ETV Bharat / international

ପୁଣି ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ! ରାଲି ସମୟରେ ବନ୍ଧୁକଧାରୀ ଗିରଫ

ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଅପରାଧୀଙ୍କ ଟାର୍ଗେଟରେ ଟ୍ରମ୍ପ । ରାଲି ସମୟରେ ଜଣେ ବନ୍ଧୁକଧାରୀଙ୍କୁ ଗିରଫ କଲା ପୋଲିସ ଷ

author img

By ETV Bharat Odisha Team

Published : 3 hours ago

Donald Trump
Donald Trump ((AP))

ହାଇଦ୍ରାବାଦ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ପୁଣି ହତ୍ୟା ଷଡ଼ଯନ୍ତ୍ର । ନର୍ବାଚନୀ ରାଲି ବେଳେ ଜଣେ ବନ୍ଧୁକଧାରୀଙ୍କୁ ଗିରଫ କଲା ପୋଲିସ । ତାଙ୍କ ଗାଡିରୁ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଏବଂ ଅନେକ ନକଲି ପାସପୋର୍ଟ ଜବତ କରିଛି ପୋଲିସ । ଦକ୍ଷିଣ କାଲିଫର୍ଣ୍ଣିଆରେ ରାଲି ଚାଲିଥିବା ବେଳେ ସୁରକ୍ଷା ଯାଞ୍ଚ ସମୟରେ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଥିଲା । କିଛି ସମୟ ପରେ ତାଙ୍କୁ ଜାମିନ ପ୍ରଦାନ ମଧ୍ୟ କରାଯାଇଥିଲା ।

  • ବିପୁଳ ମାରଣାସ୍ତ୍ର ଓ ପାସପୋର୍ଟ ଜବତ କଲା ପୋଲିସ୍‌

ଆମେରିକୀୟ ଲ’ଏନଫୋର୍ସମେଣ୍ଟ ସଂସ୍ଥା ‘ରିଭରସାଇଡ କାଉଣ୍ଟି ଶରିଫ’ (RCSD) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ‘‘ଗିରଫ ବ୍ୟକ୍ତି ଜଣକ ଲାସ୍ ଭେଗାସର ବାସିନ୍ଦା ଭାବେ ଚିହ୍ନଟ ହୋଇଛନ୍ତି । ସେ ରାଲିରେ ବିନା ପଞ୍ଜୀକରଣ ହୋଇଥିବା ଏକ କଳା ରଙ୍ଗର କାର ଚଲାଉଥିଲା । ଯେଉଁଥିରେ ଘରୋଇ ଲାଇସେନ୍ସ ପ୍ଲେଟ ଲାଗିଥିଲା । ପୂର୍ବ ଲସ-ଏଞ୍ଜେଲ୍ସର କୋଚଲାରେ ଆୟୋଜିତ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ରାଲି ଚାଲିଥିବା ବେଳେ ସନ୍ଦେହରେ ଉକ୍ତ ଗାଡିକୁ ପୋଲିସ ଅଟକାଇଥିଲା । ଏହାପରେ କାର ଡ୍ରାଇଭର ନିଜକୁ ଜଣେ ସାମ୍ବାଦିକ ବୋଲି ଦାବି କରିଥିଲେ । କିନ୍ତୁ ତାଙ୍କ ପାଖରେ ସାମ୍ବାଦିକର ଉପଯୁକ୍ତ ପରିଚୟପତ୍ର ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଗାଡିର ଭିତରୁ ବନ୍ଧୁକ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଏକାଧିକ ପାସପୋର୍ଟ ଜବତ କରାଯାଇଛି । ''

ଏହା ମଧ୍ୟ ପଢନ୍ତୁ-ପୁଣି ଆତତାୟୀଙ୍କ ଟାର୍ଗେଟରେ ଟ୍ରମ୍ପ; ଫ୍ଲୋରିଡା ଗଲ୍ଫ ଗ୍ରାଉଣ୍ଡରେ ଗୁଳିକାଣ୍ଡ - Assassination Attempt to Trump

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ନିନ୍ଦା କଲେ ମୋଦି - Donald Trump Injured In Shooting

  • ଟ୍ରମ୍ପ ସୁରକ୍ଷିତ ନଥିବା କହିଲା ‘ସିକ୍ରେଟ ସର୍ଭିସ୍‌’

ଗାଡିରେ ବିପୁଳ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଘଟଣା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରାଲିରେରେ ଉପସ୍ଥିତ ଥିବା ଲୋକଙ୍କ ସୁରକ୍ଷା ଉପରେ ପ୍ରଭାବ ପକାଇ ନାହିଁ ବୋଲି ଏକ ବିବୃତ୍ତିରେ କୁହାଯାଇଛି । ବନ୍ଧୁକଧାରୀଙ୍କୁ ଗିରଫ ସମୟରେ ଟ୍ରମ୍ପ ରାଲିରେ ପହଞ୍ଚି ନଥିଲେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଆମେରିକାର ସିକ୍ରେଟ୍‌ ସର୍ଭିସ କହିଛି ଯେ, ଏହି ଘଟଣା ପ୍ରତିରକ୍ଷା କାର୍ଯ୍ୟକୁ ପ୍ରଭାବିତ କରି ନାହିଁ ଏବଂ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କୌଣସି ବିପଦର ସାମ୍ନା କରିବେ ନାହିଁ ।

  • ଟ୍ରମ୍ପଙ୍କୁ ଦୁଇ ଥର ହୋଇସାରିଲାଣି ହତ୍ୟା ଉଦ୍ୟମ:-

ଚଳିତବର୍ଷ ନଭେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଡେମୋକ୍ରାଟିକ୍ସ ପାର୍ଟିର ପ୍ରାର୍ଥୀ କମଳା ହାରିସ ଓ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଟ୍ରମ୍ପ ନିର୍ବାଚନୀ ରାଲି କରୁଛନ୍ତି । ନିର୍ବାଚନ ପୂର୍ବରୁ ଅପରାଧିଙ୍କ ଟାର୍ଗେଟରେ ରହିଛନ୍ତି ଟ୍ରମ୍ପ । ଜୁଲାଇ 14 ତାରିଖ ଦିନ ପେନ୍‌ସିଲଭେନିଆ ସହରରେ ଏକ ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ସମୟରେ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ଏଥିରେ ସେ ଆହତ ହୋଇଥିଲେ । ଜଣେ 20ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ପରେ ସେପ୍ଟେମ୍ବରରେ ଫ୍ଲୋରିଡାରେ ଟ୍ରମ୍ପ ଏକ ଗଲ୍ଫ ଗ୍ରାଉଣ୍ଡରେ ଥିବା ସମୟରେ ବାହାରେ ଗୁଳିମାଡ ହୋଇଥିଲା । ଏଥିରେ ଆମେରିକାର ସୁରକ୍ଷା ଏଜେନ୍ସି ‘ସିକ୍ରେଟ ସର୍ଭିସ’ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ବାରମ୍ଭାର ଏପରି ଘଟଣା ସାମ୍ନାକୁ ଆସିବାରୁ ଟ୍ରମ୍ପଙ୍କ ନିର୍ବାଚନୀ ରାଲିରେ ସୁରକ୍ଷା ବ୍ୟବସ୍ଥାକୁ କାଡ କଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.