ ରାସ୍ତା ବନ୍ଦ । ଜାଣନ୍ତୁ କ’ଣ ରହିଛି ବିକଳ୍ପ ମାର୍ଗ କେମିତି କରିବେ ଯାତାୟତ

author img

By ETV Bharat Odisha Team

Published : 3 hours ago

ମେଲାଣି ନେବେ ମା’: ଭସାଣି ପାଇଁ ବନ୍ଦ ରହିବ ରାଜଧାନୀର ଏହି ସବୁ ରାସ୍ତା
ମେଲାଣି ନେବେ ମା’: ଭସାଣି ପାଇଁ ବନ୍ଦ ରହିବ ରାଜଧାନୀର ଏହି ସବୁ ରାସ୍ତା (ETV Bharat Odisha)

ଭୁବନେଶ୍ବର: ଶେଷ ହୋଇଛି ଶାରଦୀୟ ପାର୍ବଣ । ମେଲାଣି ନେବେ ମା’ । ମା’ଙ୍କୁ ବିଦାୟ ଦେବାକୁ ଆଡମ୍ବର ସହ ହେବ ଭସାଣି ଶୋଭାଯାତ୍ରା । ଏନେଇ ରାଜଧାନୀ ଭୁବନେଶ୍ୱରରେ ତିନୋଟି ସ୍ଥାନରେ ଭସାଣି ଶୋଭାଯାତ୍ରା ପାଇଁ ବ୍ୟବସ୍ଥା ହୋଇଛି । ଏଥିପାଇଁ ଆଜି ଅପରାହ୍ନରୁ ଏହି ତିନୋଟି ମାର୍ଗରେ ଯାନବାହନ ଚଳାଚଳ ଓ ସାଧାରଣ ଯାତାୟତ ବନ୍ଦ ରହିବ । ଯାତ୍ରା ପାଇଁ ଉକ୍ତ ମାର୍ଗ ବ୍ୟବହାର ନକରି ଗାଇଡଲାଇନ ଅନୁସାରେ, ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦେଇଛି କମିଶନରେଟ ପୋଲିସ ।

  • ତିନୋଟି ସ୍ଥାନରେ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକଣା

ଏନେଇ କମିସନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀ ଅନୁସାରେ, ଆଜି ଅପରାହ୍ନ ୩ଟାରୁ ଏହି ମାର୍ଗଗୁଡିକରେ ସାଧାରଣ ଯାତାୟତ ବନ୍ଦ ହେବ । ଏହି କଟକଣା ଭସାଣି ଶେଷ ହେବା ପର୍ଯ୍ୟନ୍ତ, ଅର୍ଥାତ ରାତି ୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସହିଦ ନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରରେ ଭସାଣି ଶୋଭାଯାତ୍ରା ପାଇଁ ବ୍ୟବସ୍ଥା ହୋଇଛି ।

  • ଅପରାହ୍ନ ୩ଟାରୁ ଏହି ମାର୍ଗଗୁଡିକରେ ସାଧାରଣ ଯାତାୟତ ବନ୍ଦ
  • ଏହି କଟକଣା ଭସାଣି ଶେଷ ହେବା ପର୍ଯ୍ୟନ୍ତ ଲାଗୁ
  • ରାତି ୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ରହିବ କଟକଣା
  • ସହିଦ ନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଭସାଣି ଶୋଭାଯାତ୍ରା ପାଇଁ ବ୍ୟବସ୍ଥା
ମେଲାଣି ନେବେ ମା’: ଅପରାହ୍ନରୁ ବନ୍ଦ ହୋଇଯିବ ରାଜଧାନୀର ତିନି ମୁଖ୍ୟ ରାସ୍ତା
ମେଲାଣି ନେବେ ମା’: ଅପରାହ୍ନରୁ ବନ୍ଦ ହୋଇଯିବ ରାଜଧାନୀର ତିନି ମୁଖ୍ୟ ରାସ୍ତା (ETV Bharat Odisha)
  • ବନ୍ଦ ରହିବ ଏହି ସବୁ ମାର୍ଗ :-

ସହିଦ ନଗର (ବାଣୀ ବିହାରଠୁ ରାଜମହଲ ଛକ ), ନୟାପଲ୍ଲୀ (ସିଆରପି ଛକଠୁ ଡିଏଭି ୟୁନିଟ ),ଚନ୍ଦ୍ରଶେଖରପୁର (ନାଲକୋ ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ) ଗାଡି ଚଳାଚଳ ବନ୍ଦ ରହିବ । ଅପରାହ୍ନରୁ 3 ଟାରୁ ଏହି ମାର୍ଗରେ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

  • ସହିଦ ନଗର- ବାଣୀ ବିହାରଠୁ ରାଜମହଲ ଛକ ବନ୍ଦ ରହିବ
  • ନୟାପଲ୍ଲୀ- ସିଆରପି ଛକଠୁ ଡିଏଭି ୟୁନିଟ ରାସ୍ତା ବନ୍ଦ ରହିବ
  • ଚନ୍ଦ୍ରଶେଖରପୁର- ନାଲକୋ ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିବ
  • ଅପରାହ୍ନରୁ ୩ଟାରୁ ଏହି ମାର୍ଗରେ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ

