ETV Bharat / state

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି, ମହାପ୍ରଭୁଙ୍କ ରାଧା ଦାମୋଦର ବେଶ

ପୁରୀ ଜଗନ୍ନାଥ ମନ୍ଦିରରେ ଆଜିଠୁ ମାସେ ଧରି ଭକ୍ତଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀଜୀଉଙ୍କ ନିକଟରେ ଲାଗି ହେବ ସ୍ବତନ୍ତ୍ର ବାଳ ଭୋଗ ।

author img

By ETV Bharat Odisha Team

Published : 3 hours ago

RADHA DAMODARA BESHA
RADHA DAMODARA BESHA (ETV BHARAT ODISHA)

ପୁରୀ: ଆଜି ଆଶ୍ବୀନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେଏହି ନୀତି ଚାଲିବ। ଆଜି ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏକ ମାସ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧା ଦାମୋଦର ବେଶ କରାଯିବ । ମଙ୍ଗଳ ଆଳତୀ ପରେ କାର୍ତ୍ତିକ ନୀତି ଅନୁଷ୍ଠିତ ହେଉଥିବା ବେଳେ ଏକାଦଶୀ ଅବସରରେ ଗୋଷାଣୀ ମାନଙ୍କ ଦେବୀ ସଭା ଓ ଭସାଣ ଅନୁଷ୍ଠିତ ହେବ । ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ କାର୍ତ୍ତିକ ନୀତି ସୁରୁଖୁରୁରେ ସମ୍ପାଦିତ ହୋଇଛି।

ମହାପ୍ରଭୁଙ୍କ ନୀତିକାନ୍ତି :

ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡପଲାଗି ସହ ଅବକାଶ ପରେ ରାଧାଦାମୋଦର ବେଶ ହୋଇଥିଲା । ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳ ଧୂପ, ଭୋଗ ମଣ୍ତପ ଓ ମଧ୍ୟାହ୍ନ ଧୂପ ହୋଇଥାଏ । କାର୍ତ୍ତିକ ନୀତିରେ ବାଳଧୂପ ଏକ ସ୍ବତନ୍ତ୍ର ଭୋଗ ଥିବାରୁ ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ କରାଯାଇଥାଏ ।

ରାଧା ଦାମୋଦର ବେଶ କଣ ?

କାର୍ତ୍ତିକ ମାସରେ ପ୍ରଭୁ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ଏହାକୁ ରାଧା ଦାମୋଦର ବେଶରେ ନାମକରଣ କରାଯାଇଛି । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁର ମାନଙ୍କୁ ଲାଗି କରାଯାଇଥାଏ । ଏଥି ସହ ଶ୍ରୀଜଗନ୍ନାଥ ଓ ବଳଭଦ୍ର ତ୍ରିକଚ୍ଛ ପରିଧାନ କରିବା ସହ ଦୁଇ ହସ୍ତରେ ସୁବର୍ଣ୍ଣ ନଳୀ ଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରି କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ମଧ୍ୟ ଲାଗି ହୁଏ । ତେବେ ଭକ୍ତମାନେ ମହାପ୍ରଭୁଙ୍କ ଏହି ରାଧାଦାମୋଦର ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ବିଜୟାଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାବାହୁ

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ଗୋଷାଣୀଙ୍କ ଭସାଣ ଉତ୍ସବ:

ଏକାଦଶୀ ଅବସରରେ ପୁରୀରେ ପୂଜା ପାଉଥିବା ସମସ୍ତ ଗୋଷାଣୀଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଆଜି ସନ୍ଧ୍ୟାରେ ସମସ୍ତ ଗୋଷାଣୀ ଓ ନାଗା ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହେବେ। ଏହା ଦେବୀ ସଭା ନାମରେ ପରିଚିତ। ତେଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦ୍ଵାପରରେ ଗୋପୀଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ ଦେଉଥିଲେ ମହାପ୍ରଭୁ:

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଶରତ ମହାନ୍ତି କହିଛନ୍ତି, ''କାର୍ତ୍ତିକ ମାସରେ ମହାପ୍ରଭୁ ଦୀର୍ଘ ଏକ ମାସ ଧରି ଭକ୍ତଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ଅନେକ ସୁବର୍ଣ୍ଣ ଅଳଙ୍କାର, ମାଳ ପରିଧାନ କରି ମହାପ୍ରଭୁ ରାଧା ଦାମୋଦର ବେଶ ଧାରଣ କରିଥାନ୍ତି । ଗୋପୀ ମାନେ ଦ୍ଵାପର ଯୁଗରେ ତାଙ୍କୁ ଯେତେବେଳେ ସମୁଦ୍ର କୂଳରେ ବାଲୁକା ପୂଜା କରୁଥିଲେ ସେହି ସମୟରେ ପ୍ରଭୁ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେଉଥିଲେ ଓ ତାଙ୍କର ପ୍ରତେକ ଆଶା ପୂରଣ କରୁଥିଲେ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଅନ୍ୟନାମ ହେଉଛି ଦାମୋଦର । ସେଥିପାଇଁ ମହାପ୍ରଭୁ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଶରତ ମହାନ୍ତି କହିଛନ୍ତି, ''କାର୍ତ୍ତିକ ମାସରେ ମହାପ୍ରଭୁ ଦୀର୍ଘ ଏକ ମାସ ଧରି ଭକ୍ତଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ଅନେକ ସୁବର୍ଣ୍ଣ ଅଳଙ୍କାର, ମାଳ ପରିଧାନ କରି ମହାପ୍ରଭୁ ରାଧା ଦାମୋଦର ବେଶ ଧାରଣ କରିଥାନ୍ତି । ଗୋପୀମାନେ ଦ୍ଵାପର ଯୁଗରେ ତାଙ୍କୁ ଯେତେବେଳେ ସମୁଦ୍ର କୂଳରେ ବାଲୁକା ପୂଜା କରୁଥିଲେ ସେହି ସମୟରେ ପ୍ରଭୁ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେଉଥିଲେ ଓ ତାଙ୍କର ପ୍ରତେକ ଆଶା ପୂରଣ କରୁଥିଲେ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଅନ୍ୟନାମ ହେଉଛି ଦାମୋଦର । ସେଥିପାଇଁ ମହାପ୍ରଭୁ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ମହାପ୍ରଭୁଙ୍କ ବାଳଭୋଗ ମହାତ୍ମ୍ୟ:
ବରିଷ୍ଠ ସେବାୟତ ଶରତ ମହାନ୍ତିଙ୍କ କହିବା ଅନୁଯାୟୀ, ''କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ସହ ଏକ ଅତିରିକ୍ତ ଭୋଗ ହୋଇଥାଏ । ଯାହାର ନାମ ହେଉଛି ବାଳ ଭୋଗ । ମହାପ୍ରଭୁଙ୍କ ସକାଳୁ ବିଭିନ୍ନ ନୀତି ବଢିବା ପରେ ଗୋପାଳବଲ୍ଲଭ ନୀତି ପରେ ଏହି ସ୍ଵତନ୍ତ୍ର ବାଳଭୋଗ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଭୋଗରେ ଖଇ, ଲିଆ, ଚଣା, ଛତୁଆ, ବିଭିନ୍ନ ଫଳ, ପାପୁଡ଼ି, ସର ଭୋଗ ଲାଗିଥାଏ । ଏହାକୁ ବାଳ ଭୋଗ କୁହାଯାଏ । ତେବେ ତତ୍କାଳୀନ ଗଜପତି ମହାରାଜା ପ୍ରତାପ ରୁଦ୍ର ଦେବ ଏହି ବାଳ ଭୋଗ ପ୍ରଚଳନ କରିଥିଲେ । ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି ।

ଗଜପତି ପ୍ରତାପ ରୁଦ୍ରଦେବ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାଇଥିଲେ । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ମସ୍ତକରୁ ଫୁଲ ଅଣାଯାଇ ଗଜପତିଙ୍କୁ ପ୍ରଦାନ କରାଯାଏ । ଦିନେ ମହାପ୍ରଭୁଙ୍କ ମସ୍ତକରେ ଫୁଲ ନଥିଲା । ହଠାତ ଗଜପତି ମହାରାଜାଙ୍କ ଆଗମନ ପରେ ଶ୍ରୀମନ୍ଦିରରେ ସେବାୟତ ମାନେ ଇତସ୍ତତ ହୋଇପଡ଼ିଥିଲେ । ଜଣେ ପୁଷ୍ପାଳକ ସେବକ ନିଜ ମସ୍ତକରୁ ଫୁଲ ତୁଳସୀ ଆଣି ଗଜପତିଙ୍କୁ ପ୍ରଦାନ କହିଥିଲେ । ପରେ ରାଜା ଦେଖିଲେ ସେଥିରେ ଏକ କେଶ ତଥା ବାଳ ବାହାରିଛି । ଗଜପତି କୋପରେ ଜର୍ଜରିତ ହୋଇ ଯାଇଥିଲେ । ଏହା ମହାପ୍ରଭୁଙ୍କ ଫୁଲ ନୁହେଁ ତୁମେ ନିଜ ମସ୍ତକରୁ ଦେଇଛ ବୋଲି ରାଜା କହିଥିଲେ । ରାଜାଙ୍କ କୋପରୁ ରକ୍ଷା ପାଇଵା ପାଇଁ ଉକ୍ତ ପୁଷ୍ପାଳକ ସେବକ କହିଥିଲେ ମହାପ୍ରଭୁଙ୍କ ତ୍ରୀମୁଣ୍ଡିରେ କେଶ ତଥା ବାଳ ରହିଛି । ପରେ ରାଜା ଉକ୍ତ ସେବକଙ୍କୁ କହିଲେ ଆସନ୍ତାକାଲି ମୋତେ ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ କେଶ ଥିବା ଦେଖାଇବ ନ ହେଲେ ତୁମକୁ ମୁଁ ଦଣ୍ଡ ଦେବି । ଏଣୁ ଉକ୍ତ ସେବକ ଅତ୍ୟନ୍ତ ଡରିଯାଇଥିଲେ।

ଏନେଇ ତାଙ୍କୁ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କୁ ଉକ୍ତ ସେବକ ପ୍ରାର୍ଥନା କରିଥିଲେ । ମହାପ୍ରଭୁ ହେଉଛନ୍ତି ସେବକ ପ୍ରିୟ । ଏଣୁ ନିଜ ସେବକର ମାନ ରକ୍ଷା ପାଇଁ ମହାପ୍ରଭୁ କହିଥିଲେ ଆସନ୍ତାକାଲି ଗଜପତି ଆସିଲେ ମୋ କେଶ ତାଙ୍କୁ ଦର୍ଶନ କରାଇବ। ପରବର୍ତ୍ତୀ ଦିନ ଯେତେବେଳେ ଗଜପତି ପ୍ରତାପ ରୁଦ୍ରଦେବ ମହାପ୍ରଭୁଙ୍କ ନିକଟକୁ ଆସିଲେ ରାଜା ମହାପ୍ରଭୁଙ୍କ ମସ୍ତକରେ କେଶ ଥିବା ଦେଖିଥିଲେ। ପରେ ରାଜା ଯେତେବେଳେ ସନ୍ଦେହରେ ସେହି କେଶକୁ ଜୋରରେ ଟାଣି ଆଣିଛନ୍ତି ସେତେବେଳେ ମହାପ୍ରଭୁଙ୍କ ମସ୍ତକରୁ ରକ୍ତ ବାହାରିଥିଲା । ରାଜା ଡରିଯାଇ ପଡ଼ିଯାଇଥିଲେ। ତ୍ରାହି ତ୍ରାହି ବୋଲି ପ୍ରାର୍ଥନା କରିଥିଲେ । ମହାପ୍ରଭୁ ସେତେବେଳେ କହିଥିଲେ ରାଜା ତମେ ବାଳ ଅପରାଧ କରିଛ । ଆଜି ଠାରୁ ମୋର ବାଳ ଭୋଗ ପ୍ରଚଳନ କରିବ । ସେହିଦିନ ଠାରୁ ଅଦ୍ୟାବଧି ମହାପ୍ରଭୁଙ୍କ ଏହି ଅତିରିକ୍ତ ବାଳ ଭୋଗ ପବିତ୍ର କାର୍ତ୍ତିକ ମାସରେ ଅନୁଷ୍ଠିତ ହୋଇ ଆସୁଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.