ଓଡିଶା

odisha

ETV Bharat / state

ନଦୀ ଆରପାରିରେ ଡିଲର ପଏଣ୍ଟ, ରାସନ ଆଣିବାକୁ ଗଣିବାକୁ ପଡୁଛି ଟଙ୍କା - RATION DISTRIBUTION PROBLEM

ରାସନ ଚାଉଳ ପାଇଁ ଡିଲର ଟଙ୍କା ନେଉଥିବା ଅଭିଯୋଗ । 'ୱାନ ନେସନ ୱାନ ରାସନ' ମାଧ୍ୟମରେ ଅନ୍ୟ ବ୍ଲକରୁ ଆଣିବାକୁ ଯୋଗାଣ ଅଧିକାରୀଙ୍କ ପରାମର୍ଶ ।

Ration Distribution Problem
Ration Distribution Problem (ETV Bharat Odisha)

By ETV Bharat Odisha Team

Published : Dec 27, 2024, 4:53 PM IST

କେନ୍ଦ୍ରାପଡା:ରାସନ ଚାଉଳ ପାଇଁ ଡିଲର ଟଙ୍କା ନେଉଥିବା ଅଭିଯୋଗ ହେଉଛି । ଟଙ୍କା ଦେଲେ ଡିଲର ଘର ପାଖରେ ଚାଉଳ ଦେଉଛି ଟଙ୍କା ନଦେଲେ 20 କିଲୋମିଟର ଦୂର ନଦୀ ପାର ହୋଇ ଡିଲର ପଏଣ୍ଟରୁ ହିତାଧିକାରୀଙ୍କୁ ଆଣିବାକୁ ପଡୁଛି ଚାଉଳ । ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସବୁଠି ଗୁହାରି କଲେବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ତଦନ୍ତ ପରେ ୱାନ ନେସନ ୱାନ ରାସନ ମାଧ୍ୟମରେ ହିତାଧିକାରୀ ନିକଟସ୍ଥ ଅନ୍ୟ ବ୍ଲକରୁ ରାସନ ଆଣିପାରିବେ ବୋଲି କହିଛନ୍ତି ଯୋଗାଣ ଅଧିକାରୀ ।

କେଉଁଠି ନିଆଯାଉଛି ମାଗଣା ରାସନ ପାଇଁ ଟଙ୍କା:


କେନ୍ଦ୍ର ସରକାର ଫ୍ରି ରାସନ ଯୋଜନାରେ ଦେଶର ସମସ୍ତ ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ରାସନ ଚାଉଳ ଯୋଗାଇ ଦେଉଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି କେନ୍ଦ୍ରାପଡା ଆଳି ବ୍ଲକ ଟୁଙ୍ଗା ପଞ୍ଚାୟତ ବଉଳଯୋଡି ଡିହା ଗାଁରେ । ଏହି ଗାଁର ବାସିନ୍ଦା ତଥା ରାସନକାର୍ଡ ହିତାଧିକାରୀ ମଦନ ରାଉତ ଅଭିଯୋଗ କରିଛନ୍ତି,"ଡିଲର ଏଠାରେ ଆଣି ଯେଉଁ ରାସନ ଗତ କିଛି ମାସ ହେବ ଦେଉଥିଲେ ସେଥିପାଇଁ ପ୍ରତିମାସରେ ୨୦-୩୦ ଟଙ୍କା ଲୋକଙ୍କଠାରୁ ନେଉଥିଲେ। ରାଜନୈତିକ ଆକ୍ରୋଶ ରଖି ଏବେ ଟଙ୍କା ଦିଆଯାଉନଥିବା ଆଳ ଦେଖାଇ ଦେଉନାହାନ୍ତି । ଏନେଇ ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛୁ ।"

Ration Distribution Problem (ETV Bharat Odisha)