କେମିତି ଏଡାଇବେ ଟ୍ରାଫିକ ଡାଇଭର୍ସନ

  • ବାଣିବିହାରରୁ ରାଜମହଲ

ଭସାଣି ପାଇଁ ସହିଦ ନଗରଠାରେ ଏକାଠି ହେବାକୁ ଥିବା ସମସ୍ତ ମେଢଗୁଡିକ ସହିଦନଗର‌ ପଡିଆ ଓ ବାଣିବିହାର ରାସ୍ତାରୁ ଶୋଭାଯତ୍ରାରେ ବାହାରିବେ । ଏହିମାର୍ଗରେ ବାଣିବିହାର ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିବ । ଭସାଣି ଯାତ୍ରା ଚାଲୁଥିବା ସମୟରେ କୌଣସି ଯାନ ବାହନ ବାଣୀବିହାର ପଟୁ ରୂପାଲି ଛକ ଆଡକୁ ଯାଇପାରିବେ ନାହିଁ । ସେହି ଗାଡିଗୁଡିକ ବାଣୀ ବିହାରଠାରୁ ସିଧା ଆଚାର୍ଯ୍ୟ ବିହାର ଦେଇ ପରେ ସେଠାରୁ ସଚିବାଳୟ ମାର୍ଗ, ଏଜି ଛକ କିମ୍ବା ଏହାକୁ ସଂଯୋଗ କରୁଥିବା ରାସ୍ତାରେ ବାହାରିବେ ।

ଏହା ମଧ୍ୟ ପଢନ୍ତୁ :- ରାଜଧାନୀର ୧୦ଟି ସ୍ଥାନରେ ସରିଲା ରାବଣ ପୋଡି, ଝାରପଡ଼ାରେ ଉତ୍ସବ ପାଳିଲେ ହିନ୍ଦୁ-ମୁସଲିମ

ଏହା ବି ପଢନ୍ତୁ...ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର

ଏହା ବି ପଢନ୍ତୁ...ସମ୍ବଲପୁରରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

  • ନୟାପଲ୍ଲୀ ବେହେରା ସାହିରୁ ଡିଏଭି ୮ନମ୍ବର

ସେହିପରି ‘ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି’ ଦ୍ବାରା ନୟାପଲ୍ଲୀରେ ସିଆରପି ଛକରେ ଭସାଣି ଯାତ୍ରା ଚାଲୁଥିବା ସମୟରେ ସିଆରପିରୁ ୟୁନିଟ-୮ ଡିଏଭି ପର୍ଯନ୍ତ ସମସ୍ତ ଗାଡି ଅନ୍ୟ ରାସ୍ତାରେ ଯିବେ । ସିଆରପି ପଟୁ କଟକ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନଗୁଡିକ ସିଆରପି ଛକରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଦେଇ ଯାଇପାରିବେ । ଏହି ସମୟରେ ଷ୍ଟୁଆର୍ଟ ସ୍କୁଲ ରାସ୍ତା, ୟୁନିଟ-୮ ରାସ୍ତା, ଓୟୁଇଟି ରାସ୍ତା ଏବଂ ନିୟୁ ଏୟାରପୋର୍ଟ ରାସ୍ତାରେ ଆସୁଥିବା ଗାଡିଗୁଡିକୁ ବିକଳ୍ପ ବ୍ୟବସ୍ଥା ସହ ଡାଇଭର୍ସନ ମାଧ୍ୟମରେ ଛାଡିବାକୁ କମିଶନରେଟ ପୋଲିସ ବ୍ୟବସ୍ଥା କରିଛି ।

  • କିଟ୍‌ ଛକରୁ ନାଲକୋ ଛକ

ସେହିପରି ‘ଉତ୍ତର ଭୁବନେଶ୍ବର ଭସାଣି କମିଟି’ ପକ୍ଷରୁ ଚନ୍ଦ୍ରଶେଖରପୁରରେ ଭସାଣି ଯାତ୍ରା ଚାଲୁଥିବା ସମୟରେ KIIT ଛକ ପଟୁ ନାଲକୋ ଛକଆଡକୁ କୌଣସି ଯାନବାହାନକୁ ପ୍ରବେଶ କରିବାକୁ ଦିଆଯିବନି । ସେହି ରାସ୍ତା ଦେଇ ଆସୁଥିବା ଗାଡିଗୁଡିକ ନନ୍ଦନକାନନ ରାସ୍ତା, ନୂଆ ରୋଡ଼ ଉତ୍କଳ ହସ୍ପିଟାଲ ରୋଡ଼ ଦେଇ ଜୟଦେବ ବିହାର ଅଭିମୁଖେ ଯାଇପାରିବେ ।

ସହର ଭିତରକୁ ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନବାହାନଗୁଡିକ ଫାୟାର ଷ୍ଟେସନ ଛକଠାରୁ ଫ୍ଲାଏ ଓଭର ବ୍ରିଜ ଦେଇ ଯାଇପାରିବେ । ସେମାନଙ୍କୁ ସହର ଭିତରେ ସର୍ଭିସ ରୋଡରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସମସ୍ତ ମେଢଗୁଡିକ କୁଆଖାଇ ନଦୀପଠାରେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ । ଏନେଇ ପ୍ରଶାସନର ପକ୍ଷରୁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତି ୧ଟା ପର୍ଯ୍ୟନ୍ତ ଭସାଣି କାର୍ଯକ୍ରମ ଜାରି ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.