ETV Bharat / state

ରାଜନୀତିରେ ଲୁଚିଛନ୍ତି ଅନେକ ରାବଣ: ଆଇନମନ୍ତ୍ରୀ

ରାବଣ ପୋଡି ଅବସରରେ ତେରେଛା ବାଣ ମାରିଲେ ଆଇନମନ୍ତ୍ରୀ । ରାଜନୀତିରେ କିଏ ତାହାଲେ ରାବଣ ?

author img

By ETV Bharat Odisha Team

Published : 2 hours ago

LAW MINISTER PRITHVIRAJ HARICHANDAN
LAW MINISTER PRITHVIRAJ HARICHANDAN (ETV BHARAT ODISHA)

କଟକ:‘‘ରାଜ୍ୟ ରାଜନୀତିରେ ଏବେ ବି ରାବଣ ଅଛନ୍ତି । ରାଜନୀତିରେ ରାବଣ ରୂପୀ ଲୋକଙ୍କୁ ଦହନ କରିବା ଆବଶ୍ୟକ, ରାଜନୀତିରେ ବି ଅନେକ ବିଜ୍ଞ ବ୍ୟକ୍ତି ଅଛନ୍ତି, ସେମାନଙ୍କ ପ୍ରବୃତ୍ତି ରାବଣ ଭଳି ।’’ ଗତକାଲି କଟକରେ ଆୟୋଜିତ ରାବଣ ପୋଡି ଅବସରେ ଏପରି ମନ୍ତବ୍ୟ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଆଇନମନ୍ତ୍ରୀ କୌଣସି ଦଳ କିମ୍ବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ବ୍ୟକ୍ତିଗତ ଟିପ୍ପଣୀ କରିନଥିବାରୁ, ତାଙ୍କ ଭାଷାରେ ରାଜନୀତିରେ ରାବଣ କିଏ ବୋଲି ଏବେ ପ୍ରଶ୍ନ ଉଠଛି ।

  • 'ରାଜନୀତିରେ ରାବଣ ଲୁଚିକି ଅଛନ୍ତି':

ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,'' ସତ୍ୟ ଅସତ୍ୟ , ଧର୍ମ ଓ ଅଧର୍ମ ମଧ୍ୟରେ ଲଢେଇକୁ ନେଇ ରାବଣ ଦହନ କାର୍ଯ୍ୟକ୍ରମ ହୁଏ । ରାବଣ ସବୁ ସ୍ଥାନରେ ଅଛନ୍ତି, ସମାଜ ଭିତରେ ଅଛନ୍ତି । କେତେବେଳେ ଡାକ୍ତର ରୂପରେ, କେତେବେଳେ ଶିକ୍ଷକ ରୂପରେ, କେତେବେଳେ ପଡିଶା ଘରର ସମ୍ପର୍କୀୟ ହିସାବରେ ରାବଣ ସବୁ ସ୍ଥାନରେ ଲୁଚିକି ଅଛନ୍ତି, ରାଜନୀତିରେ ମଧ୍ୟ । ସେଇ ରାବଣମାନଙ୍କୁ ଚିହ୍ନଟ କରି ପରିବର୍ତ୍ତନ କରିବାର ଆବଶ୍ୟକ ରହିଛି । କହିବାକୁ ଗଲେ ରାଜନୀତିରେ ନିର୍ଦ୍ଧିଷ୍ଟ ଭାବେ ରାଜନୀତିରେ ରାବଣ କେହି ନାହାନ୍ତି । ରାବଣ ଜଣେ ରାଜନୀତି ବିସାରଦ ଥିଲେ, ତଥାପି କିଛି ଖରାପ ଚରିତ୍ର ଯୋଗୁଁ ସେ ଏପରି କରୁଥିଲେ । ରାଜନୀତିରେ ମଧ୍ୟ ବିଜ୍ଞ ବ୍ୟକ୍ତି ଅଛନ୍ତି ହେଲେ ତାଙ୍କର ପବୃତ୍ତି ରାବଣ ଭଳି । ଯେଉଁମାନେ ଏମିତି କର୍ତ୍ତବ୍ୟରେ ଅଛନ୍ତି ତାଙ୍କୁ ସୁଧାରିବା ଆମ ଦାୟିତ୍ବ ।''

RAVAN PODI
RAVAN PODI (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଜଧାନୀର ୧୦ଟି ସ୍ଥାନରେ ସରିଲା ରାବଣ ପୋଡି, ଝାରପଡ଼ାରେ ଉତ୍ସବ ପାଳିଲେ ହିନ୍ଦୁ-ମୁସଲିମ

ଏହା ମଧ୍ୟ ପଢନ୍ତୁ-ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର

  • ବାଲିଯାତ୍ରା ପଡିଆରେ ରାବଣ ପୋଡି:

ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଗତକାଲି ବିଜୟା ଦଶମୀ ଅବସରରେ କଟକ ବାଲିଯାତ୍ରା ତଳପଡିଆରେ 34ତମ ରାବଣ ପୋଡ଼ି ଉତ୍ସବ ସମ୍ପନ୍ନ ହୋଇଥିଲା । ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିଲେ । 90ଫୁଟ ଉଚ୍ଚତାର ବିଶାଳ ରାବଣକୁ ଦହନ କରାଯାଇଥିଲା । ହାଇକୋର୍ଟର ବାର କାଉନସିଲ ଅଧକ୍ଷ ବିଜୟ ଦାସ ରାବଣରେ ଅଗ୍ନି ସଂଯୋଗ କରିଥିଲେ । ରାବଣ ପୋଡି ପାଇଁ ଜନସମୁଦ୍ରରେ ପରିଣତ ହୋଇଥିଲା ବାଲିଯାତ୍ରା ପଡିଆ । ପ୍ରାୟ 10ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ୍ ହୋଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆଶୀର୍ବାଦ ବେହେରାଙ୍କ ସମେତ କଟକର ଏକାଧିକ ବିଧାୟକ ମଧ୍ୟ ସାମିଲ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.