କ'ଣ ପ୍ରତିକ୍ରିୟା ରଖିଲେ ଡିଲର:
ନଦୀ ପାର ହୋଇ ବଉଳଯୋଡି ଡିଆ ଗାଁରେ ରାସନ ଦେବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଟୁଙ୍ଗା ଡିଲର ଭଜହରି ମହାନ୍ତି କହିଛନ୍ତି,"ଆଗରୁ ଆପୋଷ ଆଲୋଚନା ହୋଇ ଗାଡି ଖର୍ଚ୍ଚ ଦେଉଥିଲେ,ଆମର ସେଣ୍ଟର ଏହା ନୁହଁ । ଆମ ସେଣ୍ଟର ହେଉଛି ଟୁଙ୍ଗା ଏଣ୍ଡୋଳ । ସେମାନେ ଗାଡି ଖର୍ଚ୍ଚ ବାବଦକୁ ଟଙ୍କା ଦେଲେ ଆମେ ଏଠାରେ ଆଣି ରାସନ ଦେଉ।କାର୍ଡ ପିଛା ୧୦ ଟଙ୍କା ଲେଖାଏଁ ଦେଉଥିଲେ । ଚାଉଳ ପାଇଁ ପଇସା ନାହିଁ ୧୫ କିଲୋମିଟର ଆସିବାକୁ ପଡୁଥିବାରୁ କେବଳ ଗାଡି ଖର୍ଚ୍ଚ ନିଆଯାଉଥିଲା ।"

ଏହା ବି ପଢନ୍ତୁ...କେନ୍ଦ୍ରାପଡାରେ କେଉଁ ବ୍ଲକରେ କେତେ ବାକି ରହିଛି E-KYC ?

ଏହା ବି ପଢନ୍ତୁ...ଭୂତ ହିତାଧିକାରୀ ଖାଉଛନ୍ତି ରାସନ, ଗୃହରେ ଜଣାଇଲେ ମନ୍ତ୍ରୀ


ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା:
ଟୁଙ୍ଗା ପଞ୍ଚାୟତରେ ଚାଉଳ ପାଇଁ ଟଙ୍କା ନେବା ଘଟଣାରେ ପ୍ରତିକ୍ରିୟା ରଖି ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି,"ଘଟଣା ସମ୍ପର୍କରେ ମୁଁ ଶୁଣିଛି ଏବଂ ଯାହା ଜାଣିଛି ଯେ ଡିଲର ପଏଣ୍ଟରୁ ଲୋକ ଆସି ରାସନ ନେବା କଥା । ହେଲେ ବହୁ ପୂର୍ବରୁ ଯେହେତୁ ନଦୀ ଆରପାରିରେ ଅଳ୍ପ କିଛି ଲୋକ ରହୁଛନ୍ତି ସେମାନଙ୍କୁ ନିଜେ ସରପଞ୍ଚ ନେଇ ଦେଉଥିଲେ । ଚଳିତ ଥରଠାରୁ ସରପଞ୍ଚ ଓ ଡିଲର ନେଇ ଯେଉଁ ବାଣ୍ଟୁଥିଲେ ତାହା ବନ୍ଦ କରିଦେଇଛନ୍ତି । ଲୋକମାନଙ୍କୁ ନଦୀ ପାର ହୋଇ ଆସିବାକୁ ସମସ୍ୟା ହେଉଥିଲେ ୱାନ ନେସନ ୱାନ ରାସନ ଯୋଜନାରେ ଅନ୍ୟ ଜଣେ ଡିଲରଠାରୁ ମଧ୍ୟ ନେଇପାରିବେ । ଆମ ନଜରକୁ ଏହି ଘଟଣା ଆସିଛି ,ତେଣୁ ଏହି କାର୍ଡକୁ କନିକା ବ୍ଲକ ସହ ଟ୍ୟାଗ କରିଦେଲେ ସୁବିଧା ହେବ। ନଦୀ ଆରପଟ ୧୦୫ଟି ରାସନକାର୍ଡ ରହିଛି । ଯେଉଁଥିରୁ ପ୍ରାୟ ୬୫ ଜଣ ନଦୀ ଏପଟକୁ ଆସି ରାସନ ନେବା ପାଇଁ ପ୍ରସ୍ତୁତ ଅଛନ୍ତି, ଆଉ ବାକି ୪୦ ଜଣଙ୍କ କାର୍ଡକୁ ଆମେ କନିକା ସହ ଟ୍ୟାଗ କରି ରାସନ ଯୋଗାଇଦେବୁ।"


ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details