ହାଇଦ୍ରାବାଦ: ସାରା ବିଶ୍ବ ଏବେ ନୂଆବର୍ଷ 2025କୁ ଅପେକ୍ଷା କରିଛି, କାରଣ ନୂଆବର୍ଷ ଆରମ୍ଭ ହେବାକୁ ଆଉ କେଇ ଘଣ୍ଟା ବାକି ଅଛି । ହେଲେ ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଭାରତ ଆକାଶରେ ଏକ ମହାଜାଗତିକ ଦୃଶ୍ୟର ସାକ୍ଷୀ ହେବେ ଦେଶବାସୀ । ଆଜି ଆକାଶରେ ଦିଶିବ ବ୍ଲାକ୍ ମୁନ୍ ବା କଳା ଜହ୍ନ (Black Moon) । ଏହାସହ ଅନେକ ଗ୍ରହ ଓ ତାରାପୁଞ୍ଜ ମଧ୍ୟ ଦୃଶ୍ୟମାନ ହେବ । ତେବେ କେତେବେଳେ ଓ କେଉଁ ଦିଗରେ ଏହା ଦୃଶ୍ୟମାନ ହେବ ଜାଣିବା ।
ବର୍ଷର ଶେଷ ଦିନରେ ଦିଶିବ ବ୍ଲାକ୍ ମୁନ୍
ଆକାଶରେ ବ୍ଲାକ୍ ମୁନ୍ ସେତେବେଳେ ଦିଶେ, ଯେତେବେଳେ ଗୋଟିଏ ମାସରେ ଦୁଇ ଥର ନୂଆ ଜହ୍ନ ବା ଅମାବାସ୍ୟା ପଡ଼ିଥାଏ । ଏହା ବହୁ ବିରଳ ଘଟଣା ହୋଇଥାଏ । ଏପରି ଦୁର୍ଲଭ ଲୁନାର ସାଇକେଲ ବା ଚନ୍ଦ୍ର ଚକ୍ର ସେତେବେଳେ ହୁଏ, ଯେତେବେଳେ ଚନ୍ଦ୍ର ନିଜ କକ୍ଷପଥରେ ଘୂରିବାକୁ 29.5 ଦିନ ସମୟ ନେଇଥାଏ । ମାସ ବଡ଼ ହେବା କାରଣରୁ ଗୋଟିଏ ମାସରେ ହିଁ 2-2 ଥର ନୂଆ ଜହ୍ନ ଦିଶିଥାଏ ।
ଡିସେମ୍ବର ମାସରେ ପ୍ରଥମ ଚନ୍ଦ୍ର ମାସ ଆରମ୍ଭରୁ ଦୃଶ୍ୟମାନ ହୋଇଥିଲା ଓ ଏବେ ଦ୍ବିତୀୟ ଜହ୍ନ ବା ବ୍ଲାକ୍ ମୁନ୍ ଭାରତରେ 31 ଡିସେମ୍ବରରେ ଦୃଶ୍ୟମାନ ହେବ । ବ୍ଲାକ୍ ମୁନ୍କୁ ଖାଲି ଆଗରେ ଦେଖାଯାଇପାରିବ ନାହିଁ , କିନ୍ତୁ ଆକାଶରେ ବ୍ଲାକ୍ ମୁନ୍ ଦିଶିବା ଅର୍ଥ ସେହି ରାତି ଅଧିକ ଅନ୍ଧାରଯୁକ୍ତ ଆକାଶ ରହିବ । ତେବେ ଆକାଶରେ ଅଧିକ ଅନ୍ଧାର ହେବା ଯୋଗୁଁ ଅନ୍ୟ ତାରା ଓ ଗ୍ରହ ଯେପରିକି ଶୁକ୍ର (Venus), ବୃହସ୍ପତି (Jupiter) ଓ ମଙ୍ଗଳ (Mars) ଦୃଶ୍ୟମାନ ହେବ ।
ଏହା ବି ପଢନ୍ତୁ |
ଆମେରିକା ନୌସେନା ବୈଧଶାଳାରୁ ମିଳିଥିବା ସୂଚନା ଅନୁସାରେ, ଏହା ଏକ ଅସାଧାରଣ ଘଟଣା । 2024ର ଶେଷ ଦିନରେ ଦିଶିବାକୁ ଥିବା ବ୍ଲାକ୍ ମୁନ୍ ଭାରତରେ ଆଜି ଅର୍ଥାତ ଡିସେମ୍ବର 31 ତାରିଖ ଭୋର 3:57ଟାରେ ଦୃଶ୍ୟମାନ ହେବ । ଯଦି ଆପଣ ଏହି ଘଟଣାର ଭଲ ଅଭିଜ୍ଞତା ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କମ ଆଲୋକ ଥିବା ଏକ ଖୋଲା ସ୍ଥାନକୁ ଯିବାକୁ ପଡ଼ିବ । ଉଦାହରଣ ସ୍ବରୂପ, ଆପଣ ଏକ ହିଲ୍ ଷ୍ଟେସନ କିମ୍ବା ଏକ ଗାଁର ଅନ୍ଧକାର ଏବଂ ଖୋଲା ପଡ଼ିଆକୁ ଯାଇ ଏହି ମହାଜାଗତିକ ଦୃଶ୍ୟକୁ ଭଲ ଭାବେ ଦେଖିପାରିବେ ।
Black Moon ଦେଖିବା ଲାଗି କିଛି ଟିପ୍ସ
- ନିଜ ଅଞ୍ଚଳର ସବୁଠୁ ଅନ୍ଧକାର ସ୍ଥାନକୁ ଯାଆନ୍ତୁ ।
- ତାର ଓ ଗ୍ରହକୁ ଭଲ ଭାବେ ଦେଖିବା ଲାଗି ଟେଲିସ୍କୋପ ବା ବାଇନାକୁଲାରର ଉପଯୋଗ କରନ୍ତୁ ।
- ଆକାଶକୁ ଦେଖିବା ପୂର୍ବରୁ ଆପଣଙ୍କ ଅଞ୍ଚଳର ପାଣିପାଗ ଯାଞ୍ଚ କରନ୍ତୁ । ଯଦି ଆପଣଙ୍କ ଅଞ୍ଚଳରେ ଆକାଶ ମେଘୁଆ ରହିଛି ତେବେ ଆପଣ ବ୍ଲାକ୍ ମୁନ୍ ଦେଖିପାରିବେ ନାହିଁ ।
- ଆକାଶକୁ ଦେଖି ଗ୍ରହଗୁଡ଼ିକୁ ଖୋଜନ୍ତୁ । କାରଣ ବୃହସ୍ପତି, ମଙ୍ଗଳ, ଶୁକ୍ର ଓ ଶନି ଗ୍ରହ ଅଲଗା ଅଲଗା ସମୟରେ ଦୃଶ୍ୟମାନ ହେବେ ।