ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ର ପରିକ୍ରମା ପରେ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଆଜ୍ଞାମାଳ - Angyamala Arrived In Boudh - ANGYAMALA ARRIVED IN BOUDH

Angyamala Arrived In Boudh Patali SriKhetra: ଶ୍ରୀକ୍ଷେତ୍ର ପୁରୀ, ଭୁବନେଶ୍ୱର ଲିଙ୍ଗରାଜଙ୍କ ପରିକ୍ରମା ପରେ ରବିବାର ସଂଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ବୌଦ୍ଧ ଜିଲ୍ଲାରେ ପହଞ୍ଚିଛି । ଯାହାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାଗତ କରିଛନ୍ତି ଲୋକେ । ଅଧିକ ପଢନ୍ତୁ,

ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ର ପରିକ୍ରମା ପରେ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଆଜ୍ଞାମାଳ
ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ର ପରିକ୍ରମା ପରେ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଆଜ୍ଞାମାଳ (ETV Bharat Odisha)

By ETV Bharat Odisha Team

Published : Jun 10, 2024, 12:13 PM IST

ବୌଦ୍ଧ: ପଞ୍ଚସଖା ସାଧନା ପୀଠରୁ ସ୍ବତନ୍ତ୍ର ଆଜ୍ଞାମାଳ ଶ୍ରୀକ୍ଷେତ୍ର, ଏକାମ୍ର କ୍ଷେତ୍ରକୁ ପରିକ୍ରମା ପରେ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଆଜ୍ଞାମାଳ ତଥା ସ୍ବତନ୍ତ୍ର ରଥକୁ ଭବ୍ୟ ସ୍ଵାଗତ କରାଯାଇଛି । ଆଗାମୀ ଦିନରେ ସାରା ଦେଶର ସାଧୁସନ୍ଥମାନଙ୍କୁ ନେଇ ଏକ ବିଶାଳ ସନ୍ଥ ସମ୍ମିଳନୀର ଆୟୋଜନ ପାଇଁ ଏହି ଭବ୍ୟ ତଥା ପବିତ୍ର ରଥ ଶ୍ରୀକ୍ଷେତ୍ର ଠାରୁ ନେଇ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ଯାହାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାଗତ କରିଛନ୍ତି ।

ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ର ପରିକ୍ରମା ପରେ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଆଜ୍ଞାମାଳ (ETV Bharat Odisha)


ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପଞ୍ଚସଖାଙ୍କ ସାଧନା ପୀଠରୁ ଆସିଥିବା ଆଜ୍ଞାମାଳକୁ ସ୍ବାଗତ କରାଯାଇଛି । ଶ୍ରୀକ୍ଷେତ୍ର ପୁରୀ ଠାରୁ ନେଇ ଆଜି ପାତାଳୀ ଶ୍ରୀକ୍ଷେତ୍ର ସବୁଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ବୌଦ୍ଧ ଜିଲ୍ଲା । ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ଏହି ଗଡ଼ଜାତ ରାଜ୍ୟ ଏଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିରୂପ ନୀଳମାଧବ ଉପାସନାର ପରମ୍ପରା ରହିଆସିଛି । ଏହାର ଅନତିଦୂରରେ ରହିଛି ଡମ୍ବରୁଗଡ । ଏହି ବଣ ଜଙ୍ଗଲ ଘେରା ଡମ୍ବରୁଗଡ ଜଙ୍ଗଲର ଶୀର୍ଷ ରେ ରହିଛି ବହୁ ପୁରାତନ ଐତିହାସିକ ପୀଠ । ଏହାଛଡା ଡମ୍ବରୁଗଡ ଜଙ୍ଗଲର ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି ପବିତ୍ର ସିଦ୍ଧଗୁରୁଙ୍କ ଆଶ୍ରମ ।

ତେବେ ଆସନ୍ତା କାର୍ତ୍ତିକ ମାସ ପଞ୍ଚୁକରେ ଏଠାରେ ଅନୁଷ୍ଠିତ ହେବ ବିଶାଳ ସାଧୁ ସମ୍ମିଳନୀ । ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳର ସାଧୁ ସନ୍ଥମାନେ ଏଠାରେ ଯୋଗଦାନ କାର୍ଯ୍ୟକ୍ରମ ରହିଥିବାବେଳେ ଏହି ପବିତ୍ର ସ୍ଥାନଟି ଉଭୟ ଆଧ୍ୟାତ୍ମିକ ତଥା ଐତିହାସିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ମହତ୍ତ୍ଵ କରିଆସିଛି । ଏହାଛଡା ଡମ୍ବରୁଗଡ ଜଙ୍ଗଲ ଅଞ୍ଚଳର ପ୍ରାକୃତିକ ଶୋଭା ଅତ୍ୟନ୍ତ ଆକର୍ଷଣୀୟ । ତେଣୁ ଏଠାରେ ଜିଲ୍ଲାର ଏକମାତ୍ର ଇକୋ ରିଟ୍ରିଟ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଛି । ଏଠାରେ ଏଭଳି ବିଶାଳ କାର୍ଯ୍ୟକ୍ରମ ପାଇଁ ପଞ୍ଚସଖାଙ୍କ ସାଧନା ପୀଠ ନେମାଳରୁ ସ୍ୱତନ୍ତ୍ର ଭାବରେ ଆଜ୍ଞାମାଳର ବ୍ୟବସ୍ଥା କରାଯାଇଛି ।

ପଞ୍ଚସଖାଙ୍କ ସମସ୍ତ ପୀଠ ସହ ଶ୍ରୀକ୍ଷେତ୍ର ପୁରୀ, ଭୁବନେଶ୍ୱର ଲିଙ୍ଗରାଜଙ୍କ ପରିକ୍ରମା ପରେ ରବିବାର ସଂଧ୍ୟାରେ ଏହି ସ୍ବତନ୍ତ୍ର ପଞ୍ଚସଖା ଓ ଶ୍ରୀଜଗନ୍ନାଥଙ୍କ ରଥ ବୌଦ୍ଧ ଜିଲ୍ଲାରେ ପହଞ୍ଚିଛି। ଏହି ସ୍ବତନ୍ତ୍ର ରଥକୁ ଜିଲ୍ଲାର ଆଢେଣୀଗଡ ଠାରୁ ନେଇ ବାମଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ସ୍ବାଗତ କରିଛନ୍ତି। ଏହି ପବିତ୍ର ରଥ ସହ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ସାଧୁସନ୍ଥମାନେ ମଧ୍ୟ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା: ତିନି ରଥର ୪୨ ଚକ ନିର୍ମାଣ ଶେଷ


ବୌଦ୍ଧ, ଇଟିଭି ଭାରତ

ABOUT THE AUTHOR

...view details