ETV Bharat / bharat

ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଦିଲ୍ଲୀରେ ଜରୁରୀ ଅବତରଣ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ - AFTER BOMB THREAT

ବୋମା ଧମକ ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ମୁମ୍ବାଇରୁ ନ୍ୟୁୟର୍କ ଉଡ଼ାଣ ବେଳେ, ମଝି ଆକାଶରେ ମିଳିଥିଲା ସୁରକ୍ଷା ସଂପର୍କିତ ବାର୍ତ୍ତା ।

ବୋମା ଧମକ ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ
ବୋମା ଧମକ ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ (ETV Bharat Odisha)
author img

By ETV Bharat Odisha Team

Published : Oct 14, 2024, 10:08 AM IST

Updated : Oct 14, 2024, 10:23 AM IST

ନୂଆଦିଲ୍ଲୀ: ବୋମା ଧମକ ମିଳିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ମୁମ୍ବାଇରୁ ଆମେରିକାର ନ୍ୟୁ-ୟର୍କ ଅଭିମୁଖେ ଉଡାଣ ଭରିଥିବା ଏକ ବିମାନ ଆଜି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ସମସ୍ତ ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଟର୍ମିନାଲକୁ ସ୍ଥାନାନ୍ତରିତ କରାଯାଇଛି । ବିମାନଟିକୁ ପାର୍କିଂ ବେ’ର ଆଇସୋଲେସନ ଏରିଆରେ ରଖି ଯାଞ୍ଚ କରାଯାଉଛି । ବିମାନ ବନ୍ଦର ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ ବିମାନକୁ ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିସ୍ପୋରକ ସାମଗ୍ରୀ ଜବତ ହେବା ନେଇ ସୂଚନା ହସ୍ତଗତ ହୋଇନି ।

  • ମୁମ୍ବାଇରୁ ଯାଉଥିଲା ନ୍ୟୁ-ୟର୍କ

ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି,‘‘ ଅକ୍ଟୋବର 14 ତାରିଖ (ଆଜି)ରେ ମୁମ୍ବାଇରୁ ନ୍ୟୁୟର୍କର ଜେଏଫ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଏୟାର ଇଣ୍ଡିଆ ବିମାନ ‘AI119’ ନିର୍ଦ୍ଧାରିତ ସମୟରେ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ମଧ୍ୟରେ ସୁରକ୍ଷା ସମ୍ପର୍କିତ ଏକ ବାର୍ତ୍ତା ମିଳିଥିଲା । ଫଳରେ ବିମାନଟିକୁ ଦିଲ୍ଲୀ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ସେଠାରେ ବିମାନ ସୁରକ୍ଷିତ ଅବତରଣ କରିସାରିଛି । ସମସ୍ତଙ୍କୁ ସୁରକ୍ଷିତ ଟର୍ମିନାଲକୁ ନିଆଯାଇଛି । ବିମାନର ଯାଞ୍ଚ ଜାରି ରହିଛି ।’’ ଏୟାର ଲାଇନ୍ସ କର୍ତ୍ତୃପକ୍ଷ ଏହି ସୂଚନା ଦେଇଥଲେ ସୁଦ୍ଧା ବିମାନରେ ମୋଟ କେତେ ଯାତ୍ରୀ ଓ କ୍ର୍ୟୁ ସଦସ୍ୟ ଥିଲେ, ସେନେଇ କିଛି ସ୍ପଷ୍ଟ କରିନି । ଯାତ୍ରୀଙ୍କ ଯାତ୍ରା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇଛି କି ନାହିଁ, ସେନେଇ ମଧ୍ୟ ସଂସ୍ଥା କୌଣସି ସୂଚନା ଦେଇନି ।

ଏହା ମଧ୍ୟ ପଢନ୍ତୁ :- ଟଳିଲା ବଡ଼ ବିପଦ, ମଝି ଆକାଶରେ 2 ଘଣ୍ଟା ଚକ୍କର କାଟିବା ପରେ ବିମାନର ସୁରକ୍ଷିତ ଅବତରଣ

ଏହା ମଧ୍ୟ ପଢନ୍ତୁ:- ରାଜସ୍ଥାନରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଦିଲ୍ଲୀ ଆସୁଥିବା ଫ୍ଲାଇଟ୍, ପୁଣି ବିମାନ ଉଡାଣ ପଇଁ ମନାକଲେ ପାଇଲଟ !

ଏହା ବି ପଢନ୍ତୁ...West Bengal: କାହିଁକି ଏମରଜେନ୍ସି ଲ୍ୟାଣ୍ଡିଂ କଲା ମମତାଙ୍କ ହେଲିକପ୍ଟର ?

  • ପୂର୍ବରୁ ରହିଛି ଏକାଧିକ ଗୁଜବର ନଜିର

ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ସମାନ ଘଟଣାକ୍ରମ ଦେଖିବାକୁ ମିଳିଛି । କେତେବେଳେ ବିମାନ ବନ୍ଦର ଟର୍ମିନାଲରେ ତ, କେତେବେଳେ ଉଡନ୍ତା ବିମାନରେ ବୋମା ଥିବା ଧମକ ମିଳିଛି । ଜରୁରୀ ଅବତରଣ କରିବା ପରେ ପ୍ରୋଟୋକଲ ଅନୁସାରେ ଯାଞ୍ଚ ମଧ୍ୟ କରାଯାଇଛି । ମାତ୍ର ସେପରି କୌଣସି ବିସ୍ଫୋରକ ସାମଗ୍ରୀ ଜବତ ହୋଇନି । ତାହା ଏକ ଗୁଜବ ବୋଲି ଜଣାପଡିଛି । ଏକାଧିକ ଘଟଣାରେ ବିଭିନ୍ନ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କିଛି କ୍ଷେତ୍ରରେ ଯାତ୍ରୀ ମଧ୍ୟ ଏପରି ଗୁଜବ ସୃଷ୍ଟି କରିଥିବା ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 14, 2024, 10:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